Videos
|
National

Union Minister Resignation / କେନ୍ଦ୍ରମନ୍ତ୍ରୀ ପଦ ସହ ରାଜ୍ୟସଭାରୁ ଇସ୍ତଫା ଦେଲେ ଏଲ୍. ମୁରୁଗନ, ତାମିଲନାଡୁରେ ବିଜେପିକୁ ମଜଭୁତ କରିବା ଲକ୍ଷ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କେନ୍ଦ୍ରମନ୍ତ୍ରୀ ପଦ ସହ ରାଜ୍ୟସଭାରୁ ଇସ୍ତଫା ଦେଲେ ଏଲ୍. ମୁରୁଗନ, ତାମିଲନାଡୁରେ ବିଜେପିକୁ ମଜଭୁତ କରିବା ଲକ୍ଷ୍ୟ
L.Murugan

Key Points

୨୦୨୯ ପୂର୍ବରୁ ବିଜେପିର ମିଶନ୍ ତାମିଲନାଡୁ
ମନ୍ତ୍ରୀ ପଦ ଛାଡ଼ିଲେ ଏଲ୍. ମୁରୁଗନ
ରାଜ୍ୟସଭା ସଦସ୍ୟତା ଛାଡ଼ିଲେ ଏଲ୍. ମୁରୁଗନ
କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏଲ୍‌.ମୁରୁଗନ । କେବଳ ମନ୍ତ୍ରୀ ପଦ ନୁହେଁ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ମୁରୁଗାନ । ସେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରେ ସଂସଦୀୟ ବ୍ୟାପାର ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ତାମିଲନାଡୁରେ ବିଜେପିକୁ ଅଧିକ ମଜଭୁତ କରିବା ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏ ନେଇ ଏଲ୍. ମୁରୁଗନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ମାତା ଏବଂ ତାମିଲନାଡୁର ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ।



ଦିନମଜୁରିଆଙ୍କ ପୁଅ ଭାବେ ଜୀବନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ସେବା କରିବା ପର୍ଯ୍ୟନ୍ତର ଯାତ୍ରା ତାଙ୍କ ପାଇଁ ସବୁଠାରୁ ବଡ଼ ସୌଭାଗ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି ।

ତାମିଲନାଡୁରେ ବିଜେପିକୁ ମଜଭୁତ କରିବା ଉପରେ ଫୋକସ୍

ଏଲ୍. ମୁରୁଗନ କହିଛନ୍ତି ଯେ, ସେ ଏବେ ପୁଣି ତୃଣମୂଳ ସ୍ତରକୁ ଫେରିବାକୁ ଚାହୁଁଛନ୍ତି । ଦଳୀୟ କର୍ମୀଙ୍କ ସହ ରହି ତାମିଲନାଡୁରେ ବିଜେପିର ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବେ ବୋଲି କହିଛନ୍ତି । ବିଶେଷକରି ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିର ସ୍ଥିତିକୁ ଅଧିକ ସୁଦୃଢ଼ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ତାଙ୍କ ପୋଷ୍ଟରୁ ସ୍ପଷ୍ଟ ହୋଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: