Videos
|
National

ତିହାଡ ଜେଲରେ ପ୍ରେମ, ଅଦାଲତରେ ସ୍ଥିର ହେଲା ବିବାହ ତାରିଖ.. ଗ୍ୟାଙ୍ଗଷ୍ଟାରଙ୍କ ପ୍ରେମ କାହାଣୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ତିହାଡ ଜେଲରେ ପ୍ରେମ, ଅଦାଲତରେ ସ୍ଥିର ହେଲା ବିବାହ ତାରିଖ.. ଗ୍ୟାଙ୍ଗଷ୍ଟାରଙ୍କ ପ୍ରେମ କାହାଣୀ

ଅର୍ଗସ ବ୍ୟୁରୋ :  ଅଦାଲତରେ ବିବାହ ତାରିଖର ସ୍ଥିର କରାଗଲା । ଶୁଭ ମୁହୁର୍ତ୍ତ ନିର୍ଦ୍ଧାରିତ କଲେ ପଣ୍ଡିତ । ଏବେ କେବଳ ହେବ ଦୁଇ ପ୍ରେମପକ୍ଷୀଙ୍କ ବିବାହ । ଆପଣ ଭାବୁଥିବେ ଯେ, ବିବାହ ପାଇଁ ଅଦାଲତ କାହିଁକି ନିଷ୍ପତି ନେଲେ ? କାରଣ ବିବାହ ଦୁଇଟି ସାଧାରଣ ପ୍ରେମୀଯୁଗଳଙ୍କ ଭିତରେ ନଥିଲା, ଏ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଗ୍ୟାଙ୍ଗଷ୍ଟାର ଏବଂ ଲେଡିଡନଙ୍କ ଭିତରେ । ୧୨ ମାର୍ଚ୍ଚରେ ଉଭୟଙ୍କ ବିବାହ ହେବାକୁ ଯାଉଛି । ଯାହାକୁ ନେଇ ଜେଲ ଭିତରେ ହିଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଆସନ୍ତୁ ଜାଣିବା ଏହି ଦୁହିଁଙ୍କ ପ୍ରେମ କାହାଣୀ ସମ୍ପର୍କରେ ।

ବିଶିଷ୍ଟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋଇର ଖାସ ଲୋକ କାଲା ଜଠେଡି । ଗତ ତିନିବର୍ଷ ତଳେ କରୋନା ସମୟରେ ପୋଲିସ ଭୟରେ ଅନେକ ସ୍ଥାନରେ ଲୁଚି ରହୁଥିଲେ । ତାଙ୍କ ସହ ଥିଲେ ୪୭ ବର୍ଷୀୟ ଲେଡି ଡନ ଅନୁରାଧା ଚୌଧୁରୀ । ଉଭୟ ଗିରଫ ଭୟରେ ଭିନ୍ନ ଭିନ୍ନ ସ୍ଥାନରେ ଲୁଚୁଥିଲେ । ଏହି ସମୟରେ ତାଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ହେଲେ ଏ ଲୁଚାଛପା ପ୍ରେମ ଭିତରେ ଉଭୟ ସହାରନପୁରର ଏକ ଢାବାରେ ଖାଉଥିବା ସମୟରେ ପୋଲିସ ହାବୁଡରେ ପଡି ଯାଇଥିଲେ । ୩୦ ଜୁଲାଇ ୨୦୨୧ରେ ଉଭୟଙ୍କୁ ଗିରଫ କରାଯାଇଥିଲା ।

ଗିରଫ ପରେ ଉଭୟଙ୍କୁ ଅଲଗା ଅଲଗା ଜେଲରେ ରଖାଯାଇଥିଲା । କିଛିଦିନ ପରେ ଜେଲରୁ ମୁକୁଳିଥିଲେ ଅନୁରାଧା । ହେଲେ କାଲା ଜଠେଡି ଜେଲରେ ହିଁ ରହିଥିଲେ । ସେପଟେ ଅନୁରାଧା ଜେଲରୁ ବାହାରି କାଲା ଜଠେଡିର  ଗାଁରେ ରହି ତା ବାପା ମାଆଙ୍କ ସେବା କରୁଥିଲେ । କିନ୍ତୁ ସବୁଦିନ ରହିବା ପାଇଁ ହେଲେ ତାଙ୍କୁ କାଲା ଜଠେଡିଙ୍କୁ ବିବାହ କରିବାକୁ ପଡିବ । ଏବଂ ବିବାହ ପାଇଁ ଅନେକ ନିୟମ କାନୁନର ସାମ୍ନା କରିବାକୁ ପଡିବ, କାରଣ କାଲା ଜଠେଡି ଜେଲରେ ହିଁ ରହିଥିଲେ । ସେଥିପାଇଁ ଲ' ପଢିବା ଆରମ୍ଭ କଲେ । ଏହାପରେ ସେ ନିଜେ ବିବାହ କରିବାକୁ ଓକିଲଙ୍କ ପରାମର୍ଶ ନେଲେ । ଶେଷରେ କଥା କୋର୍ଟରେ ପହଞ୍ଚିବା ପରେ , ଉଭୟଙ୍କ ପକ୍ଷ ଶୁଣିଥିଲା ଦ୍ବାରକା କୋର୍ଟ । ପରେ ଉଭୟଙ୍କ ବିବାହ ୧୨ ମାର୍ଚ୍ଚରେ କରାଯିବାକୁ ନିଷ୍ପତ୍ତି ନିଆଗଲା ।

ଅଧିକ ପଢନ୍ତୁ : ମାଇନସ ୨୫ ଡିଗ୍ରୀରେ ବିବାହ କଲେ ଲଭ୍ ବାର୍ଡ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ମାର୍ଚ୍ଚ ୧୨ରେ ଉଭୟଙ୍କ ବିବାହର ସମସ୍ତ ରୀତିନୀତି ସକାଳ ୧୦ରୁ ଅପରାହ୍ନ ୪ ମଧ୍ୟରେ କରାଯିବ । ସେତିକି ସମୟ ବିବାହ ମଣ୍ଡପରେ ଉପସ୍ଥିତ ରହିବେ ଅନେକ ପୋଲିସ କର୍ମଚାରୀ । ଏଥିସହ ଉଭୟ ପକ୍ଷର କିଛି ଖାସ ଲୋକ ହିଁ ଏହି ବିବାହରେ ଉପସ୍ଥିତ ରହିବେ ।
 

Love in Tihad jail, marriage date fixed in court.. Gangster's love story | Argus News