Videos
|
National

Terror Attack / କାଶ୍ମୀରରେ ପୁଣି ଆତଙ୍କୀଙ୍କ ସେହି ଘୃଣ୍ୟକାଣ୍ତ; ଧର୍ମ ପଚାରି ଚଲାଇଲେ ଗୁଳି, ୩ବର୍ଷରେ ୩ଥର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କାଶ୍ମୀରରେ ପୁଣି ଆତଙ୍କୀଙ୍କ ସେହି ଘୃଣ୍ୟକାଣ୍ତ; ଧର୍ମ ପଚାରି ଚଲାଇଲେ ଗୁଳି, ୩ବର୍ଷରେ ୩ଥର
Terror Attack

Key Points

ଆଦୌ ସୁଧୁରୁନି ପାକିସ୍ତାନ
ପୁଣି ଜମ୍ମୁକାଶ୍ମୀରରେ ଆତଙ୍କୀ ହମଲା
ଧର୍ମ ପଚାରି ନେଲେ ନିରୀହଙ୍କ ଜୀବନ
ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଣି ଆଉ ଥରେ ଧର୍ମ ପଚାରି ଟାର୍ଗେଟେଡ୍ କିଲିଂ ହୋଇଛି । ଦକ୍ଷିଣ କାଶ୍ମୀରର କୁଲଗାମରେ ୨ଜଣ ହିନ୍ଦୁ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ୨୦୨୫ ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାଓଁ ଆକ୍ରମଣ ପରି ହୋଇଛି । ସେତେବେଳେ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ତାଙ୍କ ଧର୍ମ ପଚାରି ଆକ୍ରମଣ କରିଥିଲେ । ସୁରକ୍ଷା ଏଜେନ୍ସିଙ୍କ କହିବାନୁସାରେ, ଆତଙ୍କୀଙ୍କ ଗୋଟିଏ ଉଦ୍ଦେଶ୍ୟ ହେଉଛି ଘାଟିରେ ବିଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା । କୁଲଗାମରେ ମଧ୍ୟ ସମାନ ଘଟଣା ଘଟିଛି । ଦୁଇ ଜଣ ହିନ୍ଦୁ ଶ୍ରମିକଙ୍କୁ ସେମାନଙ୍କ ନାମ ପଚାରି ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ।

  • କୁଲଗାମରେ ୨ଜଣ ଶ୍ରମିକଙ୍କୁ ହତ୍ୟା
ଜୁଲାଇ ୩୧ ତାରିଖ ରାତିରେ କାଶ୍ମରୀ କୁଲଗାମ ଜିଲ୍ଲାର କିଲାମ ଅଞ୍ଚଳରେ ଇଟ୍ଟାଭାଟିରେ କାମ କରୁଥିବା ଶ୍ରମିକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଶ୍ରମିକଙ୍କ ଘରେ ପଶିଥିଲେ ଓ ସମସ୍ତଙ୍କୁ ବାହାର କରି ଗୋଟିଏ ଜାଗାରେ ଠିଆ କରିଥିଲେ । ଏହାପରେ ଆତଙ୍କୀମାନେ ସେମାନଙ୍କୁ ସେମାନଙ୍କର ନାମ ପଚାରିଥିଲେ । ଜାତି ଓ ଧର୍ମ ମଧ୍ୟ ପଚାରିଥିଲେ । ଦୁଇ ଶ୍ରମିକ ନିଜର ନାମ ଦୀପକ ରାତ୍ରେ ଓ ଭୁପେନ୍ଦ୍ର ଭନା ବୋଲି କହିଥିଲେ ଓ ସେମାନେ ଛତିଶଗଡ଼ର ବୋଲି ମଧ୍ୟ କହିଥିଲେ । ଏହା ଶୁଣିବା ପରେ ଆତଙ୍କବାଦୀମାନେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଦେଇଥିଲେ ଓ ସେମାନଙ୍କୁ ୧୦ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଘଟଣାସ୍ଥଳରେ ଉଭୟ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଆତଙ୍କବାଦୀମାନେ ଲସ୍କର-ଇ-ତୋଇବାର ସହଯୋଗୀ ସଂଗଠନ 'ଦ ରେଜିଷ୍ଟେନ୍ସ ଫ୍ରଣ୍ଟ'ର ଆତଙ୍କୀ ଥିଲେ ।

  • ପହଲଗାଓଁରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା
ଏହା ପୂର୍ବରୁ କାଶ୍ମୀରର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପହଲଗାଓଁରେ ମଧ୍ୟ ସମାନ ଘଟଣା ଘଟିଥିଲା । ଗତବର୍ଷ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀମାନ ବୈସାରନ ଘାଟିରେ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ । ସେମାନଙ୍କୁ ମଧ୍ୟ ନାମ ଓ ଧର୍ମ ପଚାରି ହତ୍ୟା କରାଯାଇଥିଲା । ଧର୍ମ ପଚାରି ଅଣହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । ଏହି ନରସଂହାରରେ ୨୫ ଭାରତୀୟ ନାଗରିକ ଓ ଜଣେ ନେପାଳ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପୂରା ଦେଶକୁ ଦୋହଲାଇଦେଇଥିଲା । ଏହାପରେ ଭାରତ ପକ୍ଷରୁ 'ଅପରେସନ ସିନ୍ଦୂର' ଅଭିଯାନ ଆରମ୍ଭ କରି ଆତଙ୍କୀଙ୍କୁ ପ୍ରତିଜବାବ ଦିଆଯାଇଥିଲା ।

ପଢନ୍ତୁ ଏହି ଖବର: 

  • ଶ୍ରୀନଗରରେ ବି ଘଟିଥିଲା ସମାନ ଘଟଣା
ଏହା ପୂର୍ବରୁ ଶ୍ରୀନଗରରେ ବି ୨୦୨୪ରେ ମଧ୍ୟ ସମାନ ଢଙ୍ଗରେ ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ପଞ୍ଜାବର ଦୁଇ ଶ୍ରମିକ ଅମୃତପାଲ ସିଂହ ଓ ରୋହିତଙ୍କୁ ଗୁଳି କରି ହତ୍ୟା କରିଥିଲେ । ୨୦୨୪ରୁ ୨୦୨୬ ମଧ୍ୟରେ ଏହି ୩ ଘଟଣାରେ ଗୋଟିଏ ସମାନ କଥା ଥିଲା, ଯେଉଁଥିରେ ଆତଙ୍କବାଦୀମାନେ ଧର୍ମ ପଚାରି ନିରୀହ ଲୋକଙ୍କ ଜୀବନ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: