ଦେଶରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଅର୍ଗସ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ । ଇଭିଏମରେ ସିଲ୍ ହୋଇଛି ୧୭ ଶହ ୧୭ ପ୍ରାର୍ଥୀଙ୍କ ଭାଗ୍ୟ । ଚତୁର୍ଥ ପର୍ଯ୍ୟାୟରେ ୬୨.୮୪ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନ ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ସର୍ବାଧିକ ୭୫.୯୪ ପ୍ରତିଶତ ମତଦାନ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନ ପାଇଁ ଭୋଟଗ୍ରହଣ ହୋଇଛି ।
ଆନ୍ଧ୍ରପ୍ରଦେଶରେ ୨୫ଟି, ବିହାରରେ ୫ଟି, ଝାଡଖଣ୍ଡରେ ୪ଟି, ମଧ୍ୟପ୍ରଦେଶରେ ୮ଟି ଓ ମହାରାଷ୍ଟ୍ରର ୧୧ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି । ସେହିଭଳି ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗରେ ୮ଟି ଓ ଜମ୍ମୁ-କାଶ୍ମୀରରେ ୫ଟି, ଓଡିଶାର ୪ଟି, ତେଲଙ୍ଗାନାର ୧୭ଟି ଆସନରେ ମଧ୍ୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଅଖିଳେଶ ଯାଦବ ଉତ୍ତରପ୍ରଦେଶ କନୌଜରୁ ନିର୍ବାଚନ ଲଢୁଥିବା ବେଳେ ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବିହାର ବେଗୁସରାଇରୁ ଗିରିରାଜ ସିଂହ, ଝାଡଖଣ୍ଡ ଖୁଂଟିରୁ ଅର୍ଜୁନ ମୁଣ୍ଡା, ଆନ୍ଧ୍ରପ୍ରଦେଶ କଡପ୍ପାରୁ ୱାଇଏସ୍ ଶର୍ମିଳା ର୍ନିବାଚନ ଲଢିଛନ୍ତି । ପଶ୍ଚିମବଙ୍ଗ ବରହାମପୁରରୁ ଅଧୀର ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ମହୁଆ ମୋଇତ୍ରା, ଆସନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀ ଓ ବିଜେପିର ମଧାବୀ ଲତାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି ।