Videos
|
National

JK CRPF Camp Attack Today / ସିଆରପିଏଫ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଆହତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସିଆରପିଏଫ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଆହତ
JK CRPF Camp Attack Today

Key Points

ଜାମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଥିବା ଏକ ସିଆରପିଏଫ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨ଜଣ ଆତଙ୍କବାଦୀ ଗୁଳି ଚଳାଇଥିବା ଜଣାପଡ଼ିଛି।
ବୁଧବାର (୧୧ ନଭେମ୍ବର) ଜାମୁ କାଶ୍ମୀରର କୁଲଗାମ ଜିଲ୍ଲାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ) ଚେକପୋଷ୍ଟ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ମୋଟର ସାଇକେଲ୍ ଯୋଗେ ଆସିଥିବା ଆତଙ୍କବାଦୀ ଗୁଳିମାଡ଼ କରିବାରୁ ୨ ଜଣ ସିଆରଏପିଏଫ (CRPF) ଯବାନ ଆହତ ହୋଇଥିବା ଅଧିକାରୀ କହିଛନ୍ତି। କୁଲଗାମ ଜିଲ୍ଲାର ମୀର ବଜାର ନିକଟସ୍ଥ ଆଖରାନ ଠାରେ ବୁଧାବାର ଅପରାହ୍ନରେ ଏହି ଆକ୍ରମଣ ହୋଇଥିଲା।

ଏନେଇ ସିଆରପିଏଫ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, "ବୁଧବାର ଅପରାହ୍ନରେ ଜାମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଏକ ଚେକପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣ। ଏଠାରେ ନିୟୋଜିତ ହୋଇଥିବା ଯବାନଙ୍କ ଉପରେ ମୋଟର ସାଇକେଲ୍ ଯୋଗେ ଆସିଥିବା ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (CRPF) ଯବାନ ଆହତ ହୋଇଛନ୍ତି। ଏହି ଘଟଣା ପ୍ରାୟ ୦୨:୧୫ ସମୟରେ ଘଟିଥିଲା ​​ଯେତେବେଳେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ସିଆରପିଏଫ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ କୁଲଗାମ ଜିଲ୍ଲାରେ ଥିଲେ। ହେଲେ ସେ ଘଟଣାସ୍ଥଳ ନିକଟରେ ଉପସ୍ଥିତ ନଥିଲେ। ଘଟଣାସ୍ଥଳରୁ ଆହତ ସୈନିକଙ୍କୁ ଷ୍ଟ୍ରେଚର ଯୋଗେ ହସ୍ପିଟାଲ ନିଆଯାଉଥିବାର ଏବଂ ଡାକ୍ତରଖାନା କର୍ମଚାରୀ ଆହତ ଯବାନଙ୍କ ସହାୟତା ପାଇଁ ଦୌଡ଼ି ଆସୁଥିବା ଦେଖାଯାଉଛି। ଆକ୍ରମଣର କିଛି ସମୟ ପରେ, ଅତିରିକ୍ତ ବ୍ୟାରିକେଡ୍ ଲଗାଯାଇଥିଲା।

ଏହା ସହ ପଢନ୍ତୁ: ଗୁଳି ମାଡ଼ରେ ଟଳିପଡ଼ିଲେ ମହମ୍ମଦ ସରିଫ; ଘଟଣାସ୍ଥଳରୁ ଫେରାର ହୋଇଗଲେ ଅଜ୍ଞାତ ଆକ୍ରମଣକାରୀ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁଯାୟୀ କୁଲଗାମ ଜିଲ୍ଲାର ମୀର ବଜାର ନିକଟରେ ଏହି ଆକ୍ରମଣ ହୋଇଥିଲା। ଆଖରାନ ନିକଟସ୍ଥ ନୌପୋରା ଠାରେ ଏକ ସିଆରପିଏଫ ଶିବିର ରହିଛି। ଯେଉଁଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୨ ଜଣ ସୈନିକ ଆହତ ହୋଇଥିବାର ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏକ CRPF ପାଟ୍ରୋଲିଂ ଟିମ୍ ଗାଡ଼ି ଉପରକୁ ଗୁଳି ଚାଳନା କରାଯାଇଥିଲା। ଆକ୍ରମଣରେ ଆହତ ୨ ସୈନିକଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି।

ସଶସ୍ତ୍ର ଯାନରେ ଯବାନଙ୍କୁ ଘଟଣାସ୍ଥଳ ନିକଟରେ ଦେଖିବାକୁ ମିଳିଥିଲା। ଯେତେବେଳେ ଆମ୍ବୁଲାନ୍ସ ସାଇରନ୍ ବାଜିବା ଏବଂ ଲାଉଡସ୍ପୀକର ଘୋଷଣା ମଧ୍ୟରେ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଥିଲା। ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ଘେରାବନ୍ଦୀ କରାଯିବା ସହ ସନ୍ଧାନ ଅଭିଯାନ ଆରମ୍ଭ ହୋଇଯାଇଛି। ଗତ ମାସରେ ଛତିଶଗଡ଼ର ସୁକମା ଜିଲ୍ଲାର ଆଲାର୍ମେଡଗୁ ଶିବିରରେ ବିସ୍ଫୋରକକୁ ନିଷ୍କ୍ରିୟ କରିବା ସମୟରେ ଏକ ଆଇଡ଼ି IED ବିସ୍ଫୋରଣ ହେବାରେ ୪ ଜଣ ସିଆରପିଏଫ ଅଧିକାରୀ ଆହତ ହୋଇଥିଲେ।