Videos
|
National

KSRTC bus fare hike / ବସ୍ ଯାତ୍ରା ହେଲା ମହଙ୍ଗା; ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସରକାରୀ ବସ୍ ଭଡ଼ା

Subhramjit Ray
Browse all articles by Subhramjit Ray
·1 hour ago·2 min read
ବସ୍ ଯାତ୍ରା ହେଲା ମହଙ୍ଗା; ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସରକାରୀ ବସ୍ ଭଡ଼ା
KSRTC Karnataka bus fare hike

Key Points

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କର୍ଣ୍ଣାଟକ ମନ୍ତ୍ରୀ କହିଛନ୍ତି ଯେ ତାମିଲନାଡୁ ଏବଂ ମହାରାଷ୍ଟ୍ର ସରକାର ମଧ୍ୟ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସେଥିପଇଁ ଆମେ ମଧ୍ୟ ବସ୍ ଭଡା ବୃଦ୍ଧି କରୁଛୁ।
କର୍ଣ୍ଣାଟକରେ ଏବେ ବସ୍ ଯାତ୍ରା ମହଙ୍ଗା ହୋଇଯାଇଛି। ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି। କର୍ଣ୍ଣାଟକ ପରିବହନ ମନ୍ତ୍ରୀ ବାୟରାଥି ସୁରେଶ ରାଜ୍ୟର ସମସ୍ତ ଚାରୋଟି ସରକାରୀ ପରିବହନ ନିଗମ ଦ୍ୱାରା ପରିଚାଳିତ ବସ୍ ପାଇଁ ଭଡ଼ା ବୃଦ୍ଧି ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ (KSRTC) ପାଇଁ ଭଡ଼ା ସର୍ବାଧିକ ୯ ଟଙ୍କା ବୃଦ୍ଧି କରାଯାଇଛି। ଯେତେବେଳେ ବେଙ୍ଗାଲୁରୁ ମହାନଗର ପରିବହନ ନିଗମ (BMTC) ସିଟି ବସ୍ ପାଇଁ ଭଡ଼ା ସର୍ବାଧିକ ୧୦ ଟଙ୍କା ବୃଦ୍ଧି କରାଯାଇଛି। ସଂଶୋଧିତ ଭଡ଼ା ବୁଧବାର ମଧ୍ୟରାତ୍ରୀରୁ କାର୍ଯ୍ୟକାରୀ ହେବ।

BMTC ବସ୍ ଭଡ଼ା ୧୦ ଟଙ୍କା ବୃଦ୍ଧି ପାଇଛି
କର୍ଣ୍ଣାଟକ ପରିବହନ ମନ୍ତ୍ରୀ ବାୟରାଥି ସୁରେଶ କହିଛନ୍ତି ଯେ ରାଜଧାନୀ ବେଙ୍ଗାଲୁରୁ ଠାରେ BMTC (Bengaluru Metropolitan Transport Corporation) ବସ୍ ପାଇଁ ସର୍ବନିମ୍ନ ଭଡ଼ା ୬ ଟଙ୍କାରୁ ୧୦ ଟଙ୍କା ଏବଂ ସର୍ବାଧିକ ଭଡ଼ା ୩୫ ଟଙ୍କାରୁ ୪୫ ଟଙ୍କାକୁ ବୃଦ୍ଧି କରାଯାଇଛି। BMTC AC ବସ୍ ପାଇଁ ସର୍ବାଧିକ ଭଡ଼ା ୭୫ ଟଙ୍କାରୁ ୯୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ, କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏସି ବସ୍ ଭଡ଼ା ୪୦୫ ଟଙ୍କାରୁ ସର୍ବାଧିକ ୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହା ସହ ପଢନ୍ତୁ: ବଢିଲା ନନ୍ଦିନୀ କ୍ଷୀର ମୂଲ୍ୟ; ରେକର୍ଡ଼ ଭାଙ୍ଗିବ ଲିଟର ପିଛା ମୂଲ୍ୟ

