Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PNG Connection / ଗ୍ୟାସ୍ ସମସ୍ୟାର ସମାଧାନ, ମାତ୍ର ୫୦୦ ଟଙ୍କାରେ ଆବେଦନ...୩ ମାସରେ PNG କନେକ୍ସନ୍

Santosh Kumar Sahoo
Browse all articles by Santosh Kumar Sahoo
·3 months ago·1 min read
ଗ୍ୟାସ୍ ସମସ୍ୟାର ସମାଧାନ, ମାତ୍ର ୫୦୦ ଟଙ୍କାରେ ଆବେଦନ...୩ ମାସରେ PNG କନେକ୍ସନ୍
PNG Connection

Key Points

ଏବେ ଘରକୁ ପାଇପ୍‌ ଗ୍ୟାସ୍
୯୦ ଦିନରେ ମିଳିବ ସଂଯୋଗ
୫୦୦ ଟଙ୍କାରେ PNG କନେକ୍ସନ୍
୫୦୦ ଟଙ୍କା ଦେଇ ଆବେଦନ କରିପାରିବେ PNG । ଆଉ ଆବେଦନର ୯୦ ଦିନରେ ମିଳିପାରିବ ପିଏନ୍‌ଜି ସଂଯୋଗ । ରାଜ୍ୟ ତଥା ଦେଶରେ ଏଲପିଜି ସଙ୍କଟ ଦେଖାଦେବା ପରେ ସରକାର ପିଏନଜି ସଂଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର-କଟକରେ ପିଏନଜି ସଂଯୋଗକୁ ନେଇ ବଡ଼ ବୟାନ ରଖିଛନ୍ତି GAIL ର ବ୍ୟବସାୟିକ ମ୍ୟାନେଜର ସୌମ୍ୟ ରଞ୍ଜନ ମହାନ୍ତି ।

ସେ କହିଛନ୍ତି, ଭୁବନେଶ୍ୱର ଏବେ ଦୈନିକ ୧୦୦ ପିଏନଜି ସଂଯୋଗ ଦିଆଯାଉଛି । ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, ଡୁମଡୁମା, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ଲୋକଙ୍କୁ ଅଧିକ ସଂଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଏହି ଅଞ୍ଚଳରେ ଏବେ ପାଇପ୍‌ ସବୁଆଡେ ବିଛା ସରିଛି । ଆଗାମୀ କିଛି ଦିନ ଭିତରେ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ସଂଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକମାନେ ଅଧିକରୁ ଅଧିକ ଆବେଦନ କରିବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: LPG ସଙ୍କଟ ବେଳେ PNG ସାଜିଛି ବଡ଼ ବିକଳ୍ପ,ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ

ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ଲୋକମାନେ ଆବେଦନ କରି ଘରକୁ ପିଏନଜି ସଂଯୋଗ ନେଇପାରିବେ । ଏଲପିଜି ତୁଳନାରେ ପିଏନଜିରେ ଖର୍ଚ୍ଚ କମ୍‌ ରହିବ । ଏହାସହ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପିଏନଜି ଭଲ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୧୯ ହଜାର ଘରକୁ ପିଏନଜି ସଂଯୋଗ ରହିଛି । ଖୁବଶୀଘ୍ର ଏହାକୁ ବୃଦ୍ଧି କରାଯିବ, ସେଥିପାଇଁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Apply for PNG Connection at ₹500, Get Gas Supply in 3 Months | Argus News