ଦିଲ୍ଲୀରେ ବର୍ଷା, ପ୍ରଦୂଷଣରୁ ଆଶ୍ୱସ୍ତି ହେଲେ ଦିଲ୍ଲୀ ବାସୀ
·2 years ago

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ହାଲୁକା ଧରଣର ବର୍ଷା . ପ୍ରଦୂଷଣରୁ ଆଶ୍ୱସ୍ତି ହେଲେ ଦିଲ୍ଲୀ ବାସୀ .ପାଗରେ ପରିବର୍ତ୍ତନ ପାଇଁ ବାୟୁ ପ୍ରଦୂଷଣରୁ ଆଶ୍ବସ୍ତି ଦିଲ୍ଲୀବାସୀ . ଦିଲ୍ଲୀ-ଏନ ସି ଆରର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା। ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଥିଲା. ଯାହାକୁ ନେଇ ଦିଲ୍ଲୀ ସରକାର ଏକ କୃତ୍ରିମ ବର୍ଷା କରାଇବାର ଯୋଜନା କରୁଥିଲେ. ହେଲେ ଏବେ ଅଚାନକ ଦିଲ୍ଲୀରେ ବର୍ଷା ହେବାଯୋଗୁଁ ପ୍ରଦୂଷଣରୁ ଆଶ୍ବସ୍ତୀ ହୋଇଛନ୍ତି ଦିଲ୍ଲୀବାସୀ.
ଅଧିକ ପଢନ୍ତୁ : ଘାତକ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ
ସେପଟେ, ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଖୁସିବ୍ୟକ୍ତ କରିଛନ୍ତି ଲୋକେ। ଏହାରି ଭିତରେ ଗତକାଲି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଖୁସି ପ୍ରକଟ କରିଛନ୍ତି ଲୋକେ। ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଏଭଳି କଟକଣାକୁ ସାଧାରଣରେ ପ୍ରଶଂସା କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ଖବର ଆହୁରି ପଢନ୍ତୁ