Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Train Accident / ଲୋକୋ ପାଇଲଟ ମାନି ନ ଥିଲେ ରେଡ ସିଗନାଲ...ଏଥିପାଇଁ ଘଟିଲା ଏତେ ବଡ଼ ଦୁର୍ଘଟଣା…

Ritu Das
Browse all articles by Ritu Das
·8 months ago·2 min read
ଲୋକୋ ପାଇଲଟ ମାନି ନ ଥିଲେ ରେଡ ସିଗନାଲ...ଏଥିପାଇଁ ଘଟିଲା ଏତେ ବଡ଼ ଦୁର୍ଘଟଣା…

Key Points

ବିଳାସପୁର ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଆସୁଛି ଲଗାତାର ଅପଡେଟ୍ । ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କାହିଁକି ଟ୍ରାକ୍ ଉପରେ ଘଟିଲା ଏତେ ବଡ଼ ଦୁର୍ଘଟଣା, ସାମ୍ନାକୁ ଆସିଲା କାରଣ ।
ବିଳାସପୁର ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଆସୁଛି ଲଗାତାର ଅପଡେଟ୍ । ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କାହିଁକି ଟ୍ରାକ୍ ଉପରେ ଘଟିଲା ଏତେ ବଡ଼ ଦୁର୍ଘଟଣା, ସାମ୍ନାକୁ ଆସିଲା କାରଣ । ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିଛି ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାର କାରଣ।



ଏଥିପାଇଁ ଘଟିଲା ଦୁର୍ଘଟଣା
ତେବେ ଦକ୍ଷିଣ ପୂର୍ବ ମଧ୍ୟ ରେଲଓ୍ୱେର ପ୍ରାରମ୍ଭିକ ସୂଚନା ଅନୁସାରେ ମେମୁ ଟ୍ରେନ ସିଗନାଲ ଭାଙ୍ଗିବାରୁ ଦୁର୍ଘଟଣା ହୋଇଛି । ଟ୍ରେନଟି ସିଗନାଲ ନମାନି ଆଗକୁ ମାଡ଼ିଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଲା । ମାଲବାହୀ ଟ୍ରେନକୁ ଯାତ୍ରୀବାହୀ ଟ୍ରେନ ପଛରୁ ପିଟିବାରୁ ଏଭଳି ଘଟିଥିବା କୁହାଯାଉଛି।



ଦୁର୍ଘଟଣା ପରର ସ୍ଥିତି...
ଭୟଙ୍କର ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି । ଉକ୍ତ ରୁଟରେ ଯାଉଥିବା ସମସ୍ତ ଟ୍ରେନକୁ ବନ୍ଦ କରିଦିଆଯାଇଛି । ତେବେ ମାଲବାହୀ ଟ୍ରେନ୍ ଉପରେ ଯାତ୍ରୀବାହୀ ଟ୍ରେନ ଚଢ଼ିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳୁଛି। ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ବିଳାସପୁର ଷ୍ଟେସନ ନିକଟରେ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ଜାରି ରହିଛି।

ଏହାସହ ପଢ଼ନ୍ତୁ: ଛତିଶଗଡ଼ରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ: ୧୦ ମୃତ

ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ସହିତ ଧକ୍କା ଖାଇଲା MEMU ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ସମୟରେ ବିଳାସପୁର ଷ୍ଟେସନ ନିକଟରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି।
ମାଲବାହୀ ଟ୍ରେନକୁ ଧକ୍କା ଦେଲା କୋରବା ପାସେଞ୍ଜର ଟ୍ରେନ। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ସେପଟେ ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ଅନୁଯାୟୀ, ଦୁର୍ଘଟଣା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।

ରେଳବାଇ କହିଛି ଯେ ଘଟଣାର କାରଣ ତଦନ୍ତ ପାଇଁ ଗଠନ କରାଯାଇଛି। ବୈଷୟିକ ବିଶେଷଜ୍ଞମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଷ୍ଟେସନ ଚାରିପାଖରେ ରେଳ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା, କିନ୍ତୁ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି।

ରେଳ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଧ୍ୱଂସାବଶେଷ ମଧ୍ୟରୁ ଜଣେ ଶିଶୁକୁ ନିରାପଦରେ ଉଦ୍ଧାର କରାଯାଇଛି। ଗମ୍ଭୀର ଆହତଙ୍କୁ ଟ୍ରେନ୍ ଭିତରେ ହିଁ ଡାକ୍ତରୀ ଚିକିତ୍ସା ଦିଆଯାଉଛି, କାରଣ ଧ୍ୱଂସାବଶେଷ ଯୋଗୁଁ ତୁରନ୍ତ ବାହାର କରିବା କଷ୍ଟସାଧ୍ୟ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Loco Pilot Ignored Red Signal, Major Train Accident Occurs | Argus News