Bangladesh Unrest / ମେଡିକାଲ ଛାତ୍ରଛାତ୍ରୀଙ୍କ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି
·8 months ago·2 min read

Key Points
ଭାରତୀୟଙ୍କ ଭିସା ବନ୍ଦ କଲା ବାଂଲାଦେଶ ।
ବୈଶ୍ୱିକ ସ୍ତରରେ ୟୁନୁସ ସରକାରଙ୍କୁ ତୀବ୍ର ସମାଲୋଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମେଡିକାଲ ଛାତ୍ରଛାତ୍ରୀ ।

ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କରିଦେଇଛି ବାଂଲାଦେଶ । ଛାତ୍ର ନେତା ଓ ସମାନ ହାଦିର ମୃତ୍ୟୁ ପରେ ବାଂଲାଦେଶରେ ଭାରତ ବିରୋଧୀ ହିଂସା ତେଜିବାରେ ଲାଗିଛି । ଆଉ ଏହାରି ଭିତରେ ନିଜ ଦେଶର ଅଶାନ୍ତି ରୋକିବା ପରିବର୍ତ୍ତେ ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କରିଛି ବାଂଲାଦେଶ।
ସେପଟେ ବାଂଲାଦେଶରେ ଫସିରହିଥିବା ମେଡିକାଲ ଛାତ୍ରଛାତ୍ରୀ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପଟେ ବୈଶ୍ୱିକ ସ୍ତରରେ ୟୁନୁସ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି। ରବିବାର ପ୍ରଥମେ ବାଂଲାଦେଶର ଦକ୍ଷିଣପୂର୍ବ ବନ୍ଦର ସହର ଚଟ୍ଟଗ୍ରାମରେ ଭାରତ ଇଣ୍ଡିଆନ ଭିସା ଆପ୍ଲିକେସନ୍ ସେଣ୍ଟରରେ ଭିସା ସେବା ବନ୍ଦ କରିଦେଇଥିଲା ।
ଚଟ୍ଟଗ୍ରାମ ସ୍ଥିତ ଏଏଚସିଆଇ ଆସିଷ୍ଟାଣ୍ଟ ହାଇ କମିସନ ଅଫ ଇଣ୍ଡିଆ ବାହାରେ ଏକାଧିକ ବିଶୃଙ୍ଖଳ ଜନତା ରୁଣ୍ଡ ହେବାପରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଥିଲା। ସେପଟେ ବାଂଲାଦେଶ ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କରିଦେଇଛି। ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇ କମିସନ୍ରେ ସମସ୍ତ ଭିସା ସେବା ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବାଂଲାଦେଶ କହିଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧିକୁ ନେଇ ତେଜିଛି ପ୍ରତିବାଦ। ବାଂଲାଦେଶରେ ହିନ୍ଦୁ ରାସ୍ତାକୁ ଓହ୍ଲାଇଥିବା ବେଳେ ନିୂଆଦିଲ୍ଲୀ ସ୍ଥିତ ହାଇ କମିସନ୍ ସାମ୍ନାରେ ମଧ୍ୟ କିଛି ହିନ୍ଦୁ ସଙ୍ଗଠନ ଜେରଦାର ପ୍ରତିବାଦ କରିଥିଲେ। ଏହି ଗୋଷ୍ଠୀ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କ ହତ୍ୟାକୁ ବିରୋଧ କରି ଆନ୍ଦୋଳନ କରୁଥିଲା। ଯାହା ପରେ ଭାରତୀୟଙ୍କ ଭିସା ସେବା ବନ୍ଦ କରିଛି ବାଂଲାଦେଶ ।
ଏଥିସହ ପଢ଼ନ୍ତୁ: ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ
ବାଂଲାଦେଶରେ ଭାରତ ବିରୋଧୀ ପ୍ରତିବାଦ ଭିତରେ ଜଣେ ହିନ୍ଦୁ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବାଂଲାଦେଶର ମିମେନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଭିଡ଼ ଭିତରେ ହିନ୍ଦୁଙ୍କୁ ପିଟି ପିଟି ମାରି ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ମୃତକ ଜଣଙ୍କ ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧୀ ଶରିଫ ଓସମାନ ହାଡ଼ିଙ୍କ ମୃତ୍ୟୁ ପରେ ଉତ୍ତେଜନା ଲାଗି ରହିଛି । ଶରିଫ ଓସମାନ ହାଡ଼ି ଜୁଲାଇରେ ହସିନା ବିରୋଧୀ ପ୍ରତିବାଦର ଅନ୍ୟତମ ପ୍ରମୁଖ ନେତା।
ପ୍ରତିବାଦ ବେଳେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା କରାଯିବାକୁ ବାଂଲାଦେଶର ଅନ୍ତରୀଣ ମହମ୍ମଦ ୟୁନୁସଙ୍କ ସରକାର ନିନ୍ଦା କରିଛି । ୟୁନୁସଙ୍କ ସରକାର କହିଛନ୍ତି, "ନୂଆ ବାଂଲାଦେଶରେ ଏଭଳି ହିଂସାର ସ୍ଥାନ ନାହିଁ । ଏଭଳି ଘୃଣ୍ୟ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦିଆଯିବ ନାହିଁ ।"
ମୁସଲିମ୍ ବହୁଳ ବାଂଲାଦେଶରେ ହିନ୍ଦୁ ହେଉଛନ୍ତି ସଂଖ୍ୟାଲଘୁ । ଏବେ ବାଂଲାଦେଶ ଅଶାନ୍ତ ହୋଇ ଉଠିଥିବା ବେଳେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର ରାତିରେ ପିଟି ପିଟି ମାରି ଦେଇଛନ୍ତି ଆନ୍ଦୋଳନକାରୀ ।

Related Topics
Explore more stories