Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Illegal LPG / LPG ଗ୍ୟାସ୍ କଳାବଜାରୀ: ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ, ୧୦ ଗିରଫ

Banajyotshna Ray
Browse all articles by Banajyotshna Ray
·3 months ago·2 min read
LPG ଗ୍ୟାସ୍ କଳାବଜାରୀ: ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ, ୧୦ ଗିରଫ
Illegal LPG

Key Points

LPG ଗ୍ୟାସ୍ କଳାବଜାରୀର ପର୍ଦ୍ଦାଫାଶ
ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ
ଭାଇରାଲ ହେଉଛି ପୋଷ୍ଟ, ସାଧାରଣ ଲୋକେ ଆଶ୍ଚର୍ଯ୍ୟ
ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏପରି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗୋଟେ ପଟେ ଦେଶରେ ସିଲିଣ୍ଡରର ଅଭାବ ଥିବାବେଳେ ଶ୍ମଶାନରୁ ୪୧୪ ସିଲିଣ୍ଡର ମିଳିବା ନିଶ୍ଚିନ୍ତପକ୍ଷେ ଆଶ୍ଚର୍ଯ୍ୟଜନକ। ଏହି ବେଆଇନ ଗ୍ୟାସ୍ କାରବାର ଏବଂ ସିଲିଣ୍ଡର ପରିବହନ ପାଇଁ ବ୍ୟବହୃତ ହେଉଥିବା ଏକାଧିକ ଗାଡ଼ିକୁ ମଧ୍ୟ ଅଧିକାରୀମାନେ ଜବତ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବୋଲେରୋ କାର୍, ଟାଟା ଏସି, ଟାଟା ମ୍ୟାଜିକ୍, ଟାଟା ଇଣ୍ଟ୍ରା, ପିଆଜିଓ ଅଟୋ ଏବଂ ଡିସିଏମ୍ ଟ୍ରକ୍ ଆଦି ସାମିଲ ରହିଛି।

ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରିଛି। ବେଆଇନ ଭାବେ ଗଚ୍ଛିତ ରଖି କଳାବଜାରୀ କରାଯାଉଥିବା ୪୧୪ଟି ଏଲପିଜି (LPG) ସିଲିଣ୍ଡରକୁ ପୋଲିସ ଜବତ କରିବା ସହ ଏହି ଘଟଣାରେ ସୋମବାର (ମାର୍ଚ୍ଚ ୩୦) ୧୦ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ଏହି ଗ୍ୟାସ୍ ସିଲିଣ୍ଡରଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨୧.୮୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଶୌକତନଗରର ବାସିନ୍ଦା ମହମ୍ମଦ ଆମିର ୨୦୨୩ ମସିହାରୁ ଶମଶାବାଦରେ 'ମେଟ୍ରୋ ଗ୍ୟାସ୍ ଏଜେନ୍ସି' ନାମରେ ଏକ HP ଗ୍ୟାସ୍ ଏଜେନ୍ସି ଚଳାଉଥିଲା।ଆଫଜଲଗୁଞ୍ଜ ବସ୍ ଷ୍ଟାଣ୍ଡ ନିକଟରେ ମଧ୍ୟ ତା'ର ଏକ ଅଫିସ୍ ରହିଛି। ସେ ଗ୍ରାହକମାନଙ୍କୁ ଚଢ଼ା ଦରରେ ଭର୍ତ୍ତି ସିଲିଣ୍ଡର ବିକ୍ରି କରୁଥିଲା। ଏହାପରେ ଶ୍ରମିକମାନଙ୍କ ସାହାଯ୍ୟରେ ସେହି ଖାଲି ସିଲିଣ୍ଡରଗୁଡ଼ିକୁ ସମସ୍ତ ସୁରକ୍ଷା ନିୟମ ଉଲ୍ଲଂଘନ କରି ବଞ୍ଜାରା ହିଲ୍ସର ନାଗାର୍ଜୁନ ଏକ୍ସ ରୋଡ୍ ସ୍ଥିତ ଏକ କବରସ୍ଥାନରେ ଫୋପାଡ଼ି ଦେଉଥିଲା।

ଏଥିସହ ପଢ଼ନ୍ତୁ: ଗ୍ୟାସ୍ ସମସ୍ୟାର ସମାଧାନ, ମାତ୍ର ୫୦୦ ଟଙ୍କାରେ ଆବେଦନ...୩ ମାସରେ PNG କନେକ୍ସନ୍

ଗିରଫ ହୋଇଥିବା ୧୦ ଜଣ ଅଭିଯୁକ୍ତ ହେଲେ- ମହମ୍ମଦ ଆମିର, ମହମ୍ମଦ ୟୁସୁଫ୍, ମହମ୍ମଦ ଇସମାଇଲ୍, ଏ. ରାମା ରାଓ, ଲୋକ୍ କୁମାର, ମହମ୍ମଦ ସକ୍ରୁଦ୍ଦିନ୍, ମହମ୍ମଦ ମୁମତାଜ୍ ଅନସାରୀ, ମହମ୍ମଦ ମିନହାଜ୍ ଅନସାରୀ, ରାଜେଶ ପାଲ୍ ଏବଂ ରାମ ରାଜ୍ ସିଂହ। ସେମାନେ ହିନ୍ଦୁସ୍ତାନ ପେଟ୍ରୋଲିୟମ ସିଲିଣ୍ଡର ଗୁଡ଼ିକୁ ବେଆଇନ ଭାବେ ବଜାର ଦରଠାରୁ ଅଧିକ ଦାମ୍‌ରେ ବିକ୍ରି କରୁଥିଲେ।

ପୋଲିସର ସୂଚନା ଅନୁଯାୟୀ, ଜବତ ହୋଇଥିବା ୪୧୪ଟି ସିଲିଣ୍ଡର ମଧ୍ୟରେ ରହିଛି:

୧୯ କେଜିଆ ୧୪୮ଟି ଭର୍ତ୍ତି ସିଲିଣ୍ଡର
୪୭ କେଜିଆ ୩୦ଟି ଭର୍ତ୍ତି ସିଲିଣ୍ଡର
୫ କେଜିଆ ୩୫ଟି ଭର୍ତ୍ତି ସିଲିଣ୍ଡର
୧୯ କେଜିଆ ୧୯୨ଟି ଖାଲି ସିଲିଣ୍ଡର
୫ କେଜିଆ ୯ଟି ଖାଲି ସିଲିଣ୍ଡର

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Illegal LPG | Illegal LPG racket busted in Hyderabad; 10 arrested, 414 cylinders seized | Argus News | Argus News