Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେର ବିସ୍ଫୋରଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେର ବିସ୍ଫୋରଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ଅର୍ଗସ ବ୍ୟୁରୋ : ବଢୁଛି ଗିରଫ ସଂଖ୍ୟା । ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେର ବିସ୍ଫୋରଣ ହୋଇଥିବା ଧଟଣାରେ ଆଜି ଜଣକୁ ଗିରଫ କରିଛି ଏନଆଇଏ । ଏହି ବିସ୍ଫୋରଣ ମାମଲାରେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ତଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ଗିରଫ ଅଭିଯୁକ୍ତ ଜଣକ ହେଉଛି ସବିର୍‌।  ବାଲାରୀରୁ ସବିରକୁ ଗିରଫ କରାଯାଇଛି। 

ଅଧିକ ପଢନ୍ତୁ ଭାରତ ଖବର

ବିସ୍ଫୋରଣ ପଛରେ ତା'ର ସମ୍ପୃକ୍ତି ଥିବା ଏନଆଇଏ ପ୍ରମାଣ ପାଇଛି। ସବିର ସିସିଟିଭି ଫୁଟେଜରେ ଥିବା ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବୋଲି ଏନଆଇଏ ପକ୍ଷରୁ ଆଶଙ୍କା କରାଯାଇଛି । ମାର୍ଚ୍ଚ ମାସରେ ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ପରେ ଏନଆଇଏ ପକ୍ଷରୁ ମାମଲାର ତନାଘନା କରାଯାଉଛି । କାଫେରେ ଟାଇମ୍‌ ବୋମ୍‌ ଥିବା ବ୍ୟାଗ ରଖିଥିବା ବ୍ୟକ୍ତିକୁ ଏବେ ଖୋଜା ଚାଲିଛି । ମୁହଁରେ ମାସ୍କ ଓ ମୁଣ୍ଡରେ ଟୋପି ପିନ୍ଧି ଥିବାରୁ ଅଭିଯୁକ୍ତକୁ ଚିହ୍ନଟ କରିବାରେ ବିଳମ୍ବ ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅଭିଯୁକ୍ତର ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Key suspect in Bengaluru cafe blast case taken into custody | Argus News