Videos
|
National

ଫୁଲ ଆକ୍ସନ : ନ ମାନିଲେ ୬ ମାସ ଜେଲ୍‌

Jitendra Dash
Browse all articles by Jitendra Dash
·2 years ago·1 min read
ଫୁଲ ଆକ୍ସନ : ନ ମାନିଲେ ୬ ମାସ ଜେଲ୍‌

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବକୁ ଆକ୍ସନ ମୋଡ଼ରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ । ଲୋକସଭା ନିର୍ବାଚନ ଆଉ କିଛିଦିନ ଥିବା ବେଳେ ଏବେ ଫୁଲ ଆକ୍ସନମୋଡ଼ରେ ଜିଲ୍ଲା ପ୍ରଶାସନ। ଆଦର୍ଶ ଆଚାର ସଂହିତା ଲାଗୁ ହେବା ପରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ମଦ ଦୋକାନ ବାହାରେ କିମ୍ବା ଏହାର ଆଖପାଖ ସ୍ଥାନ ସହିତ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । 

ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ବିକ୍ରେତାଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି କି ଧାର୍ଯ୍ୟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ବି ସ୍ଥାନରେ ମଦ୍ୟପାନ ଯେପରି କରା ନ ଯିବ । କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ । ସେ କହିଛନ୍ତି, ସାର୍ବଜନିକ ସ୍ଥାନରେ ମଦ ପିଇବା ଦ୍ୱାରା ସମସ୍ତେ ନାନା ପ୍ରକାରର ଅସୁବିଧା ଭୋଗି ପାରନ୍ତି ଓ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ହୋଇପାରେ । 

ଅଧିକ ପଢନ୍ତୁ ଭାରତ ଖବର

ଏହାର ଉଲଙ୍ଘନ କଲେ ଜୋରିମାନା ସହିତ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ । ନିର୍ବାଚନ ସମୟରେ ଯେଉଁ ମଦ ଜବତ କରାଯାଏ ତାହାକୁ ଯଦି ଆଇନଗତ ତରିକାରେ ଅଣାଯାଇଛି ତେବେ ତାକୁ ଛାଡ଼ିଦିଆଯିବ କିନ୍ତୁ ବିନା କାଗଜପତ୍ରରେ ଅଣାଯାଇଥିବା ମଦ ଜବତ କରି ଥାନାରେ ରଖାଯାଏ ଓ ପରେ ତାହାକୁ ନଷ୍ଟ କରି ଦିଆଯାଏ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Liquor Consumption Outsideshops, Public Places Banned | Argus News