Lionel Messi / ଭାରତରେ ପହଞ୍ଚିଲେ ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର୍ ଲିଓନେଲ୍ ମେସି

Key Points
କୋଲକାତାରେ ବିଶ୍ଵ ବିଜେତାଙ୍କୁ ସ୍ଵାଗତ ପାଇଁ ବିମାନବନ୍ଦରରେ ଲାଗିଲା ହଜାର ହଜାର ଫ୍ୟାନଙ୍କ ଭିଡ ।
ଭାରତରେ ପହଞ୍ଚିଲେ ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର୍ ଲିଓନେଲ୍ ମେସି । ଏହା ତାଙ୍କର ଦ୍ୱିତୀୟ ଭାରତ ଗସ୍ତ। କୋଲକାତାରେ ପହଞ୍ଚିବା ପରେ ବିଶ୍ୱବିଜେତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଲାଗିଥିଲା ହଜାର ହଜାର ପ୍ରଶଂସକଙ୍କ ଭିଡ। ଏହାପୂର୍ବରୁ ୨୦୧୧ରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ଆର୍ଜେଣ୍ଟିନା ଷ୍ଟାର୍ । ମେସି GOAT India Tour ୨୦୨୫ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।
କୋଲକାତାରେ ଭର୍ଚ୍ୟୁଆଲି ସେ ତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ସେହିପରି ୟୁଭା ଭାରତୀ କାର୍ଯ୍ୟକ୍ରମରେ ଶାହରୁଖ ଖାନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ଶେଷ ଦିନ ଅର୍ଥାତ ଡିସେମ୍ବର ୧୫ରେ ନୂଆଦିଲ୍ଲୀ ଗସ୍ତ କରିବେ ମେସି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।
ସୂଚନାନୁଯାୟୀ ତିନି ଦିନ ଧରି ସେ ଚାରୋଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଯେଉଁମାନେ ମୋଟା ଅଙ୍କର ଟଙ୍କା ଦେଇପାରିବେ ସେମାନେ ହିଁ ଆର୍ଜେଣ୍ଟିନାର ଏହି ଫୁଟବଲ କିମ୍ବଦନ୍ତୀଙ୍କୁ ମୁହାଁମୁହିଁ ଭାବେ ଭେଟିପାରିବେ । ଦିଲ୍ଲୀରେ ରହୁଥିବା ଲୋକଙ୍କ ଲୀଲା ପ୍ୟାଲେସ୍ ହୋଟେଲରେ ମେସିଙ୍କ ସହ ସାକ୍ଷାତ ଓ ଅଭିବାଦନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମର ମୂଲ୍ୟ ଏତେ ଅଧିକ ଯେ କିଛି କିଛି ବଛା ବଛା ଲୋକ ହିଁ ଟିକେଟ୍ ବୁକ୍ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।
ଏଥିସହ ପଢ଼ନ୍ତୁ: ମେସିଙ୍କ ସହ ହାତ ମିଳାଇବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ବିକିବାକୁ ପଡ଼ିପାରେ ଘର...
ଯଦି ଆପଣ ଲିଓନେଲ ମେସିଙ୍କ ସହ ହାତ ମିଳାଇବାକୁ ଏବଂ ସେଲଫି କ୍ଲିକ୍ କରିବାକୁ ଚାହାଁନ୍ତି, ତେବେ ଆପଣ "ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ" ମୋବାଇଲ୍ ଆପ୍ କିମ୍ବା ୱେବସାଇଟରେ ଆପଣଙ୍କର ସ୍ଲଟ୍ ବୁକ୍ କରିପାରିବେ । ଯଦି ଜଣେ ବାପା ଏବଂ ପୁଅ ମେସିଙ୍କୁ ଏକାଠି ଭେଟନ୍ତି ତେବେ ଏହାର ମୂଲ୍ୟ ୧୨.୫ ଲକ୍ଷ ରହିଛି । ଏଥିରେ ମିଟ୍ ଆଣ୍ଡ ଗ୍ରୀଟ୍, ଫଟୋ ସୁଟ୍, ଦୁଇ ଜଣଙ୍କ ପାଇଁ ଅଟୋଗ୍ରାଫ୍ ଜର୍ସି, ଭୋଜନ ଏବଂ ମେସିଙ୍କ ପେନାଲ୍ଟି ଦକ୍ଷତାର ପ୍ରଦର୍ଶନ ରହିଛି । ଯେଉଁମାନେ ପୂରା ପରିବାର ସହ ମେସିଙ୍କୁ ଭେଟିବାକୁ ଚାହାନ୍ତି, ତେବେ ସେମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ମେସିଙ୍କୁ ଭେଟିବାର ସୁଯୋଗ ପାଇଥିବା ଯେ କୌଣସି ବ୍ୟକ୍ତି ଏହି ମୁହୂର୍ତ୍ତକୁ ଜୀବନସାରା ମନେ ରଖିବେ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories