ଲାଲଗଡ଼ୁରୁ ଏଲଓସି: ସୀମାକୁ ଫେରିବେ ବିଏସଏଫ୍ ଯବାନ

ଅର୍ଗସ ବ୍ୟୁରୋ: ଓଡିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ । ପାକିସ୍ଥାନ ସୀମାରେ ଗତ କିଛି ଦିନ ଧରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇ ଥିବାରୁ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।
ଓଡିଶାରେ ମାଓ ଦମନ କ୍ଷେତ୍ରରେ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ କରି ଥିବା ବିଏସଏଫ ଯବାନଙ୍କ ସ୍ଥାନାନ୍ତର ପରେ ପୁଣି ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ମାଓ ସମସ୍ୟା ମୁଣ୍ଡ ଟେକିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଓଡିଶା ସୀମାବର୍ତ୍ତୀ ଛତିଶଗଡରେ ଏବେବି ମାଓବାଦୀ ସକ୍ରିୟ ରହିଛନ୍ତି।
ଏବେ ମାଲକାନଗିରି ଓ କୋରାପୁଟରୁ ସ୍ଥାନାନ୍ତରିତ ହେବ ୨ ବାଟାଲିୟନ ବିଏସଏଫ ଯବାନ । ଜଳ, ସ୍ଥଳ, ଆକାଶ । ଲାଲଗଡର ପ୍ରତିଟି କୋଣ ଅନୁକୋଣରେ ଥିଲା ବିଏସଏଫ ଯବାନଙ୍କ ନଜର । ଦିନ ଥିଲା ମାଲକାନଗିରି ଜିଲ୍ଲାରେ ସମାନ୍ତରାଳ ଶାସନ କରୁ ଥିଲେ ଲାଲବାହୀନି । ତେବେ ୨୦୧୦ ମସିହାରେ ପ୍ରଥମ ଥର କରି ମାଲକାନଗିରି ଜିଲ୍ଲାର ଅତି ମାଓ ପ୍ରବଣ ଅଂଚଳରେ ମୁତୟନ ହୋଇ ଥିଲେ ସୀମା ସୁରକ୍ଷା ବାହୀନି । ଧିରେ ଧିରେ ଆନ୍ଧ୍ର ଓଡିଶା ସୀମା ସହ ଓଡିଶା ଛତିଶଗଡ ସୀମାକୁ ନିଜ କବଜାକୁ ନେଇ ଥିଲେ ବିଏସଏଫର ଏହି ବୀର ଯବାନ ।
ସ୍ୱାଭିମାନ ଅଂଚଳ ଠାରୁ ଆରମ୍ଭ କରି ତୁଳସୀ ପାହାଡ, ମୋଟୁ ଠାରୁ ଆରମ୍ଭ କରି ଗୋବିନ୍ଦପାଲି ଯାଏଁ, ପ୍ରତିଟି ସମ୍ବେଦନଶୀଳ ଇଲାକାରେ ବିଏସଏଫ ଯବାନଙ୍କ ଉପସ୍ଥିତି ଥିଲା । ଗୁରୁପ୍ରୀୟା ସେତୁ ନୁର୍ମାଣ ଲାଗି ଅନେକ ବିଏସଏଫ ଯବାନ ପ୍ରାଣ ବଳି ମଧ୍ୟ ଦେଇଛନ୍ତି । ତେବେ ଭାରତ ପାକ ସୀମା ରେ ଗତ କିଛି ଦିନ ଧରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏବେ ମାଲକାନଗିରିରୁ ଗୋଟିଏ ଓ କୋରାପୁଟରୁ ଗୋଟିଏ ବାଟାଲିୟନ, ଅର୍ଥାତ ପ୍ରାୟ ୨ ହଜାର ବିଏସଫ୍ ଯବାନ ଙ୍କୁ ଜମ୍ମୁ ପୁଞ୍ଝ ଜିଲ୍ଲାର ରାଜୌରି ସେକ୍ଟରକୁ ମୁତୟନ ହବା ନେଇ ସ୍ଥିର ହୋଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର