୧୯ କିଲୋଗ୍ରାମ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ଦାମ ୧୯ ଟଙ୍କା ହ୍ରାସ

ଅର୍ଗସ ବ୍ୟୁରୋ : ଆଜିଠାରୁ ହ୍ରାସ ପାଇଲା କମର୍ଶିଆଲ ଏଲପିଜି ସିଲିଣ୍ଡର । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଆହୁରି ଶସ୍ତା ହୋଇଯାଇଛି । ତୈଳ କମ୍ପାନୀମାନେ ଲଗାତର ଦ୍ୱିତୀୟ ମାସରେ ଏଲପିଜି ସିଲିଣ୍ଡର ଦାମରେ କଟ୍ କରିଛନ୍ତି । ଦେଶରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସିଲିଣ୍ଡର ଦାମରେ ୧୯ ଟଙ୍କା ହ୍ରାସ ପାଇଛି ।
ଆଜିଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ଦାମ ୧୯ ଟଙ୍କା ହ୍ରାସ ପାଇଛି । ତେଣୁ ଏହାର ଦାମ୍ ୧୭୬୪.୫୦ ଟଙ୍କାରୁ ହ୍ରାସ ପାଇ ୧୭୪୫.୫୦ ଟଙ୍କା ହୋଇଯାଇଛି । ଏପରି ଭାବେ ମୁମ୍ବାଇରେ କମର୍ଶିଆଲ ଏଲପିଜି ସିଲିଣ୍ଡରର ଦାମ ୧୭୧୭.୫୦ ଟଙ୍କାରୁ ହ୍ରାସ ପାଇ ଏବେ ୧୬୯୮.୫୦ ଟଙ୍କା ହୋଇଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଚେନ୍ନାଇରେ ମଧ୍ୟ ସିଲିଣ୍ଡରର ଦାମ୍ ୧୯ ଟଙ୍କା ଶସ୍ତା ହୋଇଛି । ଏହାର ଦାମ୍ ୧୯୩୦ ଟଙ୍କାରୁ କମ୍ ହୋଇ ୧୯୧୧ ଟଙ୍କାରେ ପହଞ୍ଚି ଯାଇଛି । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧ ଟଙ୍କା ଅଧିକ ଅର୍ଥାତ ୨୦ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ସିଲିଣ୍ଡରର ମୂଲ୍ୟ ୧୮୭୯ ଟଙ୍କା ରହିଥିବା ବେଳେ ଏବେ ସେଠାରେ ୧୮୫୯ ଟଙ୍କାରେ ପହଞ୍ଚି ଯାଇଛି ।