Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍, ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଝାଡଖଣ୍ଡରେ ୩ଟି, ଓଡିଶାରେ ୫ଟି, ଜାମ୍ମୁ-କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଁଏ ଆସନରେ ପଡ଼ିବ ଭୋଟ୍ । 

ଅଧିକ ପଢନ୍ତୁ ଭାରତ ଖବର

ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ସର୍ବାଧିକ ମୋଟ ୧୪ଟି ଆସନରେ ହେବ ଭୋଟିଂ । ୟୁପିରେ ହେବାକୁ ଥିବା ଏହି ଆସନ ମଧ୍ୟରୁ ୨୦୧୯ ନିର୍ବାଚନରେ ବିଜେପି ୧୩ଟି ଆସନରେ ଜିତିଥିବା ବେଳେ କେବଳ ରାୟବରେଲି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧ ଚାରୋଟି ପର୍ଯ୍ୟାୟରେ ମୋଟ୍ ୩୭୯ ଆସନରେ ଭୋଟିଂ ସରିଛି । ବାକି ଆସନରେ ମେ ୨୦, ମେ ୨୫ ଓ ଜୁନ ପହିଲାରେ ହେବ ଭୋଟ ଗ୍ରହଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lok Sabha polls, Phase 5 | Argus News