Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମାଓବାଦୀଙ୍କୁ ମୁଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ

National

ମାଓବାଦୀଙ୍କୁ ମୁଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ

Manini Pattanayak
Browse all articles by Manini Pattanayak
·1 year ago·2 min read
ମାଓବାଦୀଙ୍କୁ ମୁଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ

ଭୁବନେଶ୍ୱର:  ଭୁଶୁଡୁଛି ଲାଲଗଡ଼, ଗତ 20ବର୍ଷରେ ନିହତ ହୋଇଛନ୍ତି 5ହଜାରରୁ ଅଧିକ ହାର୍ଡକୋର ମାଓବାଦୀ। ନିଜ ଦୁର୍ବଳତାକୁ ନିଜେ ସ୍ବିକାର କଲା ମାଓ ସଂଗଠନ॥ ମାଓବାଦୀଙ୍କୁ ମୁଳପୋଛ କରିବାକୁ ଅମିତ ଶାହା ଦେଇଥିଲେ ଟାର୍ଗେଟ.। ଡିଜିପି କହିଥିଲେ, 2026 ସୁଦ୍ଧା ଓଡିଶା ହେବ ମାଓମୁକ୍ତ ରାଜ୍ୟ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା ପରେ ମାଓ ଶିବିରରେ ଛନକା । ଧିରେ ଧିରେ ଦୁର୍ବଳ ହେଉଛି ମାଓ ସଂଗଠନ । ବିଭିନ୍ନ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଉଛନ୍ତି ମାୱାଦୀ । ଆଉ ନିଜ ଦୁର୍ବଳତାକୁ ନିଜେ ଘୋଷଣା କରିଛି ମାଓ ସଂଗଠନ । ଗତ ୨୦ ବର୍ଷରେ ନିହତ ହେଲେଣି ୫ ହଜାର ୨୪୯ ଜଣ ହାର୍ଡକୋର ମାଓବାଦୀ । ଏଥିରେ ହଜାରେ ମହିଳା କ୍ୟାଡର ଅଛନ୍ତି । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) କେନ୍ଦ୍ରୀୟ କମିଟି ୨୫ ପୃଷ୍ଠାର ଏକ ରିପୋର୍ଟ ଜାରି କରି ଏହାକୁ ସ୍ବୀକାର କରିଛି । ୨୦୦୪ରୁ ୨୦୨୪ ମଧ୍ୟରେ ମାଓବାଦୀ ସଂଗଠନ କେଉଁ କ୍ଷତି ଏବଂ ଲାଭ ପାଇଛି ସେନେଇ ଏହି ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ ୨୨ ଜଣ ଶୀର୍ଷ ମାଓବାଦୀ କମାଣ୍ଡର ଏହି ସମୟରେ ନିପାତ ହୋଇଛନ୍ତି । 

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଢ ଶହରୁ ଉର୍ଦ୍ଧ୍ବ ମାଓବାଦୀ ନିହତ ହେଲେଣି । ଗିରଫ ହେଲେଣି 670ରୁ ଅଧିକ ଓ ଆତ୍ମସମର୍ପଣ କଲେଣି 660ରୁ ଅଧିକ ଜଣ ମାଓବାଦୀ । ୨୦୧୪ ରୁ ୨୦୨୪ ମଧ୍ୟରେ ୭୭୪୪ଟି ମାଓ ହିଂସାକାଣ୍ଡ ଘଟିଛି । ଯାହାକି ୫୩ ପ୍ରତିଶତ କମ୍ । ବର୍ତ୍ତମାନ ପ୍ରାୟ ମାଓ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ପାଇଛି ।  ମାଓ ଦମନକୁ ବଡ଼ ସଫଳତା ଭିତରେ ବି ଚାଲିଛି ବଡ଼ ଅଭିଯାନ । ଛତିଶଗଡ଼ର ମାଓବାଦୀ ଏବେ ନୂଆପଡ଼ା ମୁହାଁ । ସେମାନଙ୍କୁ ଧରିବା ପାଇଁ ସୁନାବେଡ଼ା ଅଞ୍ଚଳରେ ଚାଲିଛି ଜୋରଦାର କୁମ୍ବିଂ ଅପରେସନ୍।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Lalgarh is collapsing, more than 5,000 hardcore militants have been killed in the last 20 years. | Argus News