Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Lionel Messi Kolkatta Event / କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମ ହଙ୍ଗାମା ଉପରେ ପୋଲିସର ବଡ଼ ଆକ୍ସନ, ମୁଖ୍ୟ ଆୟୋଜକ ଗିରଫ

Ritu Das
Browse all articles by Ritu Das
·7 months ago·3 min read
କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମ ହଙ୍ଗାମା ଉପରେ ପୋଲିସର ବଡ଼ ଆକ୍ସନ, ମୁଖ୍ୟ ଆୟୋଜକ ଗିରଫ
messi

Key Points

କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଶନିବାର ପ୍ରସିଦ୍ଧ ଫୁଟବଲର୍ ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଉପରେ ପୋଲିସ ଆକ୍ସନ ନେଇଛି ।
କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଶନିବାର ପ୍ରସିଦ୍ଧ ଫୁଟବଲର୍ ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଉପରେ ପୋଲିସ ଆକ୍ସନ ନେଇଛି । ମୁଖ୍ୟ ଆୟୋଜକ ସତାନ୍ଦ୍ରୁ ଦତ୍ତାଙ୍କୁ ବିମାନ ବନ୍ଦରରୁ ଗିରଫ କରାଯାଇଛି । ଡିଜି ରାଜୀବ କୁମାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭରଷା ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି ଯେ ଦର୍ଶକଙ୍କ ଟିକେଟ୍ ଟଙ୍କା ଫେରସ୍ତ କରାଯିବା ଦରକାର ।



ସଲ୍ଟ ଲେକ୍ ଇଭେଣ୍ଟରେ ହୋଇଥିବା ବିଶୃଙ୍ଖଳା ଉପରେ ପୋଲିସ ଏଡିଜି ଜାଭେଦ ଶାମିମ କହିଛନ୍ତି, "ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ । ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଚାଲିଛି । ଏକ ଏଫ୍ଆଇଆର୍ ହୋଇଛି ଏବଂ ମୁଖ୍ୟ ଆୟୋଜକଙ୍କୁ ଗିରଫ କରାଯାଇଛି । ଆୟୋଜକମାନେ ପ୍ରଶଂସକମାନଙ୍କୁ ଟିକେଟ୍ ଫି’ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଦେଖାଯାଉ ଏହା କିପରି ସମ୍ଭବ ହେଉଛି ।"



ଜାଭେଦ ଶାମିମ ଆହୁରି କହିଛନ୍ତି, "ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ପଡ଼ିବ । ଏହାକୁ ଧ୍ୟାନରେ ରଖାଯାଇଛି । ଯାତାୟାତ ସ୍ୱାଭାବିକ ଅଛି । ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ଘଟଣାଟି ସଲ୍ଟ ଲେକ୍ ଷ୍ଟାଡିୟମରେ ହିଁ ସୀମିତ ରହିଛି । ଏହା ଏକ ବଡ଼ ଘଟଣା । ଆମେ ଏହି ଘଟଣାରେ ସକ୍ରିୟ ଅଛୁ । ସଲ୍ଟ ଲେକ୍ ଷ୍ଟାଡିୟମରେ ଯାହା ଘଟିଲା ସେଥିପାଇଁ ଯିଏ ଦାୟୀ ତାଙ୍କୁ ଦଣ୍ଡିତ ଦିଆଯିବ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ସମସ୍ତ ପ୍ରକାରର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବୁ।"

ଏହାସହ ପଢ଼ନ୍ତୁ: ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଖଣ୍ଡଯୁଦ୍ଧ, ଫିଙ୍ଗିଲେ ବୋତଲ ଓ ଚେୟାର...କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ


ଡିଜିପି ରାଜୀବ କୁମାର କହିଛନ୍ତି, ପ୍ରଶଂସକଙ୍କ ମଧ୍ୟରେ କିଛି ରାଗ କିମ୍ବା ଚିନ୍ତା ଥିଲା, କାରଣ ସେମାନେ ଅଭିଯୋଗ କରୁଥିଲେ ଯେ ମେସି ନଜର ଆସୁନଥିଲେ । ଯୋଜନା ଥିଲା ସେ ଏଠାକୁ ଆସିବେ, ହାତ ହଲାଇବେ, କିଛି ଲୋକଙ୍କୁ ଭେଟିବେ ଏବଂ ତା'ପରେ ଚାଲିଯିବେ । ସରକାର ଏବେ ସମସ୍ତ ଦିଗର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ଆୟୋଜକଙ୍କ ପକ୍ଷରୁ କୌଣସି ଭୁଲ ହୋଇଛି କି ନାହିଁ ତାହା ଦେଖାଯିବ । ଆୟୋଜକମାନେ ଲିଖିତ ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନେ ବିକ୍ରି ହୋଇଥିବା ଟିକେଟ୍ ଫେରସ୍ତ କରିବେ । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି।
ଉଲ୍ଲେଖନୀୟ ଯେ ଫୁଟବଲ୍ ସୁପରଷ୍ଟାର ଲିଓନେଲ୍ ମେସି ହଠାତ୍ ଷ୍ଟାଡିୟମ ଛାଡିବା ସମୟରେ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାର ଫୁଟବଲ୍ ଖେଳାଳିଙ୍କୁ ଦେଖିବା ପାଇଁ ହଜାର ହଜାର ଟଙ୍କାରେ ଟିକେଟ୍ କିଣିଥିଲେ । ମେସି ଷ୍ଟାଡିୟମରୁ ଶୀଘ୍ର ଚାଲିଯିବା ପରେ, ପ୍ରଶଂସକମାନେ ଚେୟାର ଏବଂ ବୋତଲ ଫିଙ୍ଗି ପ୍ରତିବାଦ କରିଥିଲେ।



ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଶୃଙ୍ଖଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ଯୋଗୁଁ ହୋଇଥିବା ବିଶୃଙ୍ଖଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ସେ କହିଛନ୍ତି, "ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖାଯାଇଥିବା ବିଶୃଙ୍ଖଳା ଦେଖି ମୁଁ ଗଭୀର ଭାବରେ ବିଚଳିତ ଏବଂ ମର୍ମାହତ। ମୁଁ ହଜାର ହଜାର କ୍ରୀଡ଼ା ପ୍ରେମୀ ଏବଂ ପ୍ରଶଂସକଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲି ଯେଉଁମାନେ ସେମାନଙ୍କର ପ୍ରିୟ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ଏକ ଝଲକ ଦେଖିବାକୁ ଏକାଠି ହୋଇଥିଲେ।"
ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ସମସ୍ତ କ୍ରୀଡ଼ା ପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କ ସହିତ ଲିଓନେଲ୍ ମେସିଙ୍କୁ କ୍ଷମା ପ୍ରାର୍ଥନା କରୁଛି।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Salt Lake Stadium Violence: Main Organiser Arrested | Argus News