|
logo
Live
Argus News App
GET APP

Argus News - ଭାରତର ବଡ଼ ସହରରେ ଧମାକା କରିବାକୁ ଥିଲା ଯୋଜନା; ଧରାପଡ଼ିଲେ ୨ ସନ୍ଦିଗ୍ଧ

National

Majour Blast Plan / ଭାରତର ବଡ଼ ସହରରେ ଧମାକା କରିବାକୁ ଥିଲା ଯୋଜନା; ଧରାପଡ଼ିଲେ ୨ ସନ୍ଦିଗ୍ଧ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
ଭାରତର ବଡ଼ ସହରରେ ଧମାକା କରିବାକୁ ଥିଲା ଯୋଜନା; ଧରାପଡ଼ିଲେ ୨ ସନ୍ଦିଗ୍ଧ
Majour Blast Plan

Key Points

ଦିଲ୍ଲୀରେ ପୁଣି ବଡ଼ ଧମାକା କରିବାକୁ ଯୋଜନା
ଦିଲ୍ଲୀ, ମୁମ୍ବାଇରୁ ଧରାପଡ଼ିଲେ ଦୁଇ ସନ୍ଦିଗ୍ଧ
ଦିଲ୍ଲୀ ପୋଲିସ ଓ ମୁମ୍ବାଇ ପୋଲିସର ଆତଙ୍କୀ ନିରୋଧୀ ସ୍କ୍ଵାର୍ଡର ମିଳିତ ଅପରେସନରେ ଧରାପଡ଼ିଛନ୍ତି ଦୁଇ ସନ୍ଦିଗ୍ଧ । ଏମାନେ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିଲେ ବୋଲି ଗୁପ୍ତଚର ସଂସ୍ଥା ପକ୍ଷରୁ ଖବର ଆସିଥିଲା । ଏହାପରେ ଦିଲ୍ଲୀ ଓ ମୁମ୍ବାଇ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ କିଛି ବଡ଼ ଆକ୍ରମଣ ହେବା ପୂର୍ବରୁ ସଫଳତାର ସହ ଦୁଇ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଛି ପୋଲିସ ।

ଏମାନେ ପୁଣି ଦିଲ୍ଲୀରେ ଆଉ ଏକ ବଡ଼ ଧମାକା କରିବାକୁ ଯୋଜନା କରୁଥିଲେ । ସେହିପରି ଦେଶର ସ୍ଵପ୍ନର ନଗରୀ ମୁମ୍ବାଇର କୁର୍ଲା ଓ ଖଣ୍ଡୱଲି ଅଞ୍ଚଳରେ ମଧ୍ୟ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ହୋଇଥିଲା । ଧରାପଡ଼ିଥିବା ଦୁଇ ସନ୍ଦିଗ୍ଧ ହେଉଛନ୍ତି କାମରାନ ଓରଫ ସୋନୁ ଓ ଇମରାନ । ଏମାନଙ୍କ ନିକଟରୁ କିଛି ସମ୍ବେଦନଶୀଳ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି । ଏଜେନ୍ସି ମାନେ ଆଶଙ୍କା କରୁଛନ୍ତି କି ଏମାନଙ୍କୁ ଅନଲାଇନ ମାଧ୍ୟମରେ କଟ୍ଟରପନ୍ଥୀମାନେ ପ୍ରବର୍ତ୍ତାଉଥିଲେ । ଏଜେନ୍ସି ଏହି ସନ୍ଦିଗ୍ଧଙ୍କ ନେଟୱର୍କ ଓ ଏମାନେ କାହା ଯୋଗାଯୋଗରେ ଥିଲେ ସେନେଇ ଯାଞ୍ଚ କରୁଛି ।

ପଢନ୍ତୁ ଏହି ଖବର: ଲକ୍ଷ୍ନୌରେ ବିସ୍ଫୋରଣ ପାଇଁ କରିଥିଲେ ଷଡ଼ଯନ୍ତ୍ର; ୪ ଆତଙ୍କୀଙ୍କୁ ଧରିଲା ATS

ରବିବାର ସକାଳେ ଖବର ଆସିଥିଲା ଯେ ଦିଲ୍ଲୀ ପୋଲିସର ଏକ ସ୍ଵତନ୍ତ୍ର ଶାଖା ଆତଙ୍କୀ ଗତିବିଧି ସମ୍ପୃକ୍ତି ସନ୍ଦେହରେ ଉତ୍ତର ପ୍ରଦେଶର କୁଶୀନଗରରେ ଜଣେ ଯୁବକକୁ ହେପାଜତକୁ ନେଇଛି । ଉତ୍ତର ପ୍ରଦେଶ ପୋଲିସ ଅନୁସାରେ, ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ଶାଖାରେ ରୁଜୁ ହୋଇଥିବା ଏକ ମାମଲାର ଯାଞ୍ଚ ସମୟରେ ପଡରୌନାର ଛାବନି ଅଞ୍ଚଳ ରାଇନ ମୋହଲ୍ଲା ଅଧିବାସୀ ରିଜୱାନ୍ ଅହମ୍ମଦର ଭୂମିକା ସାମ୍ନାକୁ ଆସିଛି ।

କିଛି ଦିନ ତଳେ ଲକ୍ଷ୍ନୌରୁ ଧରାପଡ଼ିଛନ୍ତି ୪ ଆତଙ୍କୀ
ଲକ୍ଷ୍ନୌର ଚାରବାଗ୍ ଠାରେ କିଛଇ ଦିନ ତଳେ ୪ ଜଣ ଆତଙ୍କୀଙ୍କୁ ଆତଙ୍କୀ-ନିରୋଧୀ ସ୍କ୍ଵାର୍ଡ ଗିରଫ କରିଥିଲା । ଏମାନେ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରୁ ଯୋଡ଼ି ହୋଇ ପାକିସ୍ତାନ ଆତଙ୍କୀଙ୍କ କଥା ଅନୁସାରେ କାମ କରୁଥିଲେ । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବାରିକ ଭାବେ କାମ କରୁଥିଲା ଏବଂ ଏହି ଆଳରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । କିଛି ଆତଙ୍କବାଦୀ ଲକ୍ଷ୍ନୌରେ ଥିବା ନେଇ ଏଟିଏସକୁ ଖବର ମିଳିଥିଲା । ଏହାପରେ ଖୋଜାଖୋଜି କରିବା ସମୟରେ ଏହି ୪ ଆତଙ୍କୀ ଧରାପଡ଼ିଛନ୍ତି । ଗିରଫ ସମୟରେ ଆତଙ୍କବାଦୀଙ୍କଠାରୁ କିଛି ଜ୍ଵଳନଶୀଳ ପଦାର୍ଥ, ୭ଟି ସ୍ମାର୍ଟଫୋନ, ୨୪ଟି ପମ୍ପଲେଟ୍ ଓ ଆଧାର କାର୍ଡ ଜବତ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Majour Blast Plan: ଭାରତର ବଡ଼ ସହରରେ ଧମାକା କରିବାକୁ ଥିଲା ଯୋଜନା; ଧରାପଡ଼ିଲେ ୨ ସନ୍ଦିଗ୍ଧ | Argus News