Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Durga Puja immersion / ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ୧୦ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ୧୦ ଜୀବନ

Key Points

ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲ୍ଲାରେ ଅଘଟଣ। ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ନଦୀକୁ ଓଲଟିଲା ଟ୍ରାକ୍ଟର । ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ।

ଗୁରୁବାର ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଖଣ୍ଡୱା ଜିଲ୍ଲାର ପାଣ୍ଡନା ଥାନା ଅଞ୍ଚଳ ଅନ୍ତର୍ଗତ ଜାମଲି ଗାଁରେ ଏହି ଘଟଣା ଘଟିଛି। ନବରାତ୍ରୀ ଉତ୍ସବ ପରେ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନଦୀକୁ ଯାଉଥିଲେ । ଏହି ସମରେ ଏକ ପୋଲ ପାର ହେବା ସମୟରେ ଏକ ଟ୍ରକ୍ଟରଟି ଏକ ପୋଖରୀରେ ଖସିପଡ଼ିଥିଲା । ପ୍ରାରମ୍ଭରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । କିନ୍ତୁ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୦ରେ ପହଞ୍ଚିଛି ।

ଚାରି ଲକ୍ଷ ଟଙ୍କା କ୍ଷତିପୂରଣ: ମୁଖ୍ୟମନ୍ତ୍ରୀ

ସେପଟେ ଏହି ଅଭାବନୀୟ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଘୋଷଣା କରିଛନ୍ତି ।

ମୃତକଙ୍କ ମଧ୍ୟରେ ନାବାଳକ ପିଲା ଅଛନ୍ତି

ଇନ୍ଦୋର (ଗ୍ରାମୀଣ) ରେଞ୍ଜ ଆଇଜିପି ଅନୁରାଗ କହିଛନ୍ତି ଯେ ବିସର୍ଜନ ପାଇଁ ଦୁର୍ଗା ଦେବୀଙ୍କ ମୂର୍ତ୍ତିକୁ ନେଇ ଭକ୍ତମାନେ ଏକ ଟ୍ରକ୍ଟର ଯୋଗେ ଯାଉଥିଲେ । କିନ୍ତୁ ଏହି ଟ୍ରାକ୍ଟରଟି ପାଣ୍ଡନା ଅଞ୍ଚଳର ଏକ ପୋଖରୀରେ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା । ଏପର୍ଯ୍ୟନ୍ତ ପୋଖରୀରୁ ୧୦ ଜଣ ଭକ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ନାବାଳକ ପିଲା ଅଛନ୍ତି ବୋଲି ଇନ୍ଦୋର ରେଞ୍ଜ ଆଇଜି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ପୁଣି ରବିବାର ଦେଖିବାକୁ ମିଳିବ ନୋ ହ୍ୟାଣ୍ଡସେକ୍ ପାର୍ଟ-୪, ଟିମ୍ ଇଣ୍ଡିଆ ପାକ୍ ଖେଳାଳିଙ୍କ ସହ ମିଳାଇବେନି ହାତ

SDRF ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି

ସେହିପରି ଆଇଜିପି ଆହୁରି କହିଛନ୍ତି ଯେ ପୋଲିସ ପ୍ରଶାସନ, SDRF ଏବଂ ସ୍ଥାନୀୟ ବୁଡ଼ାଳିଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟ୍ରାକ୍ଟର ଥିବା ଭକ୍ତମାନେ ଗ୍ରାମାଞ୍ଚଳର ବିଭିନ୍ନ ପେଣ୍ଡାଲରେ ମା' ଦୁର୍ଗା ମହୋତ୍ସବ ସମୟରେ ସ୍ଥାପିତ ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିଲେ । ତେବେ କାହିଁକି ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ତା'ର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।

ଟ୍ରାକ୍ଟରରେ ପ୍ରାୟ ୩୦ ଜଣ ଭକ୍ତ ଥିଲେ

ସେପଟେ ଏହି ଘଟଣାକୁ ନେଇ ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ (CMHO) ଡକ୍ଟର ଓପି ଜୁଗତାବତ କହିଛନ୍ତି ଯେ ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ପୋଖରୀରୁ ବାହାର କରାଯାଇ ଖଣ୍ଡୱା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଟ୍ରାକ୍ଟରରେ ପ୍ରାୟ ୩୦ ଜଣ ଭକ୍ତ ଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗାଡ଼ିଟି ପୋଖରୀରେ ଖସି ପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ବହୁ ଖୋଜାଖୋଜି କରୁଥିଲେ । ଏମିତି କି ଗାଁ ଲୋକମାନେ ବହୁ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ ।

Related Topics

Explore more stories

Sponsored
Khandwa Tragedy: 10 Dead as Tractor Carrying Durga Idol Falls into Pond During Immersion | Argus News