Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚାକିରି ପାଇଁ ଜମି ଦୁର୍ନୀତି ମାମଲା : ଇଡି ଅଫିସରେ ପହଞ୍ଚିଲେ ଲାଲୁ

Ritu Das
Browse all articles by Ritu Das
·2 years ago·1 min read
ଚାକିରି ପାଇଁ ଜମି ଦୁର୍ନୀତି ମାମଲା : ଇଡି ଅଫିସରେ ପହଞ୍ଚିଲେ ଲାଲୁ

ଅର୍ଗସ ବ୍ୟୁରୋ: ରେଲଓ୍ବେ ଚାକିରିରେ ହୋଇଥିବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପଚରାଉଚରା ପାଇଁ ସୋମବାର ପାଟନାରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ଝିଅ ତଥା ସହ-ଅଭିଯୁକ୍ତ ମିଶା ଭାରତୀ ମଧ୍ୟ ଯାଇଛନ୍ତି। ଲାଲୁ ସେଠାରେ ପହଞ୍ଚିବାପରେ ବହୁ ସଂଖ୍ୟକ ଆରଜେଡି କର୍ମଚାରୀ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ ବାହାରେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି। 

କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି  ଲାଲୁ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାନୁଆରି ୧୯ ତାରିଖରେ ଏକ ନୂତନ ସମନ ଜାରି କରିଥିଲା।​​ ପାଟନାରେ ଲାଲୁ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ଇଡି ଦ୍ୱାରା ଏହି ବିଜ୍ଞପ୍ତି ଶାରୀରିକ ଭାବେ ହସ୍ତାନ୍ତର କରାଯାଇଥିଲା। ପ୍ରଥମେ ଡିସେମ୍ବର ୫ ଏବାଂ ଜାନୁୟାରୀ ୧୯ ତାରିଖରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହଯାଇଥିଲା। କିନ୍ତୁ ସେ ପହଞ୍ଚି ନ ଥିଲେ। ପରେ ସମନ ଜାରି ହୋଇ ଆରଜେଡି ନେତାଙ୍କୁ ଜାନୁଆରି ୨୯ ଏବଂ ୩୦ରେ ହାଜର ହେବାକୁ କୁହାଯାଇଥିଲା। ସେଥିପାଇଁ ଆଜି ଲାଲୁ ଇଡି ଅଫିସରେ ପହଞ୍ଚିଛନ୍ତି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Land corruption | Argus News