Money Dispute Turns Bloody / ଟଙ୍କା ଫେରସ୍ତକୁ ନେଇ ରକ୍ତାକ୍ତ ଖେଳ! ତାନ୍ତ୍ରିକଙ୍କୁ ହତ୍ୟା କରି ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ
·2 weeks ago·2 min read

Key Points
ଟଙ୍କା ଫେରସ୍ତକୁ ନେଇ ରକ୍ତାକ୍ତ ଖେଳ!
ତାନ୍ତ୍ରିକଙ୍କୁ ହତ୍ୟା କରି ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ
ପୁରୀ ଜିଲ୍ଲା କଣାସର ଘଟଣା
ତିନି ଅଭିଯୁକ୍ତ ଗିରଫ୍, ମାରଣାସ୍ତ୍ର ଜବତ

କଣାସ,୨୪/୦୮: ପ୍ରେମ ସମ୍ପର୍କ ଭାଙ୍ଗିବା ଏବଂ ସୁନା ହାଣ୍ଡିର ପ୍ରଲୋଭନ। ଶେଷରେ ଲକ୍ଷାଧିକ ଟଙ୍କା ଠକେଇର ପ୍ରତିଶୋଧ ନେବାକୁ ଯାଇ ଘଟିଛି ଏକ ଅତ୍ୟନ୍ତ ଲୋମଟାଙ୍କୁରା ଏବଂ ବର୍ବର ହତ୍ୟାକାଣ୍ଡ। ପୁରୀ ଜିଲ୍ଲା କଣାସ ବ୍ଲକ ମନ୍ଦାରବସ୍ତ ଫାଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ।
ଗାଁ ମୁଣ୍ଡରେ ଦୀର୍ଘବର୍ଷ ଧରି ତନ୍ତ୍ର ସାଧନା କରୁଥିଲେ ପର୍ଶୁରାମ। ତାଙ୍କ ପାଖକୁ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ଯାତାୟାତ ଲାଗି ରହୁଥିଲା। ଅଭିଯୋଗ ଅନୁସାରେ, ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ ରାଜକିଶୋର ସାହୁ। ଏଥିପାଇଁ ପ୍ରଥମେ ତାଙ୍କୁ ୧୯ ହଜାର ଟଙ୍କା ଦିଆଯାଇଥିଲା।
ପରେ ତାନ୍ତ୍ରିକ ରାଜକିଶୋରଙ୍କୁ ତାଙ୍କ ଜମିରେ ପ୍ରାୟ ୧୭୦ ଗ୍ରାମ ଓଜନର ସୁନା ଦୁର୍ଗାମୂର୍ତ୍ତି ଓ ସୁନା ଅଳଙ୍କାର ଭର୍ତ୍ତି ହାଣ୍ଡି ପୋତା ହୋଇଥିବା କହିଥିବା ଅଭିଯୋଗ ହୋଇଛି। ଏହାକୁ ଖୋଳି ବାହାର କରିବା ପାଇଁ ଟଙ୍କା ମାଗିବାରୁ ରାଜକିଶୋର ପ୍ରାୟ ୨ ଲକ୍ଷ ଟଙ୍କା ଦେଇଥିଲେ। ତେବେ ନା ପ୍ରେମ ସମ୍ପର୍କ ଭାଙ୍ଗିଲା, ନା ସୁନା ମିଳିଲା। ଟଙ୍କା ମଧ୍ୟ ଫେରସ୍ତ ମିଳିନଥିଲା। ଏହାକୁ ନେଇ ରାଜକିଶୋର ତାନ୍ତ୍ରିକଙ୍କ ଉପରେ ରାଗିଥିଲେ। ପୁଲିସର ସୂଚନା ଅନୁସାରେ, ଗତ ୧୧ ତାରିଖ ରାତିରେ ରାଜକିଶୋର ତାଙ୍କ ସହଯୋଗୀ ସତ୍ୟବ୍ରତ ମଲ୍ଲିକଙ୍କ ସହ ପର୍ଶୁରାମଙ୍କ ନିକଟକୁ ଯାଇଥିଲେ। ସାଙ୍ଗରେ ଲଙ୍କାଗୁଣ୍ଡ, ଧାରୁଆ ଛୁରି ଏବଂ ପେଟ୍ରୋଲ ନେଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଏହି ଖବର: ଜାଲ ବିଛାଇ ଠାବ ହେଲା ସେକ୍ସ ରାକେଟ, ମିଛ ଗ୍ରାହକ ହୋଇ ଯାଇଥିଲା ପୋଲିସ, ରାଣୀ ମହୁମାଛି ମହିଳା ଗିରଫ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାନ୍ତ୍ରିକଙ୍କ ଘରେ ପହଞ୍ଚି ଟଙ୍କା ଫେରସ୍ତ ମାଗିବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ରାଜକିଶୋର ଛୁରିରେ ପର୍ଶୁରାମଙ୍କୁ ଆକ୍ରମଣ କରିଥିବା ପୁଲିସ କହିଛି। ଏହାପରେ ହାତ, ଗୋଡ଼ ଓ ପାଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଘଟଣାକୁ ଦୁର୍ଘଟଣାଜନିତ ଅଗ୍ନିକାଣ୍ଡର ରୂପ ଦେବା ସହ ପ୍ରମାଣ ନଷ୍ଟ କରିବା ପାଇଁ ଗ୍ୟାସ୍ ସିଲିଣ୍ଡର ଫୁଟାଇବାକୁ ମଧ୍ୟ ଅଭିଯୁକ୍ତମାନେ ଚେଷ୍ଟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।
ଘଟଣାରେ ରାଜକିଶୋର ସାହୁ, ତାଙ୍କ ଭାଇ ସୁରେଶ ସାହୁ ଏବଂ କେନ୍ଦ୍ରାପଡ଼ା ଭିତରବାମ୍ପୁ ଅଞ୍ଚଳର ସତ୍ୟବ୍ରତ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି। ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ହତ୍ୟାରେ ବ୍ୟବହୃତ ଛୁରି, ଗୋଟିଏ ବାଇକ୍ ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ପୁରୀ ଏସ୍ପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହି ନିର୍ମମ ହତ୍ୟାକାଣ୍ଡ ପରେ ମନ୍ଦାରବସ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Related Topics
Explore more stories