LPG KYC Last Date / ୧୬ ଅଗଷ୍ଟ ପୂର୍ବରୁ କରନ୍ତୁ e-KYC ! ନହେଲେ ସବ୍ସିଡି ଓ ଗ୍ୟାସ୍ ସେବାରେ ପଡ଼ିପାରେ ପ୍ରଭାବ
·1 hour ago·2 min read

Key Points
ଗ୍ୟାସ୍ କନେକ୍ସନ୍ ହୋଇପାରେ ବ୍ଲକ୍ ?
e-KYCକୁ ନେଇ ଗ୍ରାହକଙ୍କୁ ବଡ଼ ସୂଚନା
୧୬ ଅଗଷ୍ଟ ପୂର୍ବରୁ କରନ୍ତୁ e-KYC ! ନହେଲେ...

ଯଦି ଆପଣଙ୍କ ଘରେ LPG ଗ୍ୟାସ୍ ସିଲିଣ୍ଡର ଅଛି, ତେବେ ଏହି ଖବରକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ୧୬ ଅଗଷ୍ଟ ୨୦୨୬ ପୂର୍ବରୁ e-KYC ନକଲେ ଆପଣଙ୍କ ଗ୍ୟାସ୍ ସେବା, ସବ୍ସିଡି ଓ ସିଲିଣ୍ଡର ବୁକିଂ ଉପରେ ପ୍ରଭାବ ପଡ଼ିପାରେ ବୋଲି ଦାବି କରାଯାଉଛି । ତେବେ କେମିତି କରିବେ e-KYC? Indane, Bharat Gas ଓ HP Gas ଗ୍ରାହକଙ୍କ ପାଇଁ ରହିଛି ଅଲଗା ପ୍ରକ୍ରିୟା ।
ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ LPG ଗ୍ରାହକଙ୍କ ଆଧାରଭିତ୍ତିକ e-KYCକୁ ନେଇ ନିର୍ଦ୍ଦେଶ ଥିବା ଦାବି କରାଯାଉଛି । ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରକୃତ ଗ୍ରାହକଙ୍କ ପରିଚୟ ଯାଞ୍ଚ କରାଯାଇଥାଏ ଏବଂ ଡୁପ୍ଲିକେଟ୍ କିମ୍ବା ଅବୈଧ କନେକ୍ସନ୍ ଚିହ୍ନଟ କରିବାରେ ସହାୟତା ମିଳେ ।
ସୂଚନା ଅନୁସାରେ, ୧୬ ଅଗଷ୍ଟ ୨୦୨୬ ପୂର୍ବରୁ e-KYC କରିବାକୁ ଗ୍ରାହକଙ୍କୁ କୁହାଯାଉଛି । ତେବେ ଯେଉଁ ଗ୍ରାହକମାନେ ପୂର୍ବରୁ e-KYC ସମ୍ପୂର୍ଣ୍ଣ କରିସାରିଛନ୍ତି, ସେମାନଙ୍କୁ ପୁଣିଥରେ ଏହା କରିବାର ଆବଶ୍ୟକତା ନଥିବା କୁହାଯାଇଛି ।
ଘରେ ବସି କେମିତି କରିବେ e-KYC ?
Indane ଗ୍ରାହକ IndianOil One ଆପ୍ ସହିତ AadhaarFaceRD ଆପ୍ ବ୍ୟବହାର କରି e-KYC ପ୍ରକ୍ରିୟା ପୂରଣ କରିପାରିବେ । ରେଜିଷ୍ଟର୍ ମୋବାଇଲ୍ ନମ୍ବରରେ ଲଗଇନ୍ କରି My Profileକୁ ଯାଇ LPG ID ଲିଙ୍କ୍ କରିବା ପରେ re-KYC ବିକଳ୍ପ ଚୟନ କରିବାକୁ ପଡ଼ିବ ।
ସେହିପରି Bharat Gas ଗ୍ରାହକଙ୍କ ପାଇଁ Hello BPCL ଆପ୍ ମାଧ୍ୟମରେ e-KYC କରିବାର ସୁବିଧା ରହିଛି । ମୋବାଇଲ୍ ନମ୍ବରରେ ରେଜିଷ୍ଟର୍ କରି e-KYC ବିକଳ୍ପ ଚୟନ କରି OTP ଦେଇ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିହେବ ।
ସେହିପରି HP Gas ଗ୍ରାହକ HP Pay ଆପ୍ ମାଧ୍ୟମରେ LPG ସେକ୍ସନ୍କୁ ଯାଇ e-KYC କରିପାରିବେ । ଏଥିରେ Capture Face ବିକଳ୍ପ ମାଧ୍ୟମରେ Aadhaar FaceRD ଆପ୍ ସହାୟତାରେ ଫେସ୍ ସ୍କାନ୍ କରି KYC ପୂରଣ କରାଯାଇପାରିବ ।
ଯେଉଁମାନେ ଅନଲାଇନ୍ରେ e-KYC କରିପାରୁନାହାନ୍ତି, ସେମାନେ ନିଜ ନିକଟସ୍ଥ LPG ଏଜେନ୍ସିକୁ ଯାଇ ମଧ୍ୟ ଏହି ପ୍ରକ୍ରିୟା କରାଇପାରିବେ । ଏଥିପାଇଁ ଆଧାର ନମ୍ବର ଏବଂ LPG କନେକ୍ସନ୍ ସମ୍ପର୍କିତ ଦଲିଲ ନେଇଯିବାକୁ ପଡ଼ିପାରେ ।
e-KYC ନକଲେ କ’ଣ ହୋଇପାରେ?
e-KYC ସମ୍ପୂର୍ଣ୍ଣ ନଥିଲେ LPG ସେବା କିମ୍ବା ସରକାରୀ ସବ୍ସିଡି ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି । ବିଶେଷକରି ଉଜ୍ଜ୍ୱଳା ଯୋଜନାର ଲାଭ ନେଉଥିବା ଗ୍ରାହକଙ୍କ DBT ସବ୍ସିଡି ସମ୍ପର୍କିତ ସୁବିଧା ପ୍ରଭାବିତ ହେବାର ଆଶଙ୍କା ରହିପାରେ ।
ଏହାସହ କେତେକ କ୍ଷେତ୍ରରେ ରିଫିଲ୍ ବୁକିଂ କିମ୍ବା ଡେଲିଭରିରେ ସମସ୍ୟା ହୋଇପାରେ ଏବଂ ଯାଞ୍ଚ ନ ହୋଇଥିବା କନେକ୍ସନ୍କୁ ସିଷ୍ଟମ୍ରେ ଅସ୍ଥାୟୀ ଭାବେ ନିଷ୍କ୍ରିୟ କରାଯାଇପାରେ ବୋଲି କୁହାଯାଉଛି । ତେଣୁ ଆପଣ Indane, Bharat Gas କିମ୍ବା HP Gas ଗ୍ରାହକ ହୋଇଥିଲେ, ନିଜ e-KYC ସ୍ଥିତି ଯାଞ୍ଚ କରନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories