|
logo
Live
Argus News App
GET APP

Argus News - ମାରିଲା ବିଜୁଳି ଓ ଘଡଘଡି: ପୋଡିଗଲା ଗୋଟେ ପରେ ଗୋଟେ ଘର, ଜଳିଗଲେ ମାଆ-ଝିଅ

National

Sitapur Lightning / ମାରିଲା ବିଜୁଳି ଓ ଘଡଘଡି: ପୋଡିଗଲା ଗୋଟେ ପରେ ଗୋଟେ ଘର, ଜଳିଗଲେ ମାଆ-ଝିଅ

Banajyotshna Ray
Browse all articles by Banajyotshna Ray
·3 hours ago·2 min read
ମାରିଲା ବିଜୁଳି ଓ ଘଡଘଡି: ପୋଡିଗଲା ଗୋଟେ ପରେ ଗୋଟେ ଘର, ଜଳିଗଲେ ମାଆ-ଝିଅ
Sitapur Lightning

Key Points

ଘଡଘଡି ଓ ବିଜୁଳି ମାରି ଜଳିଗଲା ଗାଁ
ପୋଡିଗଲା ଗୋଟିଏ ପରେ ଗୋଟିଏ ଘର
ଜଳିଗଲେ ମାଆ-ଝିଅ
ହୁତୁହୁତୁ ହୋଇ ଜଳିଗଲା ଗାଁ। ଆକାଶରୁ ପଡ଼ିଲା ନିଆଁ। ସମସ୍ତଙ୍କ ଆଖି ସାମ୍ନାରେ ପୋଡିଗଲା ଗୋଟେ ପରେ ଗୋଟେ ଘର। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସରେୟାଁ ଚଲାକାପୁର ଗାଁରେ । ହଠାତ ଗରଜିଲା ଆକାଶ । ମାଡି ଆସିଲା ଝଡ ତୋଫାନ । କଳାହାଣ୍ଡିଆ ମେଘ ସହ ଭୟଙ୍କର ବଜ୍ରପାତ ଏବଂ ବିଜୁଳି ବି ମାରିଲା । ତେବେ ଏହି ବିଜୁଳି ଏବେ ଏକ ଗାଁ ପାଇଁ ଅଭିଶାପ ପାଲଟିଛି ।

ଚଡ଼କ ମାରିବା ଫଳରେ ଏକ ଗାଁ ଜଳି ଯାଇଛି । ଏଥିରେ ଗୋଟିଏ ପରିବାରର ମାଆ-ଝିଅ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ତେବେ ଦୁଇ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ମୃତଦେହକୁ ପୋଷ୍ଟ୍ ମର୍ଟମ୍ ପାଇଁ ପଠାଯାଇଥିବା ପୋଲିସ କହିଛି । ଏହାସହ ପ୍ରଶାସନ ପକ୍ଷରୁ ପୀଡିତ ପରିବାରକୁ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।

ଗୋଟିଏ ଘରୁ ବ୍ୟାପିଗଲା ନିଆଁ:

ଗ୍ରାମବାସୀଙ୍କ କହିବାନୁସାରେ, ବଜ୍ରପାତ ପାଇଁ ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ମାତ୍ର କିଛି ମିନିଟରେ ୧୦ରୁ ଅଧିକ ଘର ହୁତୁହୁତୁ ହୋଇ ଜଳିଥିଲା । ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ ବି ବିଳମ୍ବ ହୋଇଯାଇଥିଲା । ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସରେୟାଁ ଚଲାକାପୁର ଗାଁରେ ଶନିବାର ଘଟିଛି ଅଭାବନୀୟ ଘଟଣା । ଶନିବାର ସନ୍ଧ୍ୟାରେ ଗାଁରେ ବିଜୁଳି ମାରି ନିଆଁ ଲାଗିଯାଇଛି । ଫଳରେ ଚାରିଆଡେ ଭୟର ମାହୋଲ ଖେଳିଯାଇଛି । ଘଟଣାରେ ଦୁଇ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଭାରତର ବଡ଼ ସହରରେ ଧମାକା କରିବାକୁ ଥିଲା ଯୋଜନା; ଧରାପଡ଼ିଲେ ୨ ସନ୍ଦିଗ୍ଧ

ଘଟଣାରେ ଦୁଇ ଜଣ ମହିଳା ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଫୁଲମତି । ଫୁଲମତିଙ୍କ ୬୦ ବର୍ଷୀୟା ମାଆ ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ବଜ୍ରପାତରେ ଜଣେ ୭ ବର୍ଷର ଶିଶୁ ଗୁରୁତର ହୋଇଛି । ଶିଶୁଟିର ଶରୀର ଜଳି ଯାଇଥିବା କୁହାଯାଉଛି । ଗୁରୁତର ଅବସ୍ଥାର ତାର ଚିକିତ୍ସା ଜାରି ରହିଛି । ଶନିବାର ଗାଁରେ ସନ୍ଧ୍ୟାରେ ହଠାତ ବଜ୍ରପାତ ହୋଇଥିଲା । ଗୋଟିଏ ପରେ ଗୋଟିଏ ବଜ୍ରପାତ ହୋଇଥିଲା । ଏହାର ମାତ୍ରା ଏତେ ଅଧିକ ଥିଲା ଯେ ଗାଁରେ ଥିବା କିଛି ଘରେ ନିଆଁ ମଧ୍ୟ ଲାଗିଯାଇଥିଲା । ଯାହା ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଥିଲା । ଫଳରେ ଲୋକେ ଏଣେତେଣେ ଦୌଡିଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sitapur Lightning: ମାରିଲା ବିଜୁଳି ଓ ଘଡଘଡି: ପୋଡିଗଲା ଗୋଟେ ପରେ ଗୋଟେ ଘର, ଜଳିଗଲେ ମାଆ-ଝିଅ | Argus News