Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kerosene Sale at Petrol Pumps / ଏବେ ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ, ନିୟମ କୋହଳ କଲେ କେନ୍ଦ୍ର ସରକାର

Bikash Mohanty
Browse all articles by Bikash Mohanty
·3 months ago·2 min read
ଏବେ ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ, ନିୟମ କୋହଳ କଲେ କେନ୍ଦ୍ର ସରକାର
Kerosine

Key Points

ଏବେ ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ
ନିୟମ କୋହଳ କଲେ କେନ୍ଦ୍ର ସରକାର
ଇନ୍ଧନ ଅଭାବର ସମ୍ମୁଖୀନ ନ ହେବା ପାଇଁ  ନିଷ୍ପତି
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଦେଖାଦେଇଥିବା ଇନ୍ଧନ ସଙ୍କଟର ମୁକାବିଲା କରିବାକୁ କେନ୍ଦ୍ର ସରକାର ପେଟ୍ରୋଲ ପମ୍ପଗୁଡ଼ିକରେ କିରାସିନି ବିକ୍ରି ଅନୁମତି ଦେଇଛନ୍ତି। ଏବେ ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ । ନିୟମ କୋହଳ କଲେ କେନ୍ଦ୍ର ସରକାର । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଅନେକ ଦେଶରେ ଇନ୍ଧନ ଅଭାବ ଦେଖାଦେଇଛି । ଭାରତ ମଧ୍ୟ ଏହି ସଙ୍କଟର ସମ୍ମୁଖୀନ ହେୁଛି । ଏହି ପରିସ୍ଥିତିର ସମାଧାନ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ଘରକୁ କିରୋସିନି ଯୋଗାଣକୁ ସହଜ କରିବା ପାଇଁ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସ ନିୟମକୁ ଅସ୍ଥାୟୀ ଭାବରେ କୋହଳ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୯ ମାର୍ଚ୍ଚରେ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ସମେତ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସରକାରୀ ରାସନ ଦୋକାନ ମାଧ୍ୟମରେ ୬୦ ଦିନ ପାଇଁ ସୁପିରିଅର୍ କିରୋସିନ୍ ତେଲ (SKO)ର ଆଡ-ହକ୍ ଯୋଗାଣକୁ ଅନୁମତି ଦେଇଛି । ଯାହା ଦ୍ୱାରା ଜନସାଧାରଣ ଇନ୍ଧନ ଅଭାବର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ନିଷ୍ପତି ନେଇଛନ୍ତି ।

ପଢନ୍ତୁ ଏହି ଖବରଏପ୍ରିଲ ୩ ପର୍ଯ୍ୟନ୍ତ କାଳବୈଶାଖୀ,ଘଡ଼ଘଡ଼ି ସହ ହୋଇପାରେ ପବନ ଓ ବର୍ଷା

ସେପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତର ଆଉ ୨ଟି ଟ୍ୟାଙ୍କର ହୋର୍ମୁଜ ପ୍ରଣାଳୀ ଅତକ୍ରମ କରିଛି। ଏହି ଦୁଇ ଟ୍ୟାଙ୍କର ହେଲେ ବିଡବ୍ଲ୍ୟୁ ଟିୱାଇଆର ଏବଂ ବିଡବ୍ଲ୍ୟୁ ଇଏଏମ। ଉଭୟ ଟ୍ୟାଙ୍କରରେ ମୋଟ ୯୪ ହଜାର ଟନ ଏଲ୍‌ପିଜି ରହିଛି। ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଉଭୟ ଟ୍ୟାଙ୍କର ଭାରତ ଅଭିମୁଖେ ଆସୁଛି ବୋଲି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ବିଡବ୍ଲ୍ୟୁ ଟିୱାଇଆର ମୁମ୍ବାଇ ବନ୍ଦରରେ ଲଗିବ ଏବଂ ବିଡବ୍ଲ୍ୟୁ ଇଏଲ୍‌ଏମ୍ ନ୍ୟୁ ମାଙ୍ଗାଲୋର ବନ୍ଦରରେ ପହଞ୍ଚିବ। ଏହା ପୂର୍ବରୁ ୪ଟି ଭାରତୀୟ ଟ୍ୟାଙ୍କର ହୋର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିସାରିଛି। ସେଥିମଧ୍ୟରୁ ପଇନ ଗ୍ୟାସ୍‌ ଓ ଜଗ ବସନ୍ତ ପ୍ରାୟ ୯୨, ୬୧୨ ଟନ ଏଲ୍‌ପିଜି ଧରି ଗତ ୨୬ରୁ ୨୮ ତାରିଖ ଭିତରେ ଭାରତରେ ପହଞ୍ଚିଥିଲେ। ସେହିଭଳି ଏହା ପୂର୍ବରୁ ଏମ୍‌ଟି ଶିବାଲିକ ଓ ଏମ୍‌ଟି ନନ୍ଦାଦେବୀ ଗୁଜରାଟର ମୁନ୍ଦ୍ରା ଓ କାଣ୍ଡଲା ବନ୍ଦରରେ ପହଞ୍ଚି ସାରିଛନ୍ତି। ଏହାଫଳରେ ଦେଶରେ ଗ୍ୟାସ୍‌ ଯୋଗାଣ କ୍ଷେତ୍ରରେ ବଡ ଆଶ୍ଵସ୍ତି ମିଳିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kerosene Sale at Petrol Pumps | Kerosene Sale at Petrol Pumps Amid LPG Crisis | Govt Relaxes Norms | Argus News