|
logo
Live
Argus News App
GET APP

Argus News - ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ

National

Kite String / ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ
Festival joy turns tragic

Key Points

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖି ବୁଜି ଦେଇଛନ୍ତି । ଆନନ୍ଦର ପର୍ବରେ ରକ୍ତର ନଦୀ ରାସ୍ତାରେ ବୋହିଛି । ବାପାଙ୍କୁ ହରାଇ ଝିଅ କାନ୍ଦୁଛି, ସ୍ଵାମୀକୁ ହରାଇ ସ୍ତ୍ରୀ ମୁଣ୍ଡ ପିଟୁଛି ।
ବେଙ୍ଗାଳୁରୁ: ମକର ସଂକ୍ରାନ୍ତିରେ ସମସ୍ତେ ଗୁଡ଼ି ଉଡ଼ାଇବାରେ ବ୍ଯସ୍ତ । ଛାତ ଉପରେ, ଖୋଲା ପଡ଼ିଆରେ ଗୁଡ଼ି ଉଡ଼ାଇ ଲୋକେ ଖୁସି ମନାଉଛନ୍ତି । ଯାହା ଗୁଡ଼ି ଯେତେ ଉପରକୁ ଯାଉଛି, ସେତେ ଖୁସି ଦେଉଛି । ଆନନ୍ଦର ଏହି ଉତ୍ସବ ଭିତରେ ଗୁଡ଼ି ଦେଇଛି ଦୁଃଖ । ଝିଅକୁ କରି ଦେଇଛି ବାପା ଛେଉଣ୍ଡ ।

ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା (ମାଞ୍ଜା) ଲାଗି ଜଣେ ବ୍ୟକ୍ତିଙ୍କ ତଣ୍ଟି କଟି ଯାଇଛି । ଆଉ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖି ବୁଜି ଦେଇଛନ୍ତି । ଆନନ୍ଦର ପର୍ବରେ ରକ୍ତର ନଦୀ ରାସ୍ତାରେ ବୋହିଛି । ବାପାଙ୍କୁ ହରାଇ ଝିଅ କାନ୍ଦୁଛି, ସ୍ଵାମୀକୁ ହରାଇ ସ୍ତ୍ରୀ ମୁଣ୍ଡ ପିଟୁଛି ।

ଏଥିସହ ପଢ଼ନ୍ତୁ: ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍

ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକର ବିଦାର ଜିଲ୍ଲାରେ । ତଳମଡଗି ବ୍ରିଜ୍‌ ଦେଇ ବାଇକ୍ ଚାଳକ ଜଣଙ୍କ ଯାଉଥିଲେ । ସେହି ସମୟରେ ଏକ ଗୁଡ଼ି ସୂତା ବ୍ୟକ୍ତି ଜଣଙ୍କ ତଣ୍ଟିରେ ଲାଗି ଯାଇଥିଲା । ଫଳରେ ବାଇକ୍‌ରୁ ଛିଟକି ପଡ଼ିଥିଲେ ହୋସାମଣି ।

ତଣ୍ଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପ୍ରବଳ ରକ୍ତସ୍ରାବ ବି ହୋଇଥିଲା । ବାଇକ୍‌ରୁ ଖସି ପଡ଼ିବା ପରେ ବହୁ କଷ୍ଟରେ ହୋସାମଣି ଝିଅକୁ ଫୋନ୍ କରିଥିଲେ । ଆଉ ଝିଅକୁ ଶେଷ କଲ୍ ପରେ ବୁଜି ଦେଇଥିଲେ ଆଖି ।

ସେହି ରାସ୍ତା ଦେଇ ଯାଉଥିବା ଲୋକ କପଡ଼ା ଦେଇ ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିଥିଲେ । କପଡ଼ା ସିନା ରକ୍ତରେ ଭିଜିଗଲା ହେଲେ ରକ୍ତସ୍ରାବ ବନ୍ଦ ହୋଇ ନଥିଲା । ଲୋକେ ଆମ୍ବୁଲାନ୍ସକୁ କଲ୍ କରି ଡାକିଥିଲେ, କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଆଖି ବୁଜି ଦେଇଥିଲେ ହୋସାମଣି ।

ଗୁଡ଼ି ସୂତା ଲାଗି ହୋସାମଣିଙ୍କ ମୃତ୍ୟୁ ପରେ ପ୍ରଶାସନକୁ ଦାୟୀ କରିଛନ୍ତି ପରିବାର ଲୋକେ । କହିଛନ୍ତି, ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲେ ହୋସାମଣି ବଞ୍ଚି ଯାଇଥାନ୍ତେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ହୋସାମଣିଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ପ୍ରତିବାଦ କରିବା ସହ ମାଞ୍ଜା ବ୍ୟବହାରକୁ ନିଷିଦ୍ଧ କରିବାକୁ ଦାବି କରିଛନ୍ତି ।

ଏନେଇ ମନ୍ନା ଏଖେଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବା ପରମ୍ପରା ସାରା ଦେଶରେ ରହିଛି । ପୂର୍ବରୁ ଲୋକେ କଟନ ସୂତାରେ ଗୁଡ଼ି ଉଡ଼ାଉଥିଲେ, ଯାହାକି ସେତେଟା ଘାତକ ନଥିଲା ।

ଏଥିସହ ପଢ଼ନ୍ତୁ: ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ

କିନ୍ତୁ ବିଗତ କିଛି ବର୍ଷ ହେଲା ଲୋକେ ନାଇଲନ୍ ସୂତାର ବ୍ୟବହାର କରୁଛନ୍ତି । କଟନ ଅପେକ୍ଷା ନାଇଲନ୍ ସୂତା ଦୀର୍ଘ ଦିନ ଯାଉଥିବା ଏବଂ ଶସ୍ତା ହୋଇଥିବାରୁ ଲୋକେ ଆପଣାଉଛନ୍ତି । ଆଉ ଏହା ହିଁ ଘାତକ ସାଜି ଜୀବନ ନେଇ ଯାଉଛି । କିଏ ରକ୍ତାକ୍ତ ହେଉଛି ତ ଆଉ କିଏ ଆଖି ବୁଜୁଛି ।

ନାଇଲନ୍ ସୂତା ପତଳା ସହ ତୀକ୍ଷଣ ହୋଇଥିବାରୁ ଏହା ସହଜରେ ଶରୀରର ଚର୍ମକୁ ଭେଦି କ୍ଷତି କରୁଛି । ଫଳରେ ଅନେକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ବିଶେଷକରି ବାଇକ୍ ଚାଳକ ମାନେ ସୂତାକୁ ଦେଖି ନପାରି ରାସ୍ତା ଓ ବ୍ରିଜ୍‌ ଉପରେ ରକ୍ତାକ୍ତ ହେଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kite String: ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ | Argus News