Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜେପିର ସଂକଳ୍ପ ପତ୍ରରେ ବଡ଼ ସଂକେତ

Smruti Parija
Browse all articles by Smruti Parija
·2 years ago·2 min read
ବିଜେପିର  ସଂକଳ୍ପ ପତ୍ରରେ ବଡ଼ ସଂକେତ

Key Points

  • 2024ର ମହାରଣ, ତୃତୀୟ ପାଳି ପାଇଁ ବିଜେପିର 2 ବଡ଼ ପ୍ରଣ
  • ଦ୍ବିତୀୟ ପାଳିରେ ଧାରା 370 ଉଚ୍ଛେଦ ଓ ରାମ ମନ୍ଦିର ସଂକଳ୍ପ ପୂରଣ
  • ଏବେ ଏକ ଦେଶ ଏକ ନିର୍ବାଚନ ଓ ସମାନ ନାଗରିକ ସଂହିତାର ବେଳ
  • 400 ପାର ଲକ୍ଷ୍ୟ ପୂରଣରେ ମାଷ୍ଟର ଷ୍ଟ୍ରୋକ୍ ସାଜିବ ଏହି ଦୁଇ ସଂକଳ୍ପ
  • ତୃତୀୟ ପାଳିରେ କଡ଼ା ନିଷ୍ପତି ନେଇ ସଂକଳ୍ପ ପତ୍ରରେ ବଡ଼ ସଂକେତ

ଅର୍ଗସ ବ୍ୟୁରୋ: ୱାନ୍ ନେସନ ୱାନ୍ ଇଲେକ୍ସନ ଏବଂ ସମାନ ନାଗରିକ ସଂହିତା। 2024 ନିର୍ବାଚନରେ ଏହି ଦୁଇ ସଂକଳ୍ପ ହେବାକୁ ଯାଉଛି ବିଜେପିର ମାଷ୍ଟର ଷ୍ଟ୍ରୋକ୍। ୱାନ୍ ନେସନ ୱାନ୍ ଇଲେକ୍ସନ ନେଇ ଆରମ୍ଭ ହୋଇସାରିଛି ପ୍ରକ୍ରିୟା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ନେତୃତ୍ବରେ ଗଠିତ କମିିଟି ତାର ସୁପାରିଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇସାରିଛି। ଏହା ଦ୍ବାରା ନା କେବଳ   ବାରମ୍ବାର ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ବିକାଶ କାର୍ଯ୍ୟରେ ଉପୁଜୁଥିବ ବାଧା ବନ୍ଦ ହେବ ଦେଶର ରାଜକୋଶ ଉପରୁ ବି ବୋଝ କମିବ। ମୋଦିଙ୍କର ଏହି ପ୍ଲାନକୁ ନେଇ ଯଦିଓ ଆଶଙ୍କିତ ବିରୋଧୀ ତେବେ କେନ୍ଦ୍ରରେ ତୃତୀୟ ପାଳି ସରକାର ବନିଲେ ଏହା ଲାଗୁ କରିବା ନେଇ ସଂକଳ୍ପ ବଦ୍ଧ ପ୍ରଧାନମନ୍ତ୍ରୀ । 

ସେହିପରି ୟୁସିସି ବା ସମାନ ନାଗରିକ ସଂହିତା ଲାଗୁ କରିବା ବିଜେପିର ଦୀର୍ଘ ଦଶନ୍ଧିର ସଂକଳ୍ପ। ଯାହା ଏଥର ପୂରା କରିବାକୁ ଦଳ କରିଛି ପଣ। ପୂର୍ବରୁ ଉତ୍ତରାଖଣ୍ଡ ସରକାର ଏହାକୁ ଲାଗୁ କରିସାରିଥିବା ବେଳେ। ବହୁ ବିଜେପି ଶାସିତ ରାଜ୍ୟ ୟୁସିସି ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏବେ ସାରା ଦେଶରେ ଲାଗୁ କରିବାର ସଂକଳ୍ପ ପୂରଣ କରିବ ବିଜେପି। ଏହା ଲାଗୁ ହେଲେ ବିବାହ, ବିଚ୍ଛେଦ ଓ ସଂପତ୍ତି ଅଧିକାର ନେଇ ବିଭିନ୍ନ ଧର୍ମ ପାଇଁ ଥିବା ଭିନ୍ନ ଭିନ୍ନ ଆଇନ ଉଚ୍ଛେଦ ହୋଇ ଗୋଟିଏ ନିୟମ ସଭିଙ୍କ ପାଇଁ କାର୍ଯ୍ୟକାରୀ ହେବ। ଯାହା ବିରୋଧୀଙ୍କ ପାଇଁ ତୁଷ୍ଟିକରଣ ରାଜନୀତିର ବାଟ ବନ୍ଦ କରିଦେବ। ସେଥିପାଇଁ ୟୁସିସିକୁ ଯୋରଦାର ବିରୋଧ କରୁଛି ଅପୋଜିସନ୍। ତେବେ ତୃତୀୟ ପାଳିରେ ଏହାକୁ ଲାଗୁ କରିବା ନେଇ ମୋଦି ସଂକଳ୍ପବଦ୍ଧ। 

ବିଜେପି ପ୍ରତିଷ୍ଠା ସମୟରୁ ଦଳର ଏଜେଣ୍ଡାରେ ରହିଆସିଥିବା 3ଟି ସଂକଳ୍ପ ମଧ୍ୟରୁ ଦୁଇଟି ପୂରା କରିସାରିଛନ୍ତି ମୋଦି ସରକାର। ଜାମ୍ମୁ ଓ କାଶ୍ମୀରରୁ ହଟି ସାରିଛି ଧାରା 370। ଅଯୋଧ୍ୟାରେ ନିର୍ମାଣ ହୋଇସାରିଛି ଭବ୍ୟ ରାମ ମନ୍ଦିର। ଏବେ ସମାନ ନାଗରିକ ସଂହିତା ର ପାଳି। ସେଥିପାଇଁ ପ୍ରଧାନମନ୍ତ୍ରୀ ସଂକେତ ଦେଇସାରିଛନ୍ତି ତୃତୀୟ ପାଳିରେ କଡ଼ା ନିଷ୍ପତି ନେବାକୁ ଆମେ ପଛାଇବୁ ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୃତୀୟ ପାଳିର ମୋଦି ସରକାରର ମୁଖ୍ୟ ମନ୍ତ୍ର ହେବ ରିଫର୍ମ- ପରଫର୍ମ ଓ ଟ୍ରାନ୍ସଫର୍ମ। ଆଉ 24 ନିର୍ବାଚନରେ 400 ପାର ଲକ୍ଷ୍ୟ ପୂରଣ ଦିଗରେ ୱାନ୍ ନେସନ ୱାନ୍ ଇଲେକ୍ସନ ଏବଂ ସମାନ ନାଗରିକ ସଂହିତା ହେବାକୁ ଯାଉଛି ବଡ଼ ମାଷ୍ଟର ଷ୍ଟ୍ରୋକ୍।

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
lok-sabha-elections-2024-bjp-manifesto-sankalp-patra | Argus News