Videos
|
National

Hotel Fire / ସକାଳୁ ସକାଳୁ ହୋଟେଲରେ ଅଗ୍ନିକାଣ୍ଡ; ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସକାଳୁ ସକାଳୁ ହୋଟେଲରେ ଅଗ୍ନିକାଣ୍ଡ; ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ
Hotel Blaze Claims Lives of 6 Pilgrims

Key Points

ହୋଟେଲରେ ଲାଗିଲା ନିଆଁ । ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ । ପଶ୍ଚିମବଙ୍ଗରେ ବୀରଭୂମ ଜିଲ୍ଲାର ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୬ ଜଣ ଆଖି ବୁଜିଛନ୍ତି ।
କୋଲକାତା: ସୋମବାର ସକାଳୁ ଭୟାବହ ଅଗ୍ନିକାଣ୍ଡ । ଘରୋଇ ହୋଟେଲରେ ଲାଗିଲା ନିଆଁ । ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ଘରୋଇ ହୋଟେଲରେ ଅଗ୍ନିକାଣ୍ଡ ଘଟି ୬ ଜଣ ଆଖି ବୁଜିଛନ୍ତି ।

ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଭୀଷଣ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଦୀର୍ଘ ସମୟର ପ୍ରୟାସ ପରେ ନିଆଁ ଆୟତ୍ତକୁ ଆସିଛି । ଆହତଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ସରକାରୀ ମେଡିକାଲ୍ କଲେଜ ସହ ଅନ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଅଗ୍ନିଶମ ବିଭାଗ ଅନୁସାରେ, ତାରାପୀଠ ଥାନା ଅଞ୍ଚଳରେ ପୋଖରୀ କୂଳରେ ଥିବା ଏକ ହୋଟେଲର ତଳ ମହଲାରେ ସକାଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହା ଯାଉଛି । ସୂଚନା ମିଳିବା ପରେ ତାରାପୀଠ ଓ ରାମପୁରହାଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୋମବାର ପାଇଁ ପ୍ରବଳ ଭିଡ଼

ଶ୍ରାବଣ ସୋମବାର ପାଇଁ ତାରାପୀଠରେ ପ୍ରବଳ ଭିଡ଼ ଲାଗି ରହିଛି । ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଆସିଥାନ୍ତା । ଏଠାରେ ମାଆ ତାରାଙ୍କ ସହ ଭଗବାନ ଶିବଙ୍କ ପୂଜା ଚନ୍ଦ୍ରଚୂଡ଼ ରୂପେ କରାଯାଇଥାଏ ।

ଏଥିସହ ପଢ଼ନ୍ତୁ: ଶ୍ରାବଣ ସୋମବାରରେ ଜଳାଭିଷେକ ବେଳେ ଅଘଟଣ; ଦଳାଚକଟାରେ ୭ ଶ୍ରଦ୍ଧାଳୁ ମୃତ 

ସୂଚନା ଅନୁସାରେ, ଶ୍ରାବଣ ସୋମବାର ପାଇଁ ଅନେକ ତୀର୍ଥଯାତ୍ରୀ ହୋଟେଲରେ ଥିଲେ । ସକାଳେ ଅନେକ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା । ତେବେ ମୃତାହତ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି ।

ସେପଟେ ବିହାରର ଲଖିସରାଇ ସ୍ଥିତ ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ଦଳାଚକଟାରେ ଆଖି ବୁଜିଛନ୍ତି ୭ ଜଣ ଶ୍ରଦ୍ଧାଳୁ । ସୂଚନା ଅନୁସାରେ, ଶ୍ରାବଣ ତୃତୀୟ ସୋମବାରରେ ଶିବଙ୍କ ନିକଟରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା । ବ୍ୟାରିକେଡ୍ ଦେଇ ଆଗକୁ ବଢ଼ୁଥିଲେ ଶ୍ରଦ୍ଧାଳୁ ।

ଆସ୍ଥା ଓ ବିଶ୍ଵାସର ସହ ଆଗକୁ ଭକ୍ତମାନେ ବଢ଼ୁଥିବା ବେଳେ ହଠାତ୍ ବିଦ୍ୟୁତ୍ ତାର୍ ଛିଡ଼ିବା ନେଇ କେହି ଗୁଜବ କରିଥିଲେ । ଆଉ ଜୀବନ ବିକଳରେ ବ୍ଯାରିକେଡ୍ ଭାଙ୍ଗି ଶ୍ରଦ୍ଧାଳୁ ଠେଲାପେଲା ହୋଇ ଦୌଡ଼ିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୨ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: