Two Police Officers Dead / ପାଟ୍ରୋଲିଂ ବେଳେ ନିଖୋଜ, ପରେ ମିଳିଲା ୨ SPOଙ୍କ ମୃତଦେହ… ଗୁଳିମାଡ଼କୁ ନେଇ ବଢ଼ିଲା ସନ୍ଦେହ
·1 hour ago·2 min read

Key Points
ଜମ୍ମୁକାଶ୍ମୀରର କିସ୍ତଓ୍ୱାଡ ଜିଲ୍ଲାରେ ପାଟ୍ରୋଲିଂ କରୁଥିବାବେଳେ ୨ ଅଧିକାରୀଙ୍କ ମୃତଦେହ ଜବତ ହୋଇଛି
ଜମ୍ମୁକାଶ୍ମୀରର କିସ୍ତଓ୍ୱାଡ ଜିଲ୍ଲାରେ ପାଟ୍ରୋଲିଂ କରୁଥିବାବେଳେ ୨ ଅଧିକାରୀଙ୍କ ମୃତଦେହ ଜବତ ହୋଇଛି। ଏବେ ସେମାନଙ୍କ ମୃତଦେହ ଉଦ୍ଧାର ହେବା ପରେ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ମୃତ୍ୟୁ କିପରି ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ପାକିସ୍ତାନର ଆତଙ୍କବାଦୀ ଏଭଳି କାମ କରିଥାଇପାରନ୍ତି ବୋଲି କୁହାଯାଉଛି।
ରିପୋର୍ଟ ଅନୁସାରେ, ବୁଧବାର କିସ୍ତଓ୍ୱାଡ ଜିଲ୍ଲାରେ ଦୁଇ ଏସପିଓ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । କିନ୍ତୁ ସେମାନଙ୍କ ସହ ମୁଖ୍ୟାଳୟର ଯୋଗାଯୋଗ ହୋଇପାରିନଥିଲା । ଏହାପରେ ସେମାନେ ନିଖୋଜ ଥିବା ନେଇ ରିପୋର୍ଟ ଲେଖାଯାଇଥିଲା । ଏବେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପ୍ରାଣ ହରାଇଥିବା ଦୁଇ ଏସପିଓ ହେଲେ ୪୦ ବର୍ଷୀୟ ରସପାଲ କୁମାର ଏବଂ ୫୪ ବର୍ଷୀୟ ବବି ଚାନ୍ଦ । ସେମାନେ ଡଚ୍ଚନ-ମାରଓ୍ୱାରେ ପାଟ୍ରୋଲିଂ କରୁଥିଲେ । ସେନା ସହ ମିଳିତ ପାଟ୍ରୋଲିଂ ସାମିଲ ହୋଇଥିଲେ । କିନ୍ତୁ ଧେରନା ପୋଷ୍ଟ୍ ଯିବା ସମୟରେ ସେମାନଙ୍କ ନିଖୋଜ ନେଇ ଖବର ମିଳିଥିଲା । ଏହି ସ୍ଥାନରେ ସେହିଦିନ ଗୁଳିମାଡ଼ର ଶବ୍ଦ ସ୍ଥାନୀୟ ଲୋକେ ଶୁଣିଥିବା ମଧ୍ୟ ଦାବି କରାଯାଉଛି । ଉଭୟଙ୍କ ଶରୀରରେ ଗୁଳିର ଅନେକ ଚିହ୍ନ ରହିଛି।
ଏହାସହ ପଢ଼ନ୍ତୁ: ୬ ମିନିଟ୍ର ଉଡ଼ାଣ ପାଲଟିଲା ଶେଷ ଯାତ୍ରା… ପାରାଗ୍ଲାଇଡର୍ରୁ ଖସି ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ନିଖୋଜର କିଛି ସମୟ ଯାଏଁ ଦୁଇ ପୋଲିସ ଅଧିକାରୀଙ୍କ ଫୋନ୍ ରିଙ୍ଗ୍ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଫ୍ ହୋଇଯାଇଥିଲା । ସେମାନଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
କିସ୍ତଓ୍ବାଡର ବିଜେପି ବିଧାୟକ ଶଗୁନ ପରିହାର ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ପ୍ରଥମ ମୃତଦେହ ସକାଳ ୮ଟାରେ ଏବଂ ଅନ୍ୟଜଣଙ୍କ ମୃତଦେହ ୯ଟାରେ ମିଳିଥିଲା। ସେ ସିଧା ପାକିସ୍ତାନକୁ ଦୋଷ ଦେବାସହ କହିଛନ୍ତି ଯେ, ପାକିସ୍ତାନ ନିଜ କାମରୁ କେବେ ବାଜ ଆସିବନି। ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅପିଲ କରିଛନ୍ତି ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୬ରେ କିସ୍ତଓ୍ୱାଡରେ ବସିର୍ ଅହମ୍ମଦନାମକ ଅନ୍ୟ ଜଣେ ପୋଲିସ କର୍ମଚାରୀ ନିଖୋଜ ହୋଇଯାଇଥିଲେ। ସେ ପେଡିଲ୍ ପୋଷ୍ଟରେ ମୁତୟନ ହୋଇଥିଲେ । ଏପରିତି ତାଙ୍କ ରାଇଫଲ୍ ମଧ୍ୟ ଗାଏବ ହୋଇଯାଇଥିଲା। ପରେ ତାଙ୍କର ମୃତଦେହ ଜବତ କରାଯାଇଥିଲା ।
Related Topics
Explore more stories