Bollywood Controversy / 'ଯେଉଁ ସ୍ତ୍ରୀ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଛି...' କୋମଲ ଆଣିଲେ ବଡ଼ ଅଭିଯୋଗ
·1 hour ago·2 min read

Key Points
ବଲିଉଡର ଅଭିନେତା ଗୋବିନ୍ଦାଙ୍କୁ ହତ୍ୟା ଉଦ୍ୟମ !
ପତ୍ନୀ ସୁନୀତା କରୁଛନ୍ତି ହତ୍ୟା ଉଦ୍ୟମ
ଅଭିଯୋଗ ଆଣିଲେ ଗୋବିନ୍ଦାଙ୍କ ଗାର୍ଲଫ୍ରେଣ୍ଡ କୋମଲ

ମୁମ୍ବାଇ,୨୬/୦୯: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କୁ ହତ୍ୟା ଉଦ୍ୟମ। ଅନ୍ୟ କେହିଁ ନୁହେଁ ଖୋଦ ତାଙ୍କ ପତ୍ନୀ ସୁନୀତା କରୁଛନ୍ତି ହତ୍ୟା ଉଦ୍ୟମ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗୋବିନ୍ଦାଙ୍କ ଗାର୍ଲଫ୍ରେଣ୍ଡ କୋମଲ।
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ଚାଲିଥିବା ଗୁଜବ ଏବେ ନୂଆ ମୋଡ଼ ନେଇଛି। ବିଶେଷ କରି ଅଭିନେତାଙ୍କ ସହ-ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଏହି ମାମଲା ଗ୍ଲାମର ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ବିଷୟ ପାଲଟିଛି।
ଲାଲବାଗ ରାଜାଙ୍କ ଦର୍ଶନ ପରେ ବଢ଼ିଲା ଚର୍ଚ୍ଚା
ନିକଟରେ ଗୋବିନ୍ଦାଙ୍କୁ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ କରୁଥିବା ଦେଖାଯାଇଥିଲା। ଦୁହେଁ ଏକାଠି ବାପ୍ପାଙ୍କ ଆଶୀର୍ବାଦ ନେଇଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପତ୍ନୀ ସୁନୀତାଙ୍କ ମନ୍ତବ୍ୟରେ ରହସ୍ୟମୟ ଇଙ୍ଗିତ!
କୋମଲଙ୍କ ସହ ଗୋବିନ୍ଦାଙ୍କୁ ଦେଖିବା ପରେ ସୁନୀତା ଆହୁଜାଙ୍କ ଏକ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାରେ ଆସିଥିଲା। କୋମଲଙ୍କ ନାମ ନନେଇ ସୁନୀତା ନିଜ ଜୀବନରେ ଥିବା କିଛି ‘ଭୂତ’ ବିଷୟରେ କହିଥିଲେ। ଏହା ସହ ସେ ଦେବୀ କାଳୀଙ୍କ ନିକଟରେ ନିଜ ଘର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ ପ୍ରାର୍ଥନା କରିଥିବା ମଧ୍ୟ ଚର୍ଚ୍ଚାରେ ରହିଛି।
ପଢନ୍ତୁ ଏହି ଖବର: ରିଲ୍ସରେ ଦାମୀ ଅଳଙ୍କାର ଦେଖାଇବା ପଡ଼ିଲା ମହଙ୍ଗା, ଗାଏବ ହୋଇଗଲା ସୁନା
କୋମଲ ଦେଲେ ପାଲଟା ଜବାବ
ଏହାପରେ କୋମଲ ରାଣୀ ସ୍ୱର୍ଣ୍ଣକର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ପାଲଟା ଜବାବ ଦେଇଛନ୍ତି। ଯଦିଓ ସେ ସୁନୀତାଙ୍କ ନାମ ସିଧାସଳଖ ନେଇନଥିଲେ, ତାଙ୍କ ପୋଷ୍ଟର ଭାଷାକୁ ନେଇ ଏହା ସୁନୀତାଙ୍କ ମନ୍ତବ୍ୟର ଉତ୍ତର ବୋଲି ଚର୍ଚ୍ଚା ହେଉଛି। କୋମଲଙ୍କ ଅଭିଯୋଗ ଅନୁସାରେ, ବର୍ଷ ବର୍ଷ ଧରି ଯେଉଁ ମହିଳା ନିଜ ସ୍ୱାମୀଙ୍କୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରେ ତାଙ୍କ ଅଭିଶାପର କୌଣସି ପ୍ରଭାବ ନାହିଁ। ‘ଘର ଭାଙ୍ଗିବା’ ଭଳି ଟ୍ୟାଗ୍କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
‘ସବୁକିଛି ଜାଣିନି ନିଷ୍ପତ୍ତି ନିଅନ୍ତୁ ନାହିଁ’

କୋମଲ ନିଜ ପୋଷ୍ଟରେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଘଟଣା ଏବଂ ପରିସ୍ଥିତି ନଜାଣି କେବଳ ଜଣେ ବ୍ୟକ୍ତିଙ୍କ କଥା ଶୁଣି କାହା ବିଷୟରେ ଧାରଣା କରିବା ଉଚିତ ନୁହେଁ। ସେ ସୁନୀତାଙ୍କ ବ୍ୟକ୍ତିଗତ କଥା ସାର୍ବଜନୀନ ହେବାର କାରଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିବା କୁହାଯାଉଛି। ଗୋବିନ୍ଦାଙ୍କ ସହ ନିଜ ସମ୍ପର୍କକୁ ନେଇ ସୁନୀତା ସାର୍ବଜନୀନ ଭାବେ କହି ସମବେଦନା ହାସଲ କରିବାକୁ ଚାହୁଁଥିବା ନେଇ ମଧ୍ୟ କୋମଲ ଦାବି କରିଥିବା ଚର୍ଚ୍ଚା ହେଉଛି।
ଏବେ ନଜର ସୁନୀତାଙ୍କ ପରବର୍ତ୍ତୀ ପ୍ରତିକ୍ରିୟା ଉପରେ
କୋମଲଙ୍କ ଏହି ମନ୍ତବ୍ୟ ପରେ ଗୋବିନ୍ଦା-ସୁନୀତାଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା ତୀବ୍ର ହୋଇଛି। ତେବେ କୋମଲଙ୍କ ପୋଷ୍ଟ ଉପରେ ସୁନୀତା ଆହୁଜା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି।

Related Topics
Explore more stories