Tumakuru leopard incident / ଘୁଷୁରୀ ପାଇଁ ବିଛା ହୋଇଥିଲା ଜାଲରେ ଫସି ପ୍ରାଣ ହରାଇଲା କଲରା ପତ୍ରିଆ; ୩ ଗିରଫ
·1 hour ago·1 min read

Key Points
କଲରା ପତ୍ରିଆ ବାଘର ପୋଡ଼ିଯାଇଥିବା ମୃତଦେହ ଏବଂ ପୋଡ଼ିଯାଇଥିବା ଅଂଶରୁ ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ପଠାଯାଇଛି।
3 arrested for killing burning trapped leopard in Karnataka: ସଦ୍ୟ କର୍ଣ୍ଣାଟକ ଟୁମକୁର ଜିଲ୍ଲାରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଏଠାରେ ଏକ କଲରା ପତ୍ରିଆ ବାଘକୁ କଥିତ ରୂପରେ ହତ୍ୟା କରି ପୋଡ଼ି ଦିଆ ଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣା ସହିତ ଜଡି଼ତ ୩ ଜଣଙ୍କୁ ଗିରଫ କରାଯାଇଛି। ବନ ବିଭାଗ କହିବା ଅନୁଯାୟୀ,ଜଙ୍ଗଲୀ ଘୁଷୁରୀ ପାଇଁ ବସାଯାଇଥିବା ଫାଶରେ କଲରା ପତ୍ରିଆ ବାଘ ଫସି ଯାଇଥିଲା। ପରେ ଏହି ବାଘକୁ ହତ୍ୟା କରି ପୋଡ଼ି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।
ଟୁମକୁର ତାଲୁକ (ତହସିଲ୍) ଅଧିନସ୍ଥ କୋରା ହୋବଲି ଅଞ୍ଚଳରେ ଅବସ୍ଥିତ ଗୋରାଗୋନ୍ଦନହଲ୍ଲୀ ଗ୍ରାମରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ କଲରା ପତ୍ରିଆ ବାଘକୁ ହତ୍ୟା ଏବଂ ପୋଡ଼ି ଦିଆଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚିତାବାଘ ମୃତଦେହ ଉଦ୍ଧାର କରିଥିଲେ। ଯାହା ସାମାନ୍ୟ ପୋଡ଼ି ଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ବିସ୍ତୃତ ଜେରା କରାଯାଇଥିଲା। ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ନିଆଯାଇଥିଲା।
ବନ୍ନେରଘଟ୍ଟାର ପଶୁ ଚିକିତ୍ସକଙ୍କ ଏକ ଦଳ ବନ ବିଭାଗ ପରିସରରେ ଆଂଶିକ ପୋଡ଼ା ଚିତାବାଘର ମୃତଦେହର ପୋଷ୍ଟମର୍ଟମ କରିଥିଲେ। ପୋଡ଼ି ଯାଇଥିବା ମୃତଦେହ ଏବଂ ଚିତାବାଘର ଅନ୍ୟାନ୍ୟ ଅଂଶରୁ ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ପଠାଯାଇଛି। ବନ ବିଭାଗ ଅଧିକାରୀ ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Tumakuru leopard incident Karnataka: Leopard killed snare trapleopard burned 3 arrestedwild boar trap leopard deathWildlife Protection Act 1972 arrestillegal animal trap poachingTumakuru leopard incidentKarnataka forest department arrestfarmer snare trap wildlifehuman wildlife conflict Indiaillegal snare wire hunting