Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରେମ ଓ ପରକୀୟା ପ୍ରୀତି ନେଉଛି ଜୀବନ, ୨୦୨୪ରେ ବଢ଼ିଲା ଆତ୍ମହତ୍ୟା

National

Suicide Cases / ପ୍ରେମ ଓ ପରକୀୟା ପ୍ରୀତି ନେଉଛି ଜୀବନ, ୨୦୨୪ରେ ବଢ଼ିଲା ଆତ୍ମହତ୍ୟା

Rashmita Mishra
Browse all articles by Rashmita Mishra
·1 hour ago·2 min read
ପ୍ରେମ ଓ ପରକୀୟା ପ୍ରୀତି ନେଉଛି ଜୀବନ, ୨୦୨୪ରେ ବଢ଼ିଲା ଆତ୍ମହତ୍ୟା
Suicide Cases

Key Points

ପ୍ରେମ, ପ୍ରତାରଣା ଓ ନୃଶଂସ ହତ୍ୟାକାଣ୍ଡ
ବଢୁଛି ଯୁବପିଢ଼ିଙ୍କ ଉଗ୍ରତା
ସୋସିଆଲ ମିଡିଆ ଓ ହିଂସାତ୍ମକ ବିଷୟବସ୍ତୁକୁ ଦାୟୀ କଲେ ମନସ୍ତତ୍ତ୍ଵବିତ୍
ଅପରାଧୀଙ୍କ ମନରେ ଆଇନ ପ୍ରତି କଠୋର ଭୟ ରହିବା ଆବଶ୍ୟକ

ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡ ଏବଂ ଗୁରୁଗ୍ରାମରେ ପ୍ରେମିକାକୁ ଜୀବନ୍ତ ଜାଳିଦେବା ଭଳି ଦୁଇଟି ସାଂଘାତିକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ଏହି ଉଗ୍ରତା ଏବଂ ବିକୃତ ମାନସିକତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସ୍ଥିତ ଆଇଏଚ୍‌ବିଏଏସ ର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ମନସ୍ତତ୍ତ୍ଵବିତ୍ ଡକ୍ଟର ନିମେଷ ଜୀ ଦେଶାଇ ।

ସମାଜରେ ସମ୍ପର୍କର ଅବନତି ଏବଂ ମାନସିକ ଚାପ ଆଜି ଏକ ଭୟାଭୟ ରୂପ ଧାରଣ କରିଛି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ବା NCRB ର ସଦ୍ୟତମ ରିପୋର୍ଟରୁ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜ୍ୟରେ ପରକୀୟା ପ୍ରୀତି ଏବଂ ପ୍ରେମ ଜନିତ ସମସ୍ୟା ଯୋଗୁଁ ଆତ୍ମହତ୍ୟା ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: 'ମୁଁ ସ୍କୁଲ ପିଲା ନୁହେଁ...'ଅସୁସ୍ଥ Gen Z କର୍ମଚାରୀଙ୍କ ବସ୍‌ଙ୍କୁ ଉତ୍ତର ଇଣ୍ଟରନେଟରେ ହଲଚଲ

୨୦୨୪ରେ ପରକୀୟା ପ୍ରୀତି ଯୋଗୁଁ ୪୯ ଜଣଙ୍କ ମୃତ୍ୟୁ । ୪୦ ଜଣ ପୁରୁଷ ଏବଂ ୯ ଜଣ ମହିଳା । ପ୍ରେମ ପାଇଁ ଆତ୍ମହତ୍ୟା ୬୨% ବୃଦ୍ଧି । ୨୦୨୪ରେ ପ୍ରେମ ଜନିତ ଆତ୍ମହତ୍ୟା ମାମଲା ପ୍ରାୟ ୬୨% ବୃଦ୍ଧି । ସରକାରୀ କର୍ମଚାରୀଙ୍କ ମଧ୍ୟରେ ଚିନ୍ତାଜନକ ସ୍ଥିତି । ୧୯ ଜଣ ସରକାରୀ କର୍ମଚାରୀ ପାରିବାରିକ ବିବାଦ ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଗତ ୧୫ ବର୍ଷ ମଧ୍ୟରେ ୧୯ ଜଣ ପୋଲିସ୍ କର୍ମଚାରୀ ନିଜ ଜୀବନ ହାରିଛନ୍ତି ।

କେବଳ ପ୍ରେମ ବା ପରକୀୟା ପ୍ରୀତି ନୁହେଁ, ବରଂ ପାରିବାରିକ କଳହ ଯୋଗୁଁ ମଧ୍ୟ ଆତ୍ମହତ୍ୟା ସଂଖ୍ୟା ବହୁତ ଅଧିକ ରହିଛି । ଅଫିସର ମାନସିକ ଚାପ ଏବଂ ଘରୋଇ ସମସ୍ୟା କାରଣରୁ କିଛି ସରକାରୀ କର୍ମଚାରୀ ଓ ପୁଲିସ୍ ଅଫିସର ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ବା ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଧାରା ବର୍ଷକୁ ବର୍ଷ ବୃଦ୍ଧି ପାଇବା ଆମ ସାମାଜିକ ବ୍ୟବସ୍ଥା ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored