Videos
|
National

କୋଲକାତା ଦୁଷ୍କର୍ମ ; ଡେଡଲାଇନ୍ ଶେଷ ପରେ ବି କାର୍ଯ୍ୟରେ ଯୋଗ ଦେଲେନି ଡାକ୍ତର

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
କୋଲକାତା ଦୁଷ୍କର୍ମ ; ଡେଡଲାଇନ୍ ଶେଷ ପରେ ବି କାର୍ଯ୍ୟରେ ଯୋଗ ଦେଲେନି ଡାକ୍ତର

Key Points

  • ଡେଡଲାଇନ୍ ଟାଇମ୍ ଶେଷ ହେଲା
  • କାମକୁ ଫେରିଲେନି ଆର୍ ଜି କର୍ ମେଡିକାଲ ଛାତ୍ର
  • ଜାରୀ ରହିଲା ଆନ୍ଦୋଳନ

ଅର୍ଗସ ବ୍ୟୁରୋ : ବନ୍ଦ ହେଲାନି ଆନ୍ଦୋଳନ । ଥମିଲାନି ପ୍ରତିବାଦ । ସୁପ୍ରିମ କୋର୍ଟର ଡେଡଲାଇନ ଟାଇମ୍ ୫ ଟାରେ ଶେଷ ହେବା ପରେ ବି କୋଲକାତାରେ ଜାରୀ ରହିଛି ଆନ୍ଦୋଳନ । ଆନ୍ଦୋଳନ କାରୀ ଡାକ୍ତର ମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ।ସୁପ୍ରିମ କୋର୍ଟରେ କାଲି  ଶୁଣାଣି ରେ ଡାକ୍ତର ମାନଙ୍କୁ କାମକୁ ଫେରିବାକୁ ନିର୍ଦେଶ ଦେଇଥିଲେ ଚିଫ୍ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ । ଏବଂ ଏଥିପାଇଁ ନିର୍ଦ୍ଦାରିତ ସମୟ ଆଜି ସନ୍ଧ୍ୟା ୫ ଟାକୁ ଧାରର୍ଯ ରଖାଜାଇଥିଲା । କିନ୍ତୁ ସୁପ୍ରିମ କୋର୍ଟ ବିଚାରପତିଙ୍କ ନିର୍ଦେଶକୁ ମାନି ନାହାନ୍ତି ଆନ୍ଦୋଳନକାରୀ ଛାତ୍ର ଛାତ୍ରୀ । 

ଆନ୍ଦୋଳନ କାରୀ ଡାକ୍ତର ମାନେ ଆନ୍ଦୋଳନ ବନ୍ଦ କରିବା ପାଇଁ ୫ ଟି ସର୍ତ୍ତ ରଖିଛନ୍ତି । ଏଥିରେ ବଙ୍ଗାଲ ସ୍ବାସ୍ଥ୍ୟ ସଚିବଙ୍କ ଇସ୍ତଫା,ସ୍ବାସ୍ଥ୍ୟ ଶିକ୍ଷା ବିର୍ଦେଶକଙ୍କ ଇସ୍ତଫା,କୋଲକାତା ପୋଲିସ୍ ଚିଫ୍ଙକ ଇସ୍ତଫା, ରାଜ୍ୟର ସମସ୍ତ ହସ୍ପିଟାଲରେ ପେସେଣ୍ଟ ସର୍ଭିସ ର ସୁବିଧା, ଏବଂ ସିସି ଟିଭି ଲଗାଇବା  ପାଇଁ ଦାବି କରାଜାଇଛି । ଆର୍ ଜି କର୍ ମେଡିକାଲ କଲେଜର ପୂର୍ବ ପ୍ରିନସିପାଲ ସନ୍ଦିପ ଘୋଷ ଙ୍କୁ ଅର୍ଥ ଅନିଯମିତା ମାମଲାରେ ଆଜି ସିବିଆଇ କୋର୍ଟ ଦ୍ବାରା ସେପ୍ଟେମ୍ବର ୨୩ ଜାଏ ଜୁଡିସିଆଲ କଷ୍ଟାଡିକୁ ପଠାଜାଇଛି । ତାଙ୍କ ସହିତ ତାଙ୍କ ସହଜୋଗୀ ୩ ଜଣ ମଧଯ ଗିରଫ ହୋଇଛନ୍ତି । 

ଅଧିକ ପଢନ୍ତୁ : ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ପ୍ରଦର୍ଶନ କରୁଥିବା ଜୁନିଅର ଡାକ୍ତରମାନେ ଆଜି  ବଂଙ୍ଗାଲ ସ୍ବାସ୍ଥ ଭବନ ପର୍ଯନ୍ତ ରାଲି କରିଛନ୍ତି.. ଏବଂ ମମାମଲାର ଜଥା ଶୀଘ୍ର ଜାଂଚ କରିବାକୁ ପୁଣି ଥରେ ଦାବି ଜୋର କରିଛନ୍ତି.. ସେପଟ୍େମ୍ବର ୯ରେ ଶୁଣାଣି ସମୟରେ ସିବିଆଇ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସହିତ 27 ମିନିଟର ଭିଡିଓ ଫୁଟେଜ ଦାଖଲ କରାଯାଇଥିଲା । ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ ।  ଶୁଣାଣି ପରେ ସୁପ୍ରିମ କୋର୍ଟ ର ପ୍ରଧାନନ ବିଚାରପତି ଡାକ୍ତରୀ ଛାତ୍ର ମାନଙ୍କୁ ସେପ୍ଟେମ୍ବର ୧୦ ୫ ଟା ସୁଦ୍ଧା କାମକୁ ଫେତିବାକୁ ନିର୍ଦେଶ ଦେ୩ଇଥିଲେ..କିନ୍ତୁ ଆଜି ସେହି ନିର୍ଦେଶକୁ ମାନି ନାହାନ୍ତି ଡାକ୍ତରମାନେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kolkata Mischief; doctors are did not join the work even after the supreme court's deadline | Argus News