Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kisan Mitra Chhadi / ସାପ-ବିଛା ଦାଉରୁ ଚାଷୀଙ୍କୁ ମିଳିବ ମୁକ୍ତି; ଲଞ୍ଚ ହେଲା 'କିସାନ ମିତ୍ର ଛଡ଼ି'

Subhramjit Ray
Browse all articles by Subhramjit Ray
·3 months ago·2 min read
ସାପ-ବିଛା ଦାଉରୁ ଚାଷୀଙ୍କୁ ମିଳିବ ମୁକ୍ତି; ଲଞ୍ଚ ହେଲା 'କିସାନ ମିତ୍ର ଛଡ଼ି'
Kisan Mitra Chhadi

Key Points

ଚାଷ ଜମିରେ କାମ କରିବା ସମୟରେ ସାପ-ବିଛା ଆଦି ବିଷାକ୍ତ ପ୍ରାଣୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀଙ୍କ ପାଇଁ ଆସିଛି "କିସାନ ମିତ୍ର ଛଡ଼ି"।
Kisan Mitra Chhadi Launch: ମୁଣ୍ଡ ଫଟା ଖରା ହେଉ ଅଥବା ହାଡଭଙ୍ଗା ଶୀତ କିମ୍ବା ପ୍ରବଳ ବର୍ଷା, ଚାଷ ଜମିରେ ଦିନ ରାତି କାମ କରୁଥିବା ଚାଷୀଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଚାଷ ଜମିରେ ସାପ ଏବଂ ବିଛା ଭଳି ବିଷାକ୍ତ ପ୍ରାଣୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ, "କିସାନ ମିତ୍ର ଛଡ଼ି" ଲଞ୍ଚ କରାଯାଇଛି। ଯାହା ଆଧୁନିକ ଜ୍ଞାନକୌଶଳ ଦ୍ୱାରା ବିକଶିତ। ଏହା କୌଣସି ଯାଦୁକରୀ ବାଡ଼ି ଠାରୁ କମ୍ ନୁହେଁ। ଯାହା ଚାଷୀଙ୍କୁ ସାପ ଏବଂ ଅନ୍ୟାନ୍ୟ ବିଷାକ୍ତ ପ୍ରାଣୀଙ୍କ ଠାରୁ ରକ୍ଷା କରିବାରେ ସହାୟକ ହେବ। ଏହି ଯାଦୁକରୀ ବାଡି଼ରେ ଏକ ଟର୍ଚ୍ଚଲାଇଟ୍ ମଧ୍ୟ ରହିଛି। ଯାହା ରାତିରେ ଚାଷୀଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ।

"କିସାନ ମିତ୍ର ଛଡ଼ି" କ'ଣ?
ଦେଶର ବିଭିନ୍ନ ଭାଗରେ ବର୍ଷା ଦିନେ ଚାଷ ଜମିରେ ସାପ ଦେଖାଯିବା ଏକ ସାଧାରଣ ଘଟଣା। କେତେକ ସମୟରେ ଏହା ଚାଷୀଙ୍କ ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ବୈଜ୍ଞାନିକ "କିସାନ ମିତ୍ର ଛଡ଼ି" ବିକଶିତ କରିଛନ୍ତି। ଯାହା ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସାପ କିମ୍ବା ବିଷାକ୍ତ ପ୍ରାଣୀଙ୍କୁ ସହଜରେ ଚିହ୍ନଟ କରିପାରିବ। ଏହି ବାଡ଼ିର ବଟନ୍ ଦବାଇବା ମାତ୍ରେ ଏହା ବିପଦ ଅନୁଭବ କରିବା ମାତ୍ରେ କମ୍ପନ ହେବା ଆରମ୍ଭ କରିଥାଏ। ଏହି କମ୍ପନ ଚାଷୀଙ୍କୁ ସତର୍କ ରଖି ଦେଇଥାଏ।


କିପରି କାମ କରିଥାଏ 'କିସାନ ମିତ୍ର ଛଡ଼ି'
'କିସାନ ମିତ୍ର ଛଡ଼ି' କୁ ଜମିରେ ରଖି ବଟନ୍ ଦବାଇବା ମାତ୍ରେ ଏହି ବାଡ଼ି ସକ୍ରିୟ ହୋଇଯାଏ। ଯଦି ୧୦୦ ମିଟର ମଧ୍ୟରେ କୌଣସି ବିଷାକ୍ତ ପ୍ରାଣୀ କିମ୍ବା ସାପ ଉପସ୍ଥିତ ଥାଏ, ତାହେଲେ ଏହା ଜୋରରେ କମ୍ପିବାକୁ ଆରମ୍ଭ କରିଥାଏ। ଏହି କମ୍ପନ ଚାଷୀଙ୍କୁ ସତର୍କ କରିପାରିବ ଏବଂ ସେମାନଙ୍କୁ ସେଠାରୁ ଦୂରେଇ ଯିବାରେ ସାହାଯ୍ୟ କରିବ। ଏଥିରେ ଏକ ସୋଲାର ଟର୍ଚ୍ଚ ମଧ୍ୟ ଅଛି। ଯାହା ଅନ୍ଧାରରେ ସ୍ପଷ୍ଟ ଆଲୋକ ପ୍ରଦାନ କରିବ।

ଭାରତରେ ସାପ କାମୁଡ଼ା ସମସ୍ୟା
ମିଡ଼ିଆ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଦେଶରେ ୩୦ ରୁ ୪୦ ଲକ୍ଷ ଜନିତ ସାପ କାମୁଡ଼ା ଘଟଣା ସାମ୍ନାକୁ ଆସିଥାଏ। ସାପ କାମୁଡ଼ାରେ ପ୍ରାୟ ୫୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ହୋଇଥାନ୍ତି, ଯେଉଁମାନେ ଦିନ-ରାତି ବିଲରେ କାମ କରିଥାନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kisan Mitra Chhadi: Innovative Safety Stick to Protect Farmers from Snakes & Scorpions | Argus News