KSRTC ବସ୍ ଭଡ଼ା ୯ ଟଙ୍କାକୁ ବୃଦ୍ଧି ପାଇଛି
ପରିବହନ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ତାମିଲନାଡୁ ଏବଂ ମହାରାଷ୍ଟ୍ର ସରକାର ମଧ୍ୟ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସେଥିପାଇଁ ଆମେ ମଧ୍ୟ ବସ୍ ଭଡ଼ା ବୃଦ୍ଧି କରୁଛୁ। ଡିଜେଲ ମୂଲ୍ୟ ପାଇଥିବାରୁ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ତାଙ୍କ କହିବା ଅନୁସାରେ KSRTC (Karnataka State Road Transport Corporation) ବସ୍ ଭଡ଼ା ସର୍ବାଧିକ ୯ ଟଙ୍କା ବୃଦ୍ଧି କରାଯାଇଛି। ରାଜହଂସ (KSRTC Rajahamsa Bus) ଏବଂ ଏସି ବସ୍ ଭଳି ପ୍ରିମିୟମ୍ ସେବା (KSRTC AC Bus Premuim Service) ପାଇଁ ଭଡ଼ା ପ୍ରତିଯୋଗିତାମୂଳକ ବଜାର ଦରକୁ ଧ୍ୟାନରେ ରଖି ସ୍ଥିର କରାଯାଇଛି। ରାଜ୍ୟ ସରକାର 'ଶକ୍ତି' ଯୋଜନା ଅଧିନରେ ରାଜ୍ୟର ଯେକୌଣସି ସ୍ଥାନରେ ସାଧାରଣ ସରକାରୀ ବସ୍‌ରେ ମହିଳାଙ୍କୁ ମାଗଣା ଯାତ୍ରା ଯୋଗାଇ ଦେଉଛନ୍ତି।

ପୂର୍ବରୁ କ୍ଷୀର ମୂଲ୍ୟ ବଢାଇଥିଲେ କର୍ଣ୍ଣାଟକ ସରକାର
ପୂର୍ବରୁ କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟରେ ଲିଟର ପିଛା ୮ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ କରିଥିଲେ। ନୂତନ ଦର ଆସନ୍ତା ନଭେମ୍ବର ପହିଲାରୁ ଲାଗୁ ହେବା ନେଇ କୁହାଯାଇଥିଲା। କ୍ଷୀର ମୂଲ୍ୟ ବଢାଇବା ପ୍ରସ୍ତାବକୁ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହା ପରେ କର୍ଣ୍ଣାଟକ ସରକାର ବର୍ଦ୍ଧିତ ମୂଲ୍ୟ ବୃଦ୍ଧି ଲାଗୁ କରିଛନ୍ତି। ମୂଲ୍ୟ ବୃଦ୍ଧି ସହିତ ନନ୍ଦିନୀ କ୍ଷୀର ଲୋକପ୍ରିୟ ନୀଳ ପ୍ୟାକେଟ ଟୋଣ୍ଡ କ୍ଷୀର (Nandini Toned Milk) ମୂଲ୍ୟ ଲିଟର ପିଛା ୪୬ ଟଙ୍କାରୁ ୫୪ ଟଙ୍କାକୁ ବୃଦ୍ଧି ପାଇବ। ସରକାର କହିଛନ୍ତି ଯେ ବୃଦ୍ଧିର ଏକ ପ୍ରମୁଖ ଅଂଶ ସିଧାସଳଖ କ୍ଷୀର ଉତ୍ପାଦନକାରୀ ଚାଷୀଙ୍କୁ ବଣ୍ଟନ କରାଯିବ। ୮ ଟଙ୍କା ବୃଦ୍ଧି ମଧ୍ୟରୁ ୭ ଟଙ୍କା ଚାଷୀ ଏବଂ ୧ ଟଙ୍କା ଦୁଗ୍ଧ ସଂଘ ମଧ୍ୟରେ ବଣ୍ଟାଯିବ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: