Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Lionel Messi / ଅନନ୍ତ ଅମ୍ବାନୀଙ୍କ ସହ ‘ବନତାରା’ରେ ମେସି, ସିଂହ ଚିତାବାଘ ଦେଖି...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଅନନ୍ତ ଅମ୍ବାନୀଙ୍କ ସହ ‘ବନତାରା’ରେ ମେସି, ସିଂହ ଚିତାବାଘ ଦେଖି...
Lionel Messi

Key Points

ଅନନ୍ତ ଅମ୍ବାନୀଙ୍କ ସହ ‘ବନତାରା’ରେ ମେସି
ଅନନ୍ତଙ୍କ 'ବନତାରା' ବୁଲି ମେସି କହିଲେ...
ଅନ୍ତର୍ଜାତୀୟ ଫୁଟବଲର ଲିଓନେଲ ମେସି । ଲିଓନେଲ ମେସି ତାଙ୍କର ତିନି ଦିନିଆ "GOT India Tour 2025" ପାଇଁ ଭାରତ ଗସ୍ତରେ ଆସିଥିଲେ । ଯାହା ଚାରୋଟି ସହରରେ ଅନୁଷ୍ଠିତ ଏବଂ କୋଲକାତାରୁ ଆରମ୍ଭ ହୋଇଥିଲା । ସାରା ଦୁନିଆରେ ମେସିଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି । ନିଜ ଦେଶ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିଅନ କରିଛନ୍ତି ମେସି । ଭାରତରେ ବି ତାଙ୍କର କ୍ରେଜ୍ ବହୁତ । ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ୧୪ ବର୍ଷ ପରେ ଭାରତ ଗସ୍ତ ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। ସେ ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତରେ ରହିଥିଲେ ଏବଂ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଫୁଟବଲ କିମ୍ୱଦନ୍ତୀ ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ୱତନ୍ତ୍ର ପରିଦର୍ଶନ କରିଥିଲେ। ସନାତନ ଧର୍ମ ଅନୁସାରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଭାଗ ନେଇଥିଲେ, ବନ୍ୟଜନ୍ତୁମାନଙ୍କ ସହ ସମୟ କାଟିଥିଲେ, ସଂରକ୍ଷଣ ଟିମ୍ ଓ ବନ୍ୟଜନ୍ତୁଙ୍କ ଯତ୍ନରେ ନିୟୋଜିତ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ।ଅନନ୍ତଙ୍କୁ ପ୍ରଶଂସା କରି ମେସି କହିଥିଲେ ଯେ ‘ବନତାରା’ରେ ପ୍ରାଣୀମାନଙ୍କ ପାଇଁ ‌ହେଉଥିବା କାମ, ସେମାନେ ପାଉଥିବା ଯତ୍ନ, ସେମାନଙ୍କୁ ଯେଉଁଭଳି ଉଦ୍ଧାର କରାଯାଉଛି ଓ ଯତ୍ନ ନିଆଯାଇଛି, ତାହା ଅତ୍ୟନ୍ତ ଚମତ୍କାର। ତାହା ବେଶ୍‌ ପ୍ରଶଂସନୀୟ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପ କହିଲେ ମୋଦୀ ମୋର ‘ମହାନ ବନ୍ଧୁ’, ଭାରତ ଉପରୁ ହଟିବ ଟାରିଫ !

ଆମ ପାଇଁ ଏହା ବହୁତ ଭଲ ସମୟ ଥିଲା। ଏହି ଅନୁଭୂତି ସର୍ବଦା ସ୍ମୃତି ହୋଇ ରହିବ। ଏହି ଅର୍ଥପୂର୍ଣ୍ଣ କାର୍ଯ୍ୟକୁ ସମର୍ଥନ ଦେବା, ଅନୁପ୍ରାଣିତ କରିବା ଲାଗି ମୁଁ ନିଶ୍ଚିତ ପୁଣି ଥରେ ପରିଦର୍ଶନରେ ଆସିବି ବୋଲି ମେସି କହିଥିଲେ।ମେସିଙ୍କ ଏହି ପରିଦର୍ଶନ ମାନବିକତା ମୂଲ୍ୟବୋଧ ଓ ଅନନ୍ତଙ୍କ ସହିତ ତାଙ୍କ ଗଭୀର ବନ୍ଧୁତାକୁ ଦର୍ଶାଉଛି। ଉଭୟ ମିଳିତ ଭାବେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପ୍ରତି ପ୍ରତିବଦ୍ଧ ରହିଛନ୍ତି।ମେସି ଓ ତାଙ୍କ ଇଣ୍ଟର ମାୟାମି ସାଥୀ ‌ଲୁଇସ୍‌ ସୁଆରେଜ ଓ ରଡ୍ରିଗୋ ଡି’ ପଲଙ୍କୁ ପାରମ୍ପରିକ ସଙ୍ଗୀତର ତାଳେ ତାଳେ ପୁଷ୍ପ ବୃଷ୍ଟି ଓ ଆରତି କରି ‘ବନତାରା’କୁ ସ୍ବାଗତ କରାଯାଇଥିଲା। ସେମ‌ାନେ ମନ୍ଦିରର ମହା ଆଳତି, ଅମ୍ବେ ମାତା ପୂଜା, ଗଣେଶ ପୂଜା, ହନୁମାନ ପୂଜା ଓ ଶିବ ଅଭିଷେକରେ ଭାଗ ନେଇ ବିଶ୍ବ ଶାନ୍ତି ଓ ଏକତା ପାଇଁ ପ୍ରାର୍ଥନା କରିଥିଲେ।

ଏହାପରେ ସେମାନଙ୍କୁ ‘ବନତାରା’ ପରିଦର୍ଶନରେ ନିଆଯାଇଥିଲା ଯେଉଁଠାରେ ସାରା ବିଶ୍ବରୁ ଉଦ୍ଧାର କରି ଅଣାଯାଇଥିବା ବାଘ, ହାତୀ, ସରୀସୃପ ଆଦି ରହିଛନ୍ତି। ସେ ସବୁଜ ଶକ୍ତି ପରିସର ମଧ୍ୟ ପରିଦର୍ଶନ କରଥିଲେ। ଏଭଳି ବ୍ୟାପକ ଦୂରଦୃଷ୍ଟିକୁ ଦେଖି ମେସି ଚକିତ ହୋଇପଡ଼ିଥିଲେ। ସିଂହ, ଚିତାବାଘ, ବାଘ ଓ ଅନ୍ୟାନ୍ୟ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ଯତ୍ନ କେନ୍ଦ୍ରରେ ପ୍ରାଣୀମାନଙ୍କ ସହ ମେସି ସମୟ ବିତାଇଥିଲେ। ଏହାପରେ ସେ ହର୍ବିଭୋର କେୟାର ସେଣ୍ଟର ଓ ରେପ୍ଟାଇଲ୍‌ କେୟାର ସେଣ୍ଟର ପରିଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Lionel Messi | Lionel Messi Visits Anant Ambani’s ‘Vantara’ in India | Argus News | Argus News