Water Tank Rescue / ରିଲ୍ସ କରିବାକୁ ଯାଇ ପାଣି ଟାଙ୍କି ଉପରେ ଫସିଲେ, ୧୬ ଘଣ୍ଟା ପରେ ଉଦ୍ଧାର କଲା ବାୟୁସେନା

Key Points
୧୬ ଘଣ୍ଟାର ଜୀବନ ଯୁଦ୍ଧ
ଶେଷରେ ହେଲା ରେସ୍କ୍ୟୁ
On a request from state government authorities, an IAF Mi 17 V5 of Central Air Command (CAC) was deployed to rescue two stranded children, who were stuck on top of a water tank in Sidharth Nagar in Gorakhpur, Uttar Pradesh. The children were stranded in the night as the ladder of… pic.twitter.com/dZ2D4shbQS
— CAC, IAF (@CAC_CPRO) May 3, 2026
ସୂଚନା ଅନୁସାରେ, ଶନିବାର ଦିନ କାଶୀରାମ ଆବାସ କଲୋନୀରେ ପାଞ୍ଚ ଜଣ ପିଲା ରିଲ୍ କରିବା ପାଇଁ ଏକ ୬୦ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଥିଲେ । ତେବେ ତଳକୁ ଓହ୍ଲାଇବା ସମୟରେ ସିଡ଼ି ଭାଙ୍ଗିଯାଇଥିଲା ଏବଂ ତିନି ଜଣ ପିଲା ପଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି ।
#WATCH | Siddharthnagar, Uttar Pradesh: Children who had been stranded for a day at a water tank, rescued by an Air Force helicopter. pic.twitter.com/Yu1wfmmR9p
— ANI (@ANI) May 3, 2026
ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ଶିବଶରଣପ୍ପା କହିଛନ୍ତି ଯେ ଦୁଇ ଜଣ ପିଲା ଟାଙ୍କିରେ ଫସି ରହିଛନ୍ତି । ରାତିରେ ସେମାନଙ୍କୁ ତଳକୁ ଓହ୍ଲାଇବା ପାଇଁ ଏକ ସିଢି ତିଆରି କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କାଦୁଅ ମାଟି ଯୋଗୁଁ ଏହା ଅସମ୍ଭବ ଥିଲା ।
#WATCH | Siddharthnagar, Uttar Pradesh: District Magistrate of Siddharthnagar, Shivsharanappa says, "An incident occurred when five children climbed atop a water tank to record a reel, and when the stairs broke, three of them fell from the water tank. One child died, and two… https://t.co/dKnPIHsLKe pic.twitter.com/nU8S77HKCM
— ANI (@ANI) May 3, 2026
ଏହା ପରେ, ଯୋଜନା 'B' ଅନ୍ତର୍ଗତ ବାୟୁସେନା ସହିତ ଯୋଗାଯୋଗ କରାଯାଇଥିଲା ଏବଂ ସେମାନଙ୍କ ସହାୟତାରେ ସକାଳ ୫:୩୦ରେ ହେଲିକପ୍ଟର ଦ୍ୱାରା ଦୁଇ ପିଲାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା । ସେ କହିଛନ୍ତି ଯେ ପିଲାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି ।
📱 Get Argus News App
✨Related Topics
Explore more stories