|
logo
Live
Argus News App
GET APP

Argus News - ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍

Sports

Virat Kohli / ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍

Sushanta Sahoo
Browse all articles by Sushanta Sahoo
·2 months ago·2 min read
ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍
Virat Kohli Back at No.1

Key Points

  • ୱାନ୍ ଡେରେ ବିଶ୍ୱର ୧ ନମ୍ବର ବ୍ୟାଟର ବିରାଟ କୋହଲି
  • ପ୍ରଥମ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଲେ ରୋହିତ ଶର୍ମା
  • ପ୍ରାୟ ୪ ବର୍ଷ ପରେ ପ୍ରଥମ ସ୍ଥାନକୁ ଆସିଲେ ବିରାଟ
  • ନ୍ୟୁଜିଲାଣ୍ଡ ବିପକ୍ଷରେ ୯୧ ବଲ୍‌‌ରେ କରିଥିଲେ ୯୩ ରନ୍‌ 
ମୁମ୍ବାଇ: ବିରାଟ କୋହଲି ନମ୍ବର ୧ । ରୋହିତ ଶର୍ମାଙ୍କୁ ପଛରେ ବିଶ୍ଵର ୧ ନମ୍ବର ଦିନିକିଆ ବ୍ୟାଟର୍ ହୋଇଛନ୍ତି ବିରାଟ କୋହଲି । ସାଥୀ ଖେଳାଳି ରୋହିତ ଶର୍ମା ୧ ନମ୍ବରରୁ ତୃତୀୟ ସ୍ଥାନକୁ ଖସିଥିବା ବେଳେ ବିରାଟ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ୪ ୱିକେଟ୍‌ରେ ଜିତିନେବା ସହ ବିରାଟଙ୍କୁ ଏହି ସଫଳତା ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ୯୧ ବଲ୍‌ରେ ୯୩ ରନ୍ ସ୍କୋର୍ କରିଥିଲେ । ଏଥିସହ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସ୍କୋର୍‌ର ନିକଟତର ହୋଇଛନ୍ତି କୋହଲି ।

ଏଥିସହ ପଢ଼ନ୍ତୁ: ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ

ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ସର୍ବାଧିକ ସ୍କୋର୍ କରିଛନ୍ତି । ୩୪ ହଜାର ୩୫୭ ରନ୍ ସହ ସଚିନ ତେନ୍ଦୁଲକର ଶୀର୍ଷରେ ଅଛନ୍ତି । ସେହିଭଳି ୨୮ ହଜାର ୬୮ ରନ୍ ସହି ବିରାଟ କୋହଲି ଦ୍ଵିତୀୟ ସ୍ଥାନରେ ଅଛନ୍ତି । ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୮ ହଜାର ୧୬ ରନ୍ ସହ ତୃତୀୟ ଏବଂ ଅଷ୍ଟ୍ରେଲିଆର ରିଙ୍କିଂ ପଣ୍ଟିଂ ୨୭ ହଜାର ୪୮୩ ରନ୍ ଚତୁର୍ଥ ସ୍ଥାନରେ ଅଛନ୍ତି ।


୩୭ ବର୍ଷୀୟ ବିରାଟ କୋହଲି ୪ ବର୍ଷ ପରେ ପୁଣି ଥରେ ଦିନିକିଆ କ୍ରିକେଟ୍‌ରେ ବିଶ୍ଵର ପ୍ରଥମ ବ୍ୟାଟର୍ ହୋଇଛନ୍ତି । ପ୍ରଥମଥର କୋହଲି ୨୦୧୩ ଅକ୍ଟୋବରରେ ଟପ୍ ରାଙ୍କିଂକୁ ଆସିବାରେ ସଫଳ ହୋଇଥିଲେ । ୮୨୫ ଦିନ ଧରି ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ।

ଏଥିସହ ପଢ଼ନ୍ତୁ: ଘର ଚଳାଇବାକୁ ଟଙ୍କା ଧାର ଆଣିଥିଲେ, ଶୁଝି ନପାରି ସମ୍ପର୍କୀୟଙ୍କ ହାତକୁ ଶିଶୁ କନ୍ୟାକୁ ଟେକିଦେଲେ

ଜୁଲାଇ ୨୦୨୧ ପରେ ବିରାଟ କୋହଲି ପୁଣି ଥରେ ଦିନିକିଆରେ ୧ ନମ୍ବର ବ୍ୟାଟର୍ ହୋଇଛନ୍ତି । ୧୪୦୩ ଦିନ ପରେ ପୁଣି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ବିରାଟ । ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍ ପରେ କୋହଲି ଖେଳିଥିବା ୫ ପାଳିରେ ଯଥାକ୍ରମେ ଅପରାଜିତ ୭୪ ରନ୍, ୧୩୫ ରନ୍, ୧୦୨ ରନ୍‍ ଅପରାଜିତ ୬୫ ରନ୍ ଓ ୮୩ ରନ୍ ସ୍କୋର୍ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli: ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍ | Argus News