କାହିଁକି ବାହା ହେଲେନି ରତନ ଟାଟା ? ଜାଣନ୍ତୁ ପୁରା କାହାଣୀ...

Key Points
- କାହିଁକି ବାହା ହେଲେନି ରତନ ଟାଟା ?
- ଇଚ୍ଛା ନଥିଲା ନା କନିଆଁ ମିଳୁନଥିଲା ?
ଅର୍ଗସ ବ୍ୟୁରୋ : ଭାରତର ପ୍ରତିଷ୍ଠିତ ଶିଳ୍ପପତି ରତନ ଟାଟା । ବ୍ୟବସାୟ ପାଇଁ ସେ ଯେତିକି ପରିଚିତ ସମାଜସେବା ପାଇଁ ସେ ସେତିକି ବିଖ୍ୟାତ । ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ସେ ଏମିତି କିଛି କାମ କରନ୍ତି ଯେ ଯାହାକୁ ନେଇ ବିଶ୍ଵରେ ବି ଚର୍ଚ୍ଚା ହୁଏ । ରତନଙ୍କ କଥା ମନକୁ ଆସିଲେ ପ୍ରଶ୍ନ ଆସେ ଏତେ ଟଙ୍କାର ମାଲିକ, ହେଲେ ପିଲାଛୁଆ କି ସ୍ତ୍ରୀ କେହି ନାହାନ୍ତି । ଏହାର କାରଣ କଣ ? ବାହାହେବା ପାଇଁ ତାଙ୍କର ଇଚ୍ଛା ନଥିଲା ନା ବାହାଘର ଲାଗି କନିଆଁ ମିଳୁନଥିଲା । ଏହାର ଉତ୍ତର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଏତେ ଟଙ୍କାର ମାଲିକ ହେବା ପରେ ବି ତାଙ୍କୁ କେଉଁ ଝିଅ ବାହାଘର ପାଇଁ ମନାକରିଦେଲା ? କାହିଁକି ମନାକଲା ?
- ବାହା ହେବାକୁ ନେଇଥିଲେ ନିଷ୍ପତ୍ତି
- ୪ ଥରରୁ ଅଧିକ, ଭାଙ୍ଗିଥିଲା ବାହାଘର !
- ଜାଣନ୍ତୁ, ସଫଳ ଶିଳ୍ପପତିଙ୍କ ଅସଫଳ ପ୍ରେମ କାହାଣୀ...
କଥାରେ ଅଛି ପ୍ରତି ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ । ହେଲେ ରତନ ଟାଟା ଏମିତି ଜଣେ ମହାନ ବ୍ୟକ୍ତି ଯିଏ କି ନିଜ ଉପରେ ଥିବା ଆତ୍ମବିଶ୍ଵାସ ଓ ସମାଜସେବା ପାଇଁ ଆଜି ପୁରା ବିଶ୍ଵରେ ସାଉଁଟିଛନ୍ତି ପ୍ରଶଂସା । ସୂଚନା ଅନୁସାରେ, ବାହାଘର ପାଇଁ ଥରେ କି ଦୁଇଥର ନୁହେଁ ବରଂ ୪-୪ ଥର ଆୟୋଜନ ପରେ ବି ସଫଳ ହୋଇନଥିଲା । କହିପାରନ୍ତି ସତେ ରତନଙ୍କ ସହ ଭାଗ୍ୟ ଯେମିତି ବାହାଘରର ଲୁଚକାଳି ଖେଳ ଖେଳୁଥିଲା । ରତନ କୁହନ୍ତି, ସେ ଅନେକ ଝିଅଙ୍କ ସହ ବନ୍ଧୁତା କରିଥିଲେ । ହେଲେ କେହି ଜଣେ ତାଙ୍କୁ ସ୍ତ୍ରୀ ହେବା ପରି ଲାଗିନଥିଲେ । ଆଉ ଯାହାଙ୍କୁ ବି ବାହା ହବାପାଇଁ ଚାହିଁଥିଲେ, ତାଙ୍କ ସହ ଶେଷ ମୁହୁର୍ତ୍ତରେ ଭାଙ୍ଗିଥିଲା ବାହାଘର ।
ଲସ୍ ଆଞ୍ଜେଲସ୍ରେ ରହୁଥିବା ବେଳେ ଜଣେ ଝିଅଙ୍କ ଗଢି ଉଠେ ପ୍ରେମ ସମ୍ପର୍କ । ପ୍ରେମରୁ ଜୀବନସାଥୀ ପର୍ଯ୍ୟନ୍ତ କଥା ବି ଗଲା । କିନ୍ତୁ ଭାଗ୍ୟ ସାଥ ଦେଲାନି । ସେଇଥି ଲାଗି ତ ବାହାଘର ହେଲାନି । ୧୯୬୨ରେ ଚାଲିଥିବା ଭାରତ- ଚୀନ ଯୁଦ୍ଧ ସମୟରେ ପୁଣି ଜଣେ ଯୁବତୀଙ୍କ ସହ ତାଙ୍କର ଗଢିଉଠେ ସମ୍ପର୍କ । କିନ୍ତୁ ସେ ଝିଅର ବାପା ମାଆ ଚାହୁଁନଥିଲେ, ରତନ ଟାଟା ବିଦେଶ ଯାଆନ୍ତୁ ବୋଲି । ସେତେବେଳେ ମଧ୍ୟ ପ୍ରାୟ ବାହାଘର ଯାଏଁ କଥାବାର୍ତ୍ତା ହୋଇ ସାରିଥିଲା । ହେଲେ ସେ ବିଦେଶ ଯିବାପାଇଁ ସ୍ଥିର କରିବାରୁ ତାଙ୍କର ବାହାଘର ଭାଙ୍ଗିଗଲା । ବାସ୍ ବାରମ୍ବାର ବାହାଘରରେ ଅସଫଳ ହେବା ପରେ ଜୀବନରେ କେବେ ବି ବାହାନହେବାକୁ ନିଷ୍ପତ୍ତି ନେଲେ ।
📱 Get Argus News App
✨୨୦୨୦ରେ , ସିମି ଗରେୱାଲ ନାମକ ଜଣେ ମହିଳା ଟ୍ବିଟରରେ ରତନଙ୍କ ସହ ପ୍ରଥମ ଭେଟର ଫଟୋ ସେୟାର କରିଥିଲେ ଏବଂ ଏକ ସାକ୍ଷାତକାରରେ କହିଥିଲେ, ରତନ ଜଣେ ନମ୍ର, ଭଦ୍ର, ଚତୁର ଏବଂ ଭଲ ମଣିଷ ଅଟନ୍ତି । ତାଙ୍କ ପାଇଁ ଟଙ୍କା ମୁଖ୍ୟ ନୁହେଁ । ସେ ଯେଉଁ ଜିନିଷ କରିବାକୁ ପସନ୍ଦ କରନ୍ତି, ତାହା କରନ୍ତି । ବିଶେଷକରି ତାଙ୍କ ନେତୃତ୍ୱ, ଯାହା ଟାଟା ମୋଟର୍ସକୁ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବାରେ ସାହାଯ୍ୟ କରିଥିଲା । ହେଲେ ଜଣେ ସଫଳ ପୁରୁଷ ଯେ କେବେ ବିବାହ ନକରି ଦେଶପାଇଁ ସବୁ କିଛି ଉତ୍ସର୍ଗ କରିଦେବେ ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।