Videos
|
National

Allegations Agains Khan Sir / "ମୋ ଜୀବନ ପ୍ରତି ବିପଦ ଅଛି" ଖାନ ସାରଙ୍କ ବିରୋଧରେ ମହିଳା ଆଣିଲେ ଅଭିଯୋଗ

Bikash Mohanty
Browse all articles by Bikash Mohanty
·2 weeks ago·2 min read
"ମୋ ଜୀବନ ପ୍ରତି ବିପଦ ଅଛି" ଖାନ ସାରଙ୍କ ବିରୋଧରେ ମହିଳା ଆଣିଲେ ଅଭିଯୋଗ
Khan sir

Key Points

ଖାନ ସାରଙ୍କ ବିରୋଧରେ ମହିଳା ଆଣିଲେ ଅଭିଯୋଗ
କହିଲେ "ମୋ ଜୀବନ ପ୍ରତି ବିପଦ ଅଛି"
ପିରବାହୋର ଥାନାରେ ଅଭିଯୋଗ କଲେ ମହିଳା

ପାଟନା,୨୬/୦୮: ଖାନ୍ ସାରଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଜଣେ ଜଣେ ମହିଳା ଫୈସଲ ଖାନ ଓରଫ ଖାନ୍ ସାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଉତ୍ତର ପ୍ରଦେଶର ବାସିନ୍ଦା ହୁସନାରା ଖାତୁନ୍ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ସେ ଖାନ ସାରଙ୍କ ଠାରୁ ତାଙ୍କ ଜୀବନକୁ ଭୟ ରହିଛି। ଏହି ଭୟ ଯୋଗୁଁ ସେ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରି ସୁରକ୍ଷା ଦାବି କରିଛନ୍ତି। ମହିଳାଙ୍କ ଆବେଦନ ଉପରେ ଆଧାର କରି ପୋଲିସ ଏକ ଅଭିଯୋଗ ପଞ୍ଜିକୃତ କରିଛି, ତାଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ମାମଲାର ତଦନ୍ତ କରାଯାଉଛି। ସେପଟେ ଖାନ ଗ୍ଲୋବାଲ ଷ୍ଟଡିଜ୍ ସହିତ ଜଡିତ ଲୋକମାନେ ସମଗ୍ର ମାମଲାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି ଯେ ଆଠ କିମ୍ବା ନଅ ବର୍ଷ ପରେ ଏପରି ଅଭିଯୋଗ କାହିଁକି ଦାୟର କରାଯାଉଛି, ଯେତେବେଳେ ଖାନ ସାର୍ ଏବଂ ମହିଳା ପରସ୍ପର ସହିତ କଥା ହୋଇନାହାଁନ୍ତି।

ହୁସନାରା ଅଭିଯୋଗ କରିଛନ୍ତି ଯେ, ୨୦୧୭ ମସିହାରେ ଖାନ ସାର୍‌ ତାଙ୍କ ରୁମମେଟ୍‌ଙ୍କ ସହ ସମ୍ପର୍କରେ ଥିଲେ। ପ୍ରାୟ ଛଅ ମାସ ଧରି ସେ ନିୟମିତ ଭାବେ ତାଙ୍କ ରୁମକୁ ଆସୁଥିବା ହୁସନାରା ଅଭିଯୋଗ କରିଛନ୍ତି।  ସେ ଏହାକୁ ଅନେକଥର ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ପ୍ରାୟ ଦୁଇ ମାସ ଧରି ତାଙ୍କ ଓ ରୁମମେଟ୍‌ଙ୍କ ମଧ୍ୟରେ ଲଗାତାର ଯୁକ୍ତିତର୍କ ଓ ଝଗଡ଼ା ହୋଇଥିଲା। ପରେ ମାମଲା ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିଥିବା ସେ କହିଛନ୍ତି। 

ପଢନ୍ତୁ ଏହି ଖବର: ଟଙ୍କା ଫେରସ୍ତକୁ ନେଇ ରକ୍ତାକ୍ତ ଖେଳ! ତାନ୍ତ୍ରିକଙ୍କୁ ହତ୍ୟା କରି ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

‘ମୋ ବିଷୟରେ ସୂଚନା ସଂଗ୍ରହ କରାଯାଉଛି’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୁସନାରା ଅଭିଯୋଗ କରିଛନ୍ତି ଯେ, ଖାନ ସାର୍‌ଙ୍କଠାରୁ ନିଜର କ୍ଷତି ହେବାର ଭୟ ଥିବା ନେଇ ସେ ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟ ଜଣକ ପୋଲିସ ଷ୍ଟେସନରେ ଅଧିକାରୀ ଭାବେ କାମ କରୁଥିବା ବୋଲି ସେ କହିଛନ୍ତି।  ସମ୍ପର୍କୀୟ ଜଣକ ଖାନ ସାର୍‌ଙ୍କୁ ଗାଳି ଦେବା ପରେ ସେ କ୍ଷମା ମାଗିଥିଲେ। ଏହାପରେ କିଛି ସମୟ ପାଇଁ ତାଙ୍କୁ ହଇରାଣ କରାଯାଇନଥିଲା। ତେବେ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରିବାର ପ୍ରୟାସ ଜାରି ରହିଥିବା ହୁସନାରା ଅଭିଯୋଗ କରିଛନ୍ତି। ହୁସନାରାଙ୍କ ଆଶଙ୍କା, ତାଙ୍କ କୌଣସି ସମ୍ପର୍କୀୟ କିମ୍ବା ପରିଚିତଙ୍କ ସହ କୌଣସି ଅଘଟଣ ଘଟିଲେ, ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ। ଏହି କାରଣରୁ ସେ ପୋଲିସ ସୁରକ୍ଷା ଦାବି କରିଛନ୍ତି।

ରୁମମେଟ୍‌ଙ୍କ ସହ ଘନିଷ୍ଠ ସମ୍ପର୍କ 

ହୁସନାରା  ଅଭିଯୋଗ କରିଛନ୍ତି ଯେ, ତାଙ୍କ ରୁମମେଟ୍‌ ଓ ଖାନ ସାର୍‌ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। କେତେବେଳେ ଉଭୟ ରୁମ ଭିତରେ ଥିବାବେଳେ କବାଟ ଖୋଲୁନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଘର ବାହାରେ ଅପେକ୍ଷା କରିବାକୁ ପଡୁଥିଲା ବୋଲି ସେ କହିଛନ୍ତି। ଏହି ସମୟରେ ଘଟିଥିବା କିଛି ଘଟଣା ତାଙ୍କୁ ଅସୁରକ୍ଷିତ ଅନୁଭବ କରାଇଥିବା ହୁସନାରା ଦାବି କରିଛନ୍ତି।

ପୋଲିସ ଦେଇଛି ସୁରକ୍ଷାର ପ୍ରତିଶ୍ରୁତି

ହୁସନାରାଙ୍କ କହିବା ଅନୁଯାୟୀ, ସେ ପିରବାହୋର ପୋଲିସ ଷ୍ଟେସନରେ ଲିଖିତ ଆବେଦନ ଦାଖଲ କରି ନିଜର ଆପତ୍ତି ଓ ଆଶଙ୍କା ସମ୍ପର୍କରେ ଜଣାଇଛନ୍ତି। ପୋଲିସ ତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ପୋଲିସ ପକ୍ଷରୁ ତାଙ୍କୁ କୁହାଯାଇଛି ଯେ, କୌଣସି ସମସ୍ୟା ହେଲେ ସେ ତୁରନ୍ତ ପୋଲିସ ସହ ଯୋଗାଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ଏକ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଥିବା ହୁସନାରା ଦାବି କରିଛନ୍ତି।
Khan Sir Faces Allegation as Woman Claims “My Life Is in Danger” | Argus News