ଆକ୍ସନ ମୋଡରେ ଇଡି

ଅର୍ଗସ ବ୍ୟୁରୋ : ବଢୁଛି ଲାଲୁ ଓ ସୋରେନଙ୍କ ଗିରଫ ସମ୍ଭାବନା । ଚାକିରି ପାଇଁ ଜମି ଓ ଖଣି ଟଙ୍କା ଡିଲ୍ ଦୁର୍ନୀତିରେ ଦୁଇ ରାଜନେତାଙ୍କ ମୁଣ୍ଡ ଉପରେ ଝୁଲୁଛି ଇଡି ଖଣ୍ଡା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ଇଡି ସମନ ପରେ ପ୍ରଥମେ ଫେରାର ନାଟକ କରି ବିଫଳ ହେବାପରେ ଶେଷରେ ନିଜକୁ ନିଜେ ଧରାପକାଇଛନ୍ତି ଝାଡ଼ଖଣ୍ଡ ସିଏମ ହେନନ୍ତ ସୋରେନ । ନୋଟିସ ଅନୁସାରେ ସେ ଜାନୁଆରୀ ୩୧ ପୂର୍ବରୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଚିଠି ଲେଖି ଜଣାଇଛନ୍ତି । ସକାଳେ ଚଢ଼ାଉ ଆରମ୍ଭ ହେବାପରଠାରୁ ହେମନ୍ତଙ୍କ ଗିରଫ ଆଶଙ୍କାରେ ଦଳୀୟ କର୍ମୀ ରାଞ୍ଚିର ମୋରହାବାଡି ମଇଦାନରେ ଏକାଠି ହୋଇ ନାରାବାଜି କରିଥିଲେ । ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନ ସମେତ ୧୨ଟି ସ୍ଥାନରେ ଚଢାଉ କରିଛି ଇଡି । ହେମନ୍ତଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ, ସାହେବଗଞ୍ଜର ଡେପୁଟି କମିଶନରଙ୍କ ବାସଭବନରେ ମଧ୍ୟ ଚଢାଉ କରିଛି ଇଡି ।
ଏପଟେ ପାଟନା ଇଡି କାର୍ଯ୍ୟାଳୟରେ ପୁଣିଥରେ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଚାଲିଛି ଘନଘନ ଜେରା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜେରା କରି ଦୁର୍ନୀତି ସହ ଜଡ଼ିତ ଅଡୁଆ ପ୍ରଶ୍ନର ଉତ୍ତର ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲାଲୁଙ୍କ ଅସୁସ୍ଥତା ଦର୍ଶାଇ ତାଙ୍କ ସହ ଅଛନ୍ତି ଝିଅ ତଥା ଦୁର୍ନୀତି ମାମଲାରେ ଅଭିଯୁକ୍ତ ମିଶା ଭାରତୀ । ଲାଲୁଙ୍କ ଗିରଫ ଆଶଙ୍କାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଇଡି କାର୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲାଲୁ ଯାଦବଙ୍କ ସହ ପୁଅ ତେଜସ୍ୱୀ ଯାଦବଙ୍କୁ ଜାନୁଆରି ୧୯ରେ ସମନ ଜାରି କରିଥିଲା ଇଡି । ଆଜି ଇଡିରେ ଲାଲୁ ହାଜର ହୋଇଥିବାବେଳେ ଆସନ୍ତାକାଲି ହାଜରେ ହେବେ ତେଜସ୍ୱୀ ଯାଦବ ।
ଅଧିକ ପଢନ୍ତୁ : ଚାକିରି ପାଇଁ ଜମି ଦୁର୍ନୀତି ମାମଲା : ଇଡି ଅଫିସରେ ପହଞ୍ଚିଲେ ଲାଲୁ
📱 Get Argus News App
✨ବଢୁଛି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା ଲାଲୁ ଓ ସୋରେନଙ୍କ ଗିରଫ ସମ୍ଭାବନା । ଅଭିଯୋଗ ଅନୁସାରେ ୨୦୦୬ରୁ ୨୦୧୦ ମଧ୍ୟରେ ବେଆଇନ ଭାବେ ଶତାଧିକ ଯୁବକଙ୍କୁ ରେଲୱେରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ମିଳିଥିଲା । ଏକେ ଇନଫୋସିଷ୍ଟମ୍ସ ନାମକ କମ୍ପାନି ଚାକିରି ଆଶାୟୀଙ୍କଠାରୁ ଖୁବ କମ ମୂଲ୍ୟରେ ଜମି କିଣି ପରେ ଲାଲୁଙ୍କ ପରିବାରକୁ ବିକ୍ରି କରିଥିବା ଅଭିଯୋଗ ରହିଛି । ସେହିପରି ରାଞ୍ଚିରେ ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।