Videos
|
National

ଶ୍ରୀରାମଙ୍କ ପୂଜାବିଦ୍ଧି : ଜାଣନ୍ତୁ କେଉଁ ସମୟରେ କରାଯାଏ କେଉଁ ଆରତୀ..

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶ୍ରୀରାମଙ୍କ ପୂଜାବିଦ୍ଧି : ଜାଣନ୍ତୁ କେଉଁ ସମୟରେ କରାଯାଏ କେଉଁ ଆରତୀ..

ଅର୍ଗସ ବ୍ୟୁରୋ : ଆସିବେ ଶ୍ରୀରାମ । ଗଗନ, ପବନ, ଆକାଶ ରାମ ଧ୍ବନୀରେ ପ୍ରକମ୍ପିତ ହେବ । ଭାରତର କୋଣକୋଣରେ ଶୁଭିବ ରାମଲାଲାଙ୍କ ନାମ । ଏଥିପାଇଁ ପ୍ରସ୍ତୁତି ପହଞ୍ଚିଲାଣି ଚୁଡାନ୍ତ ପର୍ଯ୍ୟାୟରେ । ୨୨ ଜାନୁଆରୀରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କରାଯିବ । ତେବେ ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ପୂଜାବିଦ୍ଧିରେ ପରିବର୍ତ୍ତନ କରାଯିବ । ମନ୍ଦିରର ପରମ୍ପରାରେ ବିଶେଷ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ରାମ ମନ୍ଦିର ସହାୟକ ପୂଜାରୀ ସନ୍ତୋଷ ତିୱାରୀ ।

ସେ ୩୨ ବର୍ଷ ହେବ ସେ ରାମଲାଲାଙ୍କ ସେବା କରୁଥିଲେ ।  ସେ କହିଛନ୍ତି ଯେତେବେଳେ ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ ସେତେବେଳେ ତାଙ୍କ ଜୀବନ ସାର୍ଥକ ହେବ । ଏହି ଦିନ ତାଙ୍କ ଜୀବନ ପରିପୂର୍ଣ୍ଣ ହୋଇଯିବ । କାରଣ ୩୨ ବର୍ଷର ସେ ଅପେକ୍ଷା ପରେ ସ୍ବୟଂ ରାମଲାଲା ବିରାଜମାନ କରିବେ । 

ଅଧିକ ପଢନ୍ତୁ : ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ପୂଜାବିଦ୍ଧିକୁ ନେଇ ସେ କହିଛନ୍ତି , ବର୍ତ୍ତମାନ ସମୟରେ ରାମଲାଲା ଦିନକୁ ୫ଥର ପୂଜା ପାଉଛନ୍ତି । ସକାଳ ୫ଟାରେ ପ୍ରାତଃ ଆରତୀ, ପରେ ୭ଟାରେ ଶୃଙ୍ଗାର ଆରତୀ, ଅପରାହ୍ନ ୧୨ଟାରେ ଭୋଗ ଆରତୀ, ସନ୍ଧ୍ୟା ୭.୩୦ରେ ସନ୍ଧ୍ୟା ଆରତୀ, ରାତି ୮.୩୦ ରେ ଶୟନ ଆରତୀ କରାଯାଇଥାଏ। ତେବେ ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ପରେ ଏହି ପୂଜାବିଦ୍ଧି ଉପରେ ବିଶେଷ ଗୁରୁତ୍ବ ଦିଆଯିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: