Videos
|
National

LPG Shipment India / ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ବସ୍ତି, ହଜାର ହଜାର ଟନ୍‌ LPG ନେଇ ଭାରତ ଆସିଲା ଆଉ ଏକ ଜାହାଜ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ବସ୍ତି, ହଜାର ହଜାର ଟନ୍‌ LPG ନେଇ ଭାରତ ଆସିଲା ଆଉ ଏକ ଜାହାଜ
LPG Ship

Key Points

ଯୁଦ୍ଧ ଭିତରେ ମଧ୍ୟ ଗ୍ୟାସ୍ ସଙ୍କଟ ନାହିଁ
LPG ନେଇ ପହଞ୍ଚିଲା ଆଉ ଏକ ଜାହାଜ
ମାଙ୍ଗାଲୁରୁରେ ଲଗିଲା ଜାହାଜ
ଜଳୁଛି ମଧ୍ୟପ୍ରାଚ୍ୟ । ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଭୟଙ୍କର । ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ରୂପ ନେଉଛି । ଆଉ ଏହି ଭୟଙ୍କର ଯୁଦ୍ଧ ପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ହର୍ମୁଜ ପ୍ରଣାଳୀ । ଏହି ସଂକୀର୍ଣ୍ଣ ସମୁଦ୍ର ପଥ ଦେଇ ବିଶ୍ବର ୨୦ ପ୍ରତିଶତ ତୈଳ ଓ ଗ୍ୟାସ୍‌ ଯାଇଥାଏ ।

ଯୁଦ୍ଧ ଆରମ୍ଭ ହେବା ପରଠୁ ଇରାନ ଏହି ରାସ୍ତା ଦେଇ ଯାଉଥିବା ଯେକୌଣସି ଜାହାଜକୁ ଆକ୍ରମଣ କରିବାକୁ ଧମକ ଦେଇଥିଲା । ଏହା ଶୁଣି ଶହ ଶହ ଜାହାଜ ସେଠାରେ ଲଙ୍ଗର ପକାଇଥିଲେ । ଅନେକ ଭାରତୀୟ ଜାହାଜ ମଧ୍ୟ ହୁର୍ମଜ ଷ୍ଟ୍ରେଟରେ ଫସି ରହିଛନ୍ତି । ପ୍ରଶ୍ନ ଉଠିଲା ଯଦି ଗ୍ୟାସ୍ ଜାହାଜ ନ ପହଞ୍ଚେ ତେବେ ଭାରତରେ ରନ୍ଧନ ଗ୍ୟାସର କ'ଣ ହେବ ? କିନ୍ତୁ ଭାରତ ପୂର୍ବରୁ ପ୍ରସ୍ତୁତି ଥିଲା ।

ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ଏଲପିଜି ସମ୍ପର୍କରେ ଆମେରିକା ସହିତ ଯୋଗାଯୋଗ କରିଥିଲା । ଯାହାର ରେଜଲ୍ଟ ଏବେ ଦେଖିବାକୁ ମିଳୁଛି । ଆମେରିକାର ଟେକ୍ସାସରୁ ଏକ ଜାହାଜ ପାଇକ୍ସିସ୍ ପାୟୋନିୟର ରବିବାର ସକାଳେ ମାଙ୍ଗାଲୁରୁ ବନ୍ଦରରେ ପହଞ୍ଚିଛି । ଏହି ଜାହାଜରେ ୧୬ ହଜାର ୭୧୪ ଟନ୍ LPG ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ ଏକ ବଡ଼ LPG ଜାହାଜ ଆସିବାର ସମ୍ଭାବନା ଅଛି । ସୂଚନା ଅନୁଯାୟୀ, ମୋଟ ପ୍ରାୟ ୭୨,୭୦୦ ଟନ୍ LPG ଗ୍ୟାସ୍‌ ଆସିବାର ସମ୍ଭାବନା ଅଛି ଏବଂ ଏହା ରବିବାରଠୁ ଆସିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ୱର ବିଭିନ୍ନ ସ୍ଥାନରୁ ଗ୍ୟାସ୍ ପହଞ୍ଚୁଛି

ଏହା ପରେ, Apollo Ocean ନାମକ ଏକ ଟ୍ୟାଙ୍କର୍ ମଧ୍ୟ ମାର୍ଚ୍ଚ ୨୫ ତାରିଖରେ ବନ୍ଦରରେ ପହଞ୍ଚିବ । ଯେଉଁଥିରେ ୨୬,୬୮୭ ଟନ୍ LPG ରହିଛି । ଏହି ଗ୍ୟାସ୍ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ପାଇଁ ଅନଲୋଡ୍ କରାଯିବ ।

ଆମେରିକାରୁ ଟ୍ୟାଙ୍କର ଆସିବ

ଏହା ବ୍ୟତୀତ, ୨୯ ତାରିଖରେ ଆମେରିକାରୁ ପ୍ରାୟ ୩୦,୦୦୦ ଟନ୍ ଏଲପିଜି ସହିତ ଆଉ ଏକ ଟ୍ୟାଙ୍କର ଏଠାରେ ପହଞ୍ଚିବ । ଏହି ଗ୍ୟାସ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ପାଇଁ ଆସିବ । ମାଙ୍ଗାଲୁରୁରେ ଥିବା HPCLର ଏଲ୍ପିଜି ପ୍ଲାଣ୍ଟ ପାଇପଲାଇନ୍ ମାଧ୍ୟମରେ ସ୍ଥାନୀୟ ବୋଟଲିଂ ପ୍ଲାଣ୍ଟ ଏବଂ ବେଙ୍ଗାଲୁରୁ ସମେତ ଅନ୍ୟାନ୍ୟ ସ୍ଥାନକୁ ଏହି ଗ୍ୟାସ ଯୋଗାଣ କରେ । ତେଣୁ, ଆଗାମୀ ଦିନରେ ଗ୍ୟାସ ଯୋଗାଣ ସୁଦୃଢ଼ ​​ହେବ ବୋଲି ଆଶା କରାଯାଉଛି ।

Related Topics

Explore more stories