କଲିକତା ଦୁଷ୍କର୍ମ ମାମଲା ; ସିବିଆଇକୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ : ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣି। ଶୁଣାଣି କରୁଛନ୍ତି ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ। କୋଲକାତା ଟ୍ରେନିଂ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିବାଦ ବଢ଼ିବା ପରେ ନିଜ ଆଡୁ ସ୍ବତଃ ସଜ୍ଞାନ ନେଇଥିଲେ ସର୍ବୋଚ୍ଚ ଅଦାଲତ। ପ୍ରଥମେ ଏହି ମାମଲାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା, ପରେ ଘଟଣା ଘଟିଥିବା ହଲର କାନ୍ଥ ଭାଙ୍ଗି ଦିଆଯାଇଥିଲା। ଯାହାକୁ ରିକନଷ୍ଟ୍ରକ୍ସନ କରାଯାଉଥିବାର କାରଣ ଦର୍ଶାଇଥିଲେ କଲେଜ କର୍ତ୍ତୃପକ୍ଷ। ଏହା ବାଦ୍ ଏହି ଅପରାଧରେ ସବୁ ଏଭିଡେନ୍ସ ନଷ୍ଟ କରାଯାଇଥିବାର ଅଭିଯୋଗ ଆଣିଥିଲା ମହିଳା କମିଶନ। ମାମଲା ଅଧିକ ବିବାଦୀୟ ହେବା ପରେ ପ୍ରତିବାଦ ତେଜିଥିଲା। ପୁଣି ପ୍ରତିବାଦକାରୀଙ୍କ ଉପରେ ରାତିଅଧିଆ ଆକ୍ରମଣ ଭଳି ଘଟଣା ଏହି ଦୁଷ୍କର୍ମ କାଣ୍ଡରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଆଡ଼କୁ ନିର୍ଦ୍ଦେଶ କରୁଥିବା ବେଳେ ମାମଲା ଆହୁରି ଅଧିକ ବିବାଦ ଘେରକୁ ଆସିଥିଲା ।
ଅଧିକ ପଢନ୍ତୁ : କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଆଜି ଶୁଣାଣି
ଯାହାକୁ ଦେଖି ନିଜ ଆଡୁ ମାମଲାରେ ସ୍ବତଃ ସଜ୍ଞାନ ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ସେପଟେ ଆଜି ସିବିଆଇ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ହେବ । ସିବିଆଇ ସାଇକୋଲୋଜିକାଲ ଟେଷ୍ଟ କରି ସାରିଥିବା ବେଳେ ଆଜି ପଲିଗ୍ରାଫ୍ ଟେଷ୍ଟ କରିବା ନେଇ ସୂଚନା ରହିଛି। ଏଥିପାଇଁ କୋଲକତା ହାଇକୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି । ସେପଟେ ଘଟଣାକୁ ନେଇ ଦେଶ ସାରା ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ମେଡିକାଲରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି ।ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିଛି । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ।