Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁଭଦ୍ରା ଯୋଜନା କମିଟି ଗଠନ କଲେ ସରକାର

National

ସୁଭଦ୍ରା ଯୋଜନା କମିଟି ଗଠନ କଲେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୁଭଦ୍ରା ଯୋଜନା କମିଟି ଗଠନ କଲେ ସରକାର

ଅର୍ଗସ ବ୍ୟୁରୋ:  ଆସିଲା ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ଗାଇଡଲାଇନ୍ । ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସୁଭଦ୍ରା ଯୋଜନା କମିଟି ଗଠନ କଲେ ସରକାର । କମିଟି ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ, ଉପାଧ୍ୟକ୍ଷ ଉନ୍ନୟନ କମିଶନର । କମିଟିରେ 12 ସଦସ୍ୟ ଏବଂ ଜଣେ ଉପସଦସ୍ୟ ରହିବେ । ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ ହେବ । ବ୍ଲକ ସ୍ତରରେ ବ୍ଲକସ୍ତରୀୟ ଯାଞ୍ଚ କମିଟି ଗଠନ କରାଯିବ ।

ସହରାଞ୍ଚଳ ନଗର/ନିଗମ ସ୍ତରରେ ସହରାଞ୍ଚଳ ସ୍ତରୀୟ ଯାଞ୍ଚ କମିଟି ହେବ । ଯୋଜନାର ସାମଗ୍ରିକ ତଦାରଖ, କାର୍ଯ୍ୟକାରିତା ପାଇଁ ଦାୟୀ ରହିବ କମିଟି । ସୁଭଦ୍ରା ଯୋଜନା ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ 21 ବର୍ଷ କିମ୍ବା ଅଧିକ, 60 ବର୍ଷରୁ କମ୍ ହେବା ଉଚିତ୍ । ଆଧାର କାର୍ଡ ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଶେଷ ତାରିଖ ନିଆଯିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Launch of Subhadra by PM Modi in Odisha | Argus News