Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kupwara Encounter / କୁପୱାରାରେ 'ଅପରେସନ୍ ପିମ୍ପଲ୍', ଅନୁପ୍ରବେଶ ବେଳେ ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

Ritu Das
Browse all articles by Ritu Das
·8 months ago·2 min read
କୁପୱାରାରେ 'ଅପରେସନ୍ ପିମ୍ପଲ୍', ଅନୁପ୍ରବେଶ ବେଳେ ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

Key Points

ଜମ୍ମୁ ଓ କାଶ୍ମୀରର କୁପୱାରା ଅପରେସନ୍ ପିମ୍ପଲକୁ ସଫଳତା । କୁପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ ।
ଜମ୍ମୁ ଓ କାଶ୍ମୀରର କୁପୱାରା ଅପରେସନ୍ ପିମ୍ପଲକୁ ସଫଳତା । କୁପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା । ଏନ୍‌କାଉଣ୍ଟର ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି। 

ଏହାସହ ପଢ଼ନ୍ତୁ: GST ଠକିବାକୁ ଖୋଲିଥିଲା ୧୦୫ ନକଲି କମ୍ପାନୀ, ଜାଣନ୍ତୁ ପୁରା ପ୍ଲାନ୍...


ସୂଚନା ଥାଉକି, ଜିଲ୍ଲାର କେରନ ସେକ୍ଟରରେ ସେନା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି । ଯେଉଁଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ହୋଇଛି। ସେନା ଏହି ଅଭିଯାନକୁ "ଅପରେସନ୍ ପିମ୍ପଲ୍" ନାମ ଦେଇଛି । ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଅନ୍ୟ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତି ନିଶ୍ଚିତ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସୀମା ପାରରୁ ଅନୁପ୍ରବେଶ ଉଦ୍ୟମ ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା।

ଏହାସହ ପଢ଼ନ୍ତୁ: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସାଉଥ୍ ଦିଲ୍ଲୀ, ଦୀପାବଳିରେ କରିଥାନ୍ତେ ବଡ଼ ବ୍ଲାଷ୍ଟ

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ISIS-ପ୍ରେରିତ ମଡ୍ୟୁଲ୍‌ର ପର୍ଦ୍ଦାଫାସ କରିଛି । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏକ ଚଢାଉ ସମୟରେ ଉଭୟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା, ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଗିରଫ ହୋଇଥିଲା। ଜଣେ ଆତଙ୍କବାଦୀଙ୍କୁ ସାଉଥ୍ ଦିଲ୍ଲୀରୁ ଗିରଫ କରାଯାଇଛି।

ଏହି ଦୁଇ ଆତଙ୍କବାଦୀ IED ବିସ୍ଫୋରଣ ଯୋଜନାର ଶେଷ ପର୍ଯ୍ୟାୟରେ ଥିଲେ। ଖବର ଅନୁସାରେ, ସେମାନେ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ମଧ୍ୟ ନେଉଥିଲେ। ତେବେ ଏବେ ବି ସ୍ପେସାଲ ସେଲ୍‌ର ଅପରେସନ୍‌ ଜାରି ରହିଛି ଏବଂ ଏହି ISIS ମଡ୍ୟୁଲ୍‌ର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଅନେକ ଗୁଇନ୍ଦା ସଂସ୍ଥା ଏହି କାମରେ ଜୋରସୋରରେ ଲାଗିପଡ଼ିଛନ୍ତି ।
ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ IED ବିସ୍ଫୋରଣ ପ୍ଲାନ୍‌ରେ ସମ୍ପୃକ୍ତ ଥିଲେ। ଗୁଇନ୍ଦା ସୂଚନା ଅନୁଯାୟୀ, ସେମାନେ ଆତ୍ମଘାତୀ ବିସ୍ଫୋରଣ ପାଇଁ ମଧ୍ୟ ତାଲିମ ନେଉଥିଲେ। ଏହି ISIS ମଡ୍ୟୁଲର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଏକାଧିକ ଗୁଇନ୍ଦା ସଂସ୍ଥା ଲାଗିପଡ଼ିଛନ୍ତି । ସେମାନେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ପଚରାଉଚରା କରୁଛନ୍ତି। ଏମିତିକି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

ଦିଲ୍ଲୀ ପୋଲିସର ଅତିରିକ୍ତ ସିପି ସ୍ପେଶାଲ ସେଲ୍ ପ୍ରମୋଦ କୁଶୱାହା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଦୁଇ ଜଣ ISIS କର୍ମୀଙ୍କୁ ଗିରଫ କରାଯାଇଛି। ସେମାନେ ଏକ ଘଣ୍ଟାରୁ ଟାଇମ ବମ୍‌ ତିଆରି କରିବାକୁ ଚେଷ୍ଟା କରୁଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kupwara Operation Pimple: Two Terrorists Killed | Argus News