Hotel Fire / ଶୋଇଥିବା ବେଳେ ଜଳିଗଲା ହୋଟେଲ୍; ଚିକିତ୍ସା ପାଇଁ ଆସିଥିବା ୯ ଜଣଙ୍କ ମୃତ୍ୟୁ
·1 hour ago·2 min read

Key Points
ପଶ୍ଚିମବଙ୍ଗରେ ଗତ ୨ ଦିନ ଭିତରେ ଦୁଇଟି ହୋଟେଲରେ ନିଆଁ ଲାଗି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ତାରାପୀଠ ପରେ ବୁଧବାର କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଛି ।
କୋଲକାତା: ୪୮ ଘଣ୍ଟା, ଦୁଇ ଦୁଇଟି ଅଗ୍ନିକାଣ୍ଡ । ପୁଣି ଜଳିଲା ହୋଟେଲ୍ । ଚାଲିଗଲା ୯ ଜଣଙ୍କ ଜୀବନ । ପଶ୍ଚିମବଙ୍ଗରେ ଗତ ୨ ଦିନ ଭିତରେ ଦୁଇଟି ହୋଟେଲରେ ନିଆଁ ଲାଗି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ତାରାପୀଠ ପରେ ବୁଧବାର କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବୁଧବାର ଭୋର୍ ସମୟରେ କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ୍ ସ୍ଥିତ ଏକ ହୋଟେଲରେ ନିଆଁ ଲାଗିଛି । ରାତି ପ୍ରାୟ ୨ଟା ସମୟରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଭୀଷଣ ନିଆଁ ଲାଗିଥିଲା । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।
ଅଗ୍ନିକାଣ୍ଡ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ ଆୟତ୍ତ ପାଇଁ ପ୍ରୟାସ କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ । ଅଗ୍ନିଶମ ବାହିନୀ ଅନୁସାରେ, ସମସ୍ତ ମୃତକ ବାଂଲାଦେଶୀ ନାଗରିକ । ସେମାନେ ଚିକିତ୍ସା ପାଇଁ ଆସି ହୋଟେଲରେ ରାତି ରହିଥିଲେ ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ହୋଟେଲରେ ଅଗ୍ନିକାଣ୍ଡ; ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ
ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ବାହାରିଥିଲା । ଯେଉଁଥିପାଇଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଥିଲା । ସିଡ଼ିରେ ଉପର ମହଲାକୁ ଯିବା ମୁସ୍କିଲ୍ ହୋଇ ପଡ଼ିଥିଲା । ତମାମ୍ ପ୍ରୟାସ ପରେ ନିଆଁ କାବୁ ହୋଇଛି । ତେବେ କିଭଳି ଓ କେଉଁ କାରଣରୁ ନିଆଁ ଲାଗିଲା ଜଣାପଡ଼ି ନାହିଁ ।
ଏହା ପୂର୍ବରୁ ସୋମବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଘରୋଇ ହୋଟେଲ ଜଳି ଯାଇଥିଲା । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ତାରାପୀଠରେ ଏକ ଘରୋଇ ହୋଟେଲରେ ଅଗ୍ନିକାଣ୍ଡ ଘଟି ୬ ଜଣ ଆଖି ବୁଜିଥିଲେ ।
ଅଗ୍ନିଶମ ବିଭାଗ ଅନୁସାରେ, ତାରାପୀଠ ଥାନା ଅଞ୍ଚଳରେ ପୋଖରୀ କୂଳରେ ଥିବା ଏକ ହୋଟେଲର ତଳ ମହଲାରେ ସକାଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହା ଯାଉଛି । ଶ୍ରାବଣ ସୋମବାର ପାଇଁ ଅନେକ ତୀର୍ଥଯାତ୍ରୀ ହୋଟେଲରେ ଥିଲେ । ସକାଳେ ଅନେକ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories