Kriti Wedding Rumours / ୯ ବର୍ଷ ସାନ ବିଜନେସମ୍ୟାନଙ୍କ ପ୍ରେମରେ କୃତି ! ବିବାହକୁ ନେଇ ବଢ଼ିଲା ଚର୍ଚ୍ଚା
·27 mins ago·2 min read

Key Points
୯ ବର୍ଷ ସାନ ବିଜନେସମ୍ୟାନଙ୍କ ପ୍ରେମରେ କୃତି !
ବଲିଉଡ ଅଭିନେତ୍ରୀ କୃତି ସାନନ
ୟୁକେର ବିଜନେସମ୍ୟାନ୍ କବୀର ଦାହିୟା
ବିବାହକୁ ନେଇ ବଢ଼ିଲା ଚର୍ଚ୍ଚା
ବଲିଉଡ ଅଭିନେତ୍ରୀ କୃତି ସାନନ
ୟୁକେର ବିଜନେସମ୍ୟାନ୍ କବୀର ଦାହିୟା
ବିବାହକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ବଲିଉଡ୍ର ଗ୍ଲାମରସ୍ ଅଭିନେତ୍ରୀ କୃତି ସାନନ୍ଙ୍କ ପ୍ରେମ ଜୀବନକୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା। ପରଦାରେ ନିଜ ଅଭିନୟ ଓ ଗ୍ଲାମରସ୍ ଅନ୍ଦାଜରେ ଦର୍ଶକଙ୍କ ହୃଦୟ ଜିତୁଥିବା କୃତି ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟ୍ରେ। କାରଣ ତାଙ୍କ କଥିତ ପ୍ରେମିକ ତଥା ୟୁକେର ବିଜନେସମ୍ୟାନ୍ କବୀରଙ୍କ ଜନ୍ମଦିନରେ ଅଭିନେତ୍ରୀ ଯେଉଁଭଳି ଭାବେ ଭଲପାଇବା ଜାହିର କରିଛନ୍ତି, ତାହା ଫ୍ୟାନ୍ଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଛି।
ଗତକାଲି ଥିଲା କବୀରଙ୍କ ଜନ୍ମଦିନ। ଏହି ବିଶେଷ ଦିନରେ କୃତି ନିଜ ସୋସିଆଲ ମିଡିଆ ଷ୍ଟୋରୀରେ କବୀରଙ୍କ ଏକ ସୁନ୍ଦର ଫଟୋ ସେୟାର କରିଥିଲେ। ସୂର୍ଯ୍ୟାସ୍ତର ମନୋରମ ପୃଷ୍ଠଭୂମିରେ ପୋଜ୍ ଦେଉଥିବା କବୀରଙ୍କ ଫଟୋ ସହ କୃତି ଲେଖିଥିଲେ, 'ହାପି ବର୍ଥଡେ କ୍ୟୁଟି'। କୃତିଙ୍କ ଏହି ଛୋଟିଆ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବଡ଼ ଚର୍ଚ୍ଚାର ବିଷୟ। ଫ୍ୟାନ୍ମାନେ ଏହାକୁ କେବଳ ଜନ୍ମଦିନର ଶୁଭେଚ୍ଛା ନୁହେଁ, ବରଂ ତାଙ୍କ ପ୍ରେମର ଏକ ସ୍ପେଶାଲ ଇସାରା ବୋଲି ଦେଖୁଛନ୍ତି।
୯ ବର୍ଷର ବୟସ ବ୍ୟବଧାନ
ଏହି ଯୋଡ଼ିକୁ ନେଇ ଚର୍ଚ୍ଚାର ଆଉ ଏକ ବଡ଼ କାରଣ ହେଉଛି ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ। କୃତିଙ୍କ ଜନ୍ମ ୨୭ ଜୁଲାଇ ୧୯୯୦ରେ ହୋଇଥିବାବେଳେ କବୀର ନଭେମ୍ବର ୧୯ରେ ନିଜର ୨୭ତମ ଜନ୍ମଦିନ ପାଳନ କରିଛନ୍ତି। ଅର୍ଥାତ୍ ଉଭୟଙ୍କ ମଧ୍ୟରେ ପ୍ରାୟ ୯ ବର୍ଷର ବୟସ ବ୍ୟବଧାନ ରହିଛି। କୃତିଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ବିବାହକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିଛି ୟୁଜର ଏହି ଯୋଡ଼ିଙ୍କୁ ନେଇ ଉତ୍ସାହ ପ୍ରକାଶ କରିଥିବାବେଳେ ଆଉ କିଛି ପ୍ରଶଂସକ ଦୁହେଁ କେବେ ବିବାହ କରିବେ ବୋଲି ପ୍ରଶ୍ନ କରିଛନ୍ତି।
ପଢନ୍ତୁ ଏହି ଖବର: ବଲିଉଡ୍ର ଚାକଚକ୍ୟଠାରୁ ଦୂରେଇ ଆଧ୍ୟାତ୍ମିକତାରେ ମନ ! ଆଶ୍ରମରେ ଗୁପ୍ତ ବିବାହ କଲେ ଏହି ଅଭିନେତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ରୁ ଆରମ୍ଭ ପ୍ରେମ ଚର୍ଚ୍ଚା!
କୃତି ଓ କବୀରଙ୍କ ସମ୍ପର୍କକୁ ନେଇ ଗୁଜବ ୨୦୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ଲଣ୍ଡନରେ ଉଭୟଙ୍କ ହାତ ଧରାଧରି ହୋଇ ବୁଲୁଥିବାର ଏକ ଫଟୋ ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ପରେ ଗ୍ରୀସର ମାଇକୋନୋସରେ ଏକାଠି ଛୁଟି କାଟିବା ଓ କୃତିଙ୍କ ଜନ୍ମଦିନ ପାଳନ କରିବା ଖବର ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା।
ତେବେ ଏତେସବୁ ଚର୍ଚ୍ଚା ଓ ସୋସିଆଲ ମିଡିଆରେ ଇସାରା ସତ୍ତ୍ୱେ କୃତି କିମ୍ବା କବୀର କେହି ମଧ୍ୟ ନିଜ ସମ୍ପର୍କକୁ ନେଇ ଆନୁଷ୍ଠାନିକ ଭାବେ କିଛି କହିନାହାନ୍ତି। ଏବେ ପ୍ରଶ୍ନ ହେଉଛି, କୃତିଙ୍କ ଏହି 'କ୍ୟୁଟି' ପୋଷ୍ଟ ପରେ ତାଙ୍କ ପ୍ରେମ କାହାଣୀରେ ଆସିବ କି ନୂଆ ମୋଡ଼? ଫ୍ୟାନ୍ମାନେ ଅପେକ୍ଷା କରିଛନ୍ତି ଏହି ଯୋଡ଼ିଙ୍କ ଆଗାମୀ ଖୁଲାସାକୁ।

Related Topics
Explore more stories