Videos
|
National

Celebrity Wedding / ବଲିଉଡ୍‌ର ଚାକଚକ୍ୟଠାରୁ ଦୂରେଇ ଆଧ୍ୟାତ୍ମିକତାରେ ମନ ! ଆଶ୍ରମରେ ଗୁପ୍ତ ବିବାହ କଲେ ଏହି ଅଭିନେତ୍ରୀ

Bikash Mohanty
Browse all articles by Bikash Mohanty
·1 hour ago·3 min read
ବଲିଉଡ୍‌ର ଚାକଚକ୍ୟଠାରୁ ଦୂରେଇ ଆଧ୍ୟାତ୍ମିକତାରେ ମନ ! ଆଶ୍ରମରେ ଗୁପ୍ତ ବିବାହ କଲେ ଏହି ଅଭିନେତ୍ରୀ
Preetika

Key Points

ଗୁପ୍ତରେ ଏକ ଆଶ୍ରମରେ ବିବାହ କଲେ ଅଭିନେତ୍ରୀ ପ୍ରୀତିକା
ବଲିଉଡ୍‌ର ଚାକଚକ୍ୟଠାରୁ ଦୂରେଇ ଗୁପ୍ତରେ କଲେ ବିବାହ
ବେଙ୍ଗାଲୁରୁର ଆର୍ଟ ଅଫ୍ ଲିଭିଙ୍ଗ ଆଶ୍ରମରେ କଲେ ବିବାହ
ବେଙ୍ଗାଲୁରୁ: ଟେଲିଭିଜନ ଦୁନିଆରେ ନିଜର ସୌନ୍ଦର୍ଯ୍ୟ, ଗ୍ଲାମରସ୍ ଅନ୍ଦାଜ ଓ ଦମ୍‌ଦାର ଅଭିନୟ ପାଇଁ ଦିନେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଛୋଟ ପରଦାରେ ତାଙ୍କ ଉପସ୍ଥିତି ଥିଲା ଖୁବ୍ ଆକର୍ଷଣୀୟ। କିନ୍ତୁ ଏବେ ତାଙ୍କ ଜୀବନର ଗତିପଥ ବଦଳିଯାଇଛି। ବଲିଉଡ୍‌ର ଚାକଚକ୍ୟଠାରୁ ଦୂରେଇ, ଗୁପ୍ତରେ ଏକ ଆଶ୍ରମରେ ବିବାହ କଲେ ଅଭିନେତ୍ରୀ ପ୍ରୀତିକା ରାଓ।
‘ବେଇନ୍ତେହା’ ଏବଂ ‘ଲଭ୍ କା ହୈ ଇନ୍ତଜାର’ ଭଳି ଟେଲିଭିଜନ ଶୋ' ଜରିଆରେ ଲୋକପ୍ରିୟତା ହାସଲ କରିଥିବା ପ୍ରୀତିକା ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଲାଇମଲାଇଟ୍‌ଠାରୁ ଦୂରରେ ରଖିଆସିଛନ୍ତି। ନିକଟରେ ତାଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି।

ବ୍ୟାଣ୍ଡ-ବାଜା ନୁହେଁ, ଆଶ୍ରମରେ ପାରମ୍ପରିକ ବିବାହ

ସାଧାରଣତଃ ସେଲିବ୍ରିଟିଙ୍କ ବିବାହ କହିଲେ ଆଖି ଝଲସାଇ ଦେବା ଭଳି ସାଜସଜ୍ଜା, ଦାମୀ ପୋଷାକ, ବଡ଼ ବଡ଼ ଷ୍ଟାରଙ୍କ ଉପସ୍ଥିତି ଓ ଭବ୍ୟ ଆୟୋଜନ କଥା ମନକୁ ଆସେ। କିନ୍ତୁ ପ୍ରୀତିକା ଏହି ଧାରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ବାଛିଥିଲେ। ସେ ଦକ୍ଷିଣ ଭାରତୀୟ ତାମିଲ ପରମ୍ପରା ଅନୁସାରେ ବେଙ୍ଗାଲୁରୁର ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟରରେ ବିବାହ କରିଥିବା ଖବର ରହିଛି।

ଏହି ବିଶେଷ ଉତ୍ସବରେ କେବଳ ପରିବାର ସଦସ୍ୟ ଓ ନିକଟତମ ବନ୍ଧୁମାନେ ସାମିଲ ହୋଇଥିଲେ। ସବୁଠାରୁ ଖାସ୍ କଥା ହେଉଛି, ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତି ଓ ଆଶୀର୍ବାଦ ଏହି ବିବାହକୁ ଆହୁରି ସ୍ୱତନ୍ତ୍ର କରିଥିଲା। ଅଭିନେତ୍ରୀଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୀମା ସରହଦ ଭୁଲି ଏକାଠି ହେଲେ ଭାରତ, ପାକିସ୍ତାନ ଓ ବାଂଲାଦେଶର ସୁନ୍ଦରୀ, ମିସ୍ ୟୁନିଭର୍ସ ମଞ୍ଚରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ

କିପରି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ?

ନିଜ ସ୍ୱାମୀଙ୍କ ପରିଚୟ ଓ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରୀତିକା ଅଧିକ କିଛି ପ୍ରକାଶ କରିନାହାନ୍ତି। ତେବେ ନିଜ ପ୍ରେମ କାହାଣୀର କିଛି ରୋଚକ ଦିଗ ସେୟାର କରିଛନ୍ତି। ଏକ ପାର୍ଟିରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। କଥାବାର୍ତ୍ତା ସମୟରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମାଆ ଭବିଷ୍ୟତର ସ୍ୱାମୀଙ୍କ ପରିବାରର ଜଣେ ପୁରୁଣା ବନ୍ଧୁ ଥିଲେ। ଏପରିକି ତାଙ୍କ ସ୍ୱାମୀ ପିଲାଦିନରୁ ତାଙ୍କ ମାଆଙ୍କୁ ଜାଣିଥିଲେ। ପ୍ରଥମେ ବନ୍ଧୁତାରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ପରେ ଏକ ସୁନ୍ଦର ଜୀବନସାଥୀର ବନ୍ଧନରେ ପରିଣତ ହୋଇଥିଲା। ଉଭୟଙ୍କର ସମାନ ବିଶ୍ୱାସ, ପାରମ୍ପରିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ରୁଚି ଏହି ସମ୍ପର୍କକୁ ଆହୁରି ମଜଭୁତ କରିଥିଲା।

କାହିଁକି ଗୁପ୍ତ ରଖିଥିଲେ ବିବାହ?

ସେଲିବ୍ରିଟିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିବା ବେଳେ ପ୍ରୀତିକା କିନ୍ତୁ ନିଜ ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରିଥିଲେ। ତାଙ୍କ ମତରେ, ବିବାହ ହେଉଛି ଜୀବନର ଏକ ପବିତ୍ର ଓ ବ୍ୟକ୍ତିଗତ ମୁହୂର୍ତ୍ତ। ଏହାକୁ ଅଯଥା ଚର୍ଚ୍ଚା ଓ ସାଧାରଣ ଲୋକଲୋଚନରୁ ଦୂରେଇ ରଖିବା ହିଁ ଭଲ। ତେଣୁ ଭବ୍ୟ ଆୟୋଜନ କିମ୍ବା ମିଡିଆର ଉପସ୍ଥିତି ବଦଳରେ ସେ ନିଜ ପରିବାର ଓ ଆପଣାର ଲୋକଙ୍କ ଗହଣରେ ଏହି ଦିନକୁ ସ୍ମରଣୀୟ କରିଥିଲେ।

ଅଭିନୟ ଛାଡ଼ି ଏବେ ଆଧ୍ୟାତ୍ମିକତାରେ ମନ

ପ୍ରୀତିକା ୨୦୧୮ ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ। ତେବେ ମନୋରଞ୍ଜନ ଜଗତ ସହ ସମ୍ପର୍କ ସମ୍ପୂର୍ଣ୍ଣ ଛିନ୍ନ କରିନଥିଲେ। ଅଭିନୟ ବଦଳରେ ସେ ଡିଜିଟାଲ କଣ୍ଟେଣ୍ଟ, ପୋଡକାଷ୍ଟ, ସାକ୍ଷାତକାର ଓ ପ୍ରଯୋଜନା ଦିଗରେ ନିଜର ରୁଚି ବଢ଼ାଇଥିଲେ। ଧୀରେ ଧୀରେ ଏହି କ୍ଷେତ୍ରରେ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ। ବର୍ତ୍ତମାନ ତାଙ୍କର ଅଧିକ ଆଗ୍ରହ ଆଧ୍ୟାତ୍ମିକତା, ଜ୍ୟୋତିଷ ଓ ଭାରତୀୟ ସଂସ୍କୃତି ସମ୍ପର୍କିତ ବିଷୟବସ୍ତୁରେ ରହିଛି। ପ୍ରାଚୀନ ଭାରତୀୟ ଜ୍ଞାନ ଓ ସଂସ୍କୃତିକୁ ବିଶ୍ୱର ଦର୍ଶକଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଏକ ପ୍ରମୁଖ ଲକ୍ଷ୍ୟ।

ପୁଣି ପରଦାକୁ ଫେରିବେ କି ପ୍ରୀତିକା?

ପ୍ରଶଂସକଙ୍କ ମନରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ, ପ୍ରୀତିକା ପୁଣି ଅଭିନୟ ଜଗତକୁ ଫେରିବେ କି? ତେବେ ଏବେ ତାଙ୍କର ଫୋକସ୍ ଅଭିନୟ ଅପେକ୍ଷା ଆଧ୍ୟାତ୍ମିକତା ଓ ଡିଜିଟାଲ କଣ୍ଟେଣ୍ଟ ଉପରେ ରହିଛି। ଏକଦା ଗ୍ଲାମରସ୍ ଅନ୍ଦାଜରେ ଦର୍ଶକଙ୍କୁ ମତୁଆଲା କରୁଥିବା ଏହି ଅଭିନେତ୍ରୀ ଏବେ ନିଜ ଜୀବନକୁ ଏକ ନୂଆ ଦିଗ ଦେଇଛନ୍ତି। ତାଙ୍କର ଏହି ପରିବର୍ତ୍ତିତ ଜୀବନଶୈଳୀ ଓ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।