Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାବରମତି ପରି ସମ୍ବଲପୁର ହେବ ଦେଶର ପର୍ଯ୍ୟଟନ ମାନଚିତ୍ରରେ ବଡ଼ ଠିକଣା

National

ସାବରମତି ପରି ସମ୍ବଲପୁର ହେବ ଦେଶର ପର୍ଯ୍ୟଟନ ମାନଚିତ୍ରରେ ବଡ଼ ଠିକଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାବରମତି ପରି ସମ୍ବଲପୁର ହେବ ଦେଶର ପର୍ଯ୍ୟଟନ ମାନଚିତ୍ରରେ ବଡ଼ ଠିକଣା

ଅର୍ଗସ ବ୍ୟୁରୋ:  ସମ୍ବଲପୁର ପର୍ଯ୍ୟଟନକୁ ନୁଆ ରୂପ ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଯୋଜନା। ସମ୍ବଲପୁର ସହରରେ ଦେଖିବାକୁ ମିଳିବ ଗୁଜୁରାଟର ବିକାଶ ମୋଡେଲ। ଗୁଜରାଟ ସାବରମତୀ ରିଭର୍ ଫ୍ରଣ୍ଟ ଢାଞ୍ଚାରେ ନିର୍ମାଣ ହେବ ସମ୍ବଲପୁର ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ। ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବରର ୭ କିଲୋମିଟର ରିଙ୍ଗ ରୋଡରେ ବିକଶିତ କରାଯିବ ଏହି ରିଭରଫ୍ରଣ୍ଟ ପ୍ରକଳ୍ପ। ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ବିଜେପି ସରକାରର ପ୍ରଥମ ବଜେଟରେ ସମ୍ବଲପୁର ରିଭରଫ୍ରଣ୍ଟ ପାଇଁ ₹୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର। । ଏହି ପ୍ରୋଜେକ୍ଟରେ ଆରତୀ ଘାଟ ସହ ୱାକ୍ ୱେ, ପାର୍କ, ଜିମ, ଆମ୍ଫିଥିଏଟର ପରି ସୁବିଧା ସୁଯୋଗର ମଜା ନେଇ ପାରିବେ ପର୍ଯ୍ୟଟକ।

ନିକଟରେ ସମ୍ବଲପୁର ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାପ୍ରଶାସନ ସହ ବୈଠକ କରି ମାଷ୍ଟର ପ୍ଲାନ ପାଇଁ ଆଲୋଚନ କରିଥିଲେ । ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ଅଯୋଧ୍ୟା ସରୋବରର ପୁନରୁଦ୍ଧାର କରାଗଲେ ହୀରାକୂଦ ଜଳଭଣ୍ଡାରର କ୍ଷମତା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରାଯାଇପାରିବ। ସହରର ପାନୀଳ ଜଳ ଓ ଡ୍ରେନେଜ୍ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ। ଏହି ପ୍ରକଳ୍ପ ସମ୍ବଲପୁରର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବା ସହ ଆଧ୍ୟାତ୍ମିକତା ଓ ମନୋରଞ୍ଜନର ବଡ଼ ଆକର୍ଷଣ କେନ୍ଦ୍ର ପାଲଟିବ। ସମ୍ବଲପୁରରେ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଏହି ଅଞ୍ଚଳର ଅପର୍ଯ୍ୟାପ୍ତ ସମ୍ଭାବନାକୁ ପ୍ରସ୍ଫୁଟିତ କରିପାରିବ ଏବଂ ସମ୍ବଲପୁରକୁ ଭାରତର ଏକ ସମୃଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିପାରିବ । ସମ୍ବଲପୁରବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ନୂଆ ଆଶାର ସଂଚାର କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Like Sabarmati, Sambalpur will be a big address on the tourism map of the country | Argus